Advertisment

Bihar Election: ୫୦ ହଜାରରୁ ଅଧିକ ଭୋଟରେ ହାରିଲେ, ନୀତୀଶ-ମୋଦିଙ୍କୁ ପ୍ରଶଂସା କଲେ ଲାଲୁଙ୍କ ବଡ଼ ପୁଅ

ମହୁଆରୁ ଚିରାଗ ପାଶ୍ୱାନଙ୍କ ଦଳର ସଞ୍ଜୟ କୁମାର ସିଂହ ବିଜୟୀ ହୋଇଛନ୍ତି। ତାଙ୍କୁ ୮୭,୬୪୧ ଖଣ୍ଡ ଭୋଟ ମିଳିଛି। ମହୁଆର ବିଧାୟକ ଭାବେ ୨୦୨୦ରୁ କାର୍ଯ୍ୟ କରୁଥିବା ଆରଜେଡିର ମୁକେଶ କୁମାରଙ୍କୁ ସଞ୍ଜୟ ୪୪, ୯୯୭ ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି।

author-image
Hemant Lenka
Tej1

ସଞ୍ଜୟ, ତେଚ ପ୍ରତାପ ଓ ମୁକେଶ

ପରିବାର ଠାରୁ ଅଲଗା ହୋଇ ନିଜସ୍ୱ ଦଳ ଗଢ଼ି ବିହାର ବିଧାନସଭା ନିର୍ବାଚନ ଲଢ଼ୁଥିବା ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କୁ ବଡ଼ ଝଟକା। ସେ ଜନଶକ୍ତି ଜନତା ଦଳ ଗଠନ କରି ନିର୍ବାଚନ ଲଢ଼ୁଥିଲେ ହେଁ ତାଙ୍କୁ ୫୦ ହଜାରରୁ ଅଧିକ ଭୋଟରେ ମହୁଆ ଆସନରୁ ହାରିବାକୁ ପଡ଼ିଛି। ମହୁଆ ଆସନରେ ତେଜ ପ୍ରତାପ ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। 

Advertisment

ଏଠାରୁ ଚିରାଗ ପାଶ୍ୱାନଙ୍କ ଦଳର ସଞ୍ଜୟ କୁମାର ସିଂହ ବିଜୟୀ ହୋଇଛନ୍ତି। ତାଙ୍କୁ ୮୭,୬୪୧ ଖଣ୍ଡ ଭୋଟ ମିଳିଛି। ମହୁଆର ବିଧାୟକ ଭାବେ ୨୦୨୦ରୁ କାର୍ଯ୍ୟ କରୁଥିବା ଆରଜେଡିର ମୁକେଶ କୁମାରଙ୍କୁ ସଞ୍ଜୟ ୪୪, ୯୯୭ ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି। ମୁକେଶଙ୍କୁ ୪୨,୬୪୪ ଖଣ୍ଡ ଭୋଟ ମିଳିଛି।

ତୃତୀୟ ସ୍ଥାନରେ ଥିବା ତେଜ ପ୍ରତାପ ୩୫, ୭୦୩ ଖଣ୍ଡ ଭୋଟ ପାଇଛନ୍ତି। ଅର୍ଥାତ ତେଜ ପ୍ରତାପ(Tej Pratap Yadav) ଯଦି ତାଙ୍କ ବାପା ଲାଲୁ ଓ ଭାଇ ତେଜସ୍ୱୀଙ୍କ ସହ ରହିଥାଆନ୍ତେ, ତା’ହେଲେ ସଞ୍ଜୟଙ୍କ ବିଜୟ ସହଜ ହୋଇ ନଥାଆନ୍ତା। ତେଜ ପ୍ରତାପଙ୍କୁ ମିଳିଥିବା ୩୫ ହଜାରରୁ ଅଧିକ ଭୋଟ ମୁକେଶ କୁମାରଙ୍କ ଖାତାକୁ ଯାଇଥିଲେ, ସେ ବେଶ ସହଜରେ ଜିତିବାକୁ ସକ୍ଷମ ହୋଇଥାଆନ୍ତେ। 

Advertisment

ସଞ୍ଜୟ କୁମାର ସିଂହଙ୍କ ଠାରୁ ୫୧,୯୩୮ ଖଣ୍ଡ ଭୋଟରେ ହାରିବା ପରେ ତେଜ ପ୍ରତାପ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପରାଜୟକୁ ସ୍ୱୀକାର କରି ବିହାର ସୁଶାନ ଦେଉଥିବା ସରକାରଙ୍କୁ ବାଛିଥିବା କହିଛନ୍ତି।

ଏହି ବିଜୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଓ ଲୋକଙ୍କ ବିଶ୍ୱାସ ଭାଜନ କରିଥିବା ନୀତୀଶ କୁମାରଙ୍କ ନୀତି ଯୋଗୁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି। ସେ ଅମିତ ଶାହଙ୍କ ରଣନୀତି, ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି। ନିର୍ବାଚନ(Bihar Election)ରେ ତାଙ୍କୁ ଭୋଟ ଦେଇଥିବା ସମସ୍ତ ମହିଳା, ଯୁବଗୋଷ୍ଠୀ ଓ ସାଧାରଣ ଲୋକଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। 

Bihar Election Tej Pratap Yadav