ଚିରାଗ ପାଶ୍ୱାନ
ଚଳିତ ବିହାର ନିର୍ବାଚନ( Bihar Election)କୁ ଏନଡିଏର ଏକତରଫା ବିଜୟ ପାଇଁ ସମସ୍ତେ ମନେରଖିବେ। ଏନଡିଏର ଏକତରଫା ବିଜୟର ଶ୍ରେୟ ସମସ୍ତେ ନୀତୀଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁଗଳବନ୍ଦୀକୁ ଦେଉଛନ୍ତି। କିନ୍ତୁ ସମାନ ସମୟରେ ଜଣେ ଯୁବ ନେତା ନିଜର ପରିଚୟ ନିଜେ ପ୍ରତିଷ୍ଠା କରିଛନ୍ତି। ଏହି ଯୁବନେତା ଜଣଙ୍କ ନିଜର ଜଳୱା ଦେଖାଇଛନ୍ତି। ଆଉ ସେହି ନେତା ଜଣଙ୍କ ହେଲେ ସାଂସଦ ଚିରାଗ ପାଶ୍ୱାନ।
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ସେ ନିଜ ଦଳ ଲୋକ ଜନଶକ୍ତି ପାର୍ଟି(ରାମ ବିଳାଶ) ପାଇଁ ୨୯ଟି ଆସନ ଜିଦ କରିଥିଲେ। ବହୁତ କଷ୍ଟରେ ଏନଡିଏରେ ବଡ଼ ଭାଇ ପଣିଆ ଦେଖାଉଥିବା ବିଜେପି ଓ ଜେଡିୟୁ ଚିରାଗଙ୍କ କଥାରେ ରାଜି ହୋଇଥିଲେ। ଏବେ ତାଙ୍କ ଦଳ ୨୨ଟି ଆସନରେ ଜିତିବାର ସମ୍ଭାବନା ସୃଷ୍ଟି କରିଛି।
ତାଙ୍କ ବିଜୟର ଷ୍ଟ୍ରାଇକ ରେଟ୍ ୭୫% ହୋଇଯାଇଛି। ଗତବର୍ଷ ଲୋକସଭା ନିର୍ବାଚନରେ ତାଙ୍କ ଦଳ ୫ଟି ଆସନରେ ଲଢ଼ି ସବୁଥରେ ଜିତିଥିଲା। ଷ୍ଟ୍ରାଇକ ରେଟ୍ ୧୦୦% ରହିଥିଲା। ଏବେ ବିହାର ବିଧାନସଭା ନିର୍ବାଚନରେ ମଧ୍ୟ ତାଙ୍କ ଦଳ ଦମ ଦେଖାଇଛି।
୨୦୨୦ରେ ଅଭିବାଜିତ ଏଲଜେପି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲା। ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ସହ ମତପାର୍ଥକ୍ୟ ଯୋଗୁ ଚିରାଗ ଏପରି ପଦକ୍ଷେପ ନେଇଥିଲେ। ତାଙ୍କ ଦଳ ୧୩୦ଟି ଆସନରେ ନିର୍ବାଚନ ଲଢ଼ିଥିଲେ ହେଁ କେବଳ ଗୋଟିଏରେ ଜିତିଥିଲା। ତଥାପି ଦଳ ଆଖି ଦୃଶିଆ ଭୋଟ ଶେୟାର ପାଇଥିଲା। ବିଭିନ୍ନ ଆସନରେ ଜେଡିୟୁ ପ୍ରାର୍ଥୀଙ୍କ ପରାଜୟରେ ଏଲଜେପି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।
ଏହାସତ୍ତ୍ୱେ ରାଜନୀତିକ ପଣ୍ଡିତମାନେ ମତ ରଖିଥିଲେ ଯେ ଚିରାଗଙ୍କ ପାଖରେ ରାଜନୀତିକ ଚମକ ନାହିଁ। ୨୦୨୧ରେ ଏଲଜେପି ଦୁଇ ଭାଗ ହୋଇଯାଇଥିଲା। ଦାଦା ପଶୁପତି କୁମାର ପାର୍ସ ଦଳ ଉପରେ ନିଜର ହକ ଜାହିର କରିଥିଲେ। ତେଣୁ ଏଲଜେପି ଦୁଇ ଭାଗରେ ପରିଣତ ହୋଇଥିଲା। ତଥାପି ହାର ମାନି ନଥିଲେ ଚିରାଗ।
ଭାରତୀୟ ରାଜନୀତିର ୪୩ ବର୍ଷୀୟ ଯୁବକ ଚିରାଗ ନିଜକୁ ଯୁବ ବିହାରୀ ଭାବେ ଘୋଷଣା କରିଥିଲେ। ପୂର୍ବଭଳି ସେ ଦଳିତଙ୍କ ପାଇଁ ଲଢ଼େଇ ଆରମ୍ଭ କରିଥିଲେ। ଚିରାଗଙ୍କ କଠିନ ପରିଶ୍ରମ ୨୦୨୪ରେ କାମ ଦେଇଥିଲା। ତାଙ୍କ ଦଳ ୫ଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇ ସବୁଥିରେ ଜିତିଥିଲା। ତାଙ୍କ ଷ୍ଟ୍ରାଇକ ରେଟ୍ ୧୦୦% ରହିଥିଲା।
୧୦୦% ଷ୍ଟ୍ରାଇକ ରେଟ ସତ୍ତ୍ୱେ ୨୦୨୫ ବିହାର ବିଧାନସଭା ନିର୍ବାଚନ ବେଳେ ବିଜେପି ଓ ଜେଡିୟୁ ତାଙ୍କୁ ୨୦ରୁ ଅଧିକ ଆସନରେ ଲଢ଼ିବାକୁ ଦେବେ ନାହିଁ ବୋଲି କହିଥିଲେ। ଏଥିରେ କ୍ଷୁବ୍ଧ ହୋଇ ଚିରାଗ ଅଲଗା ଉପାୟ ଆପଣାଇଥିଲେ।
ସେ(Chirag Paswan) ପ୍ରଶାନ୍ତ କିଶୋରଙ୍କ ଜନ ସୂରାଜ ପାର୍ଟି ସହ ମେଣ୍ଟ ପାଇଁ ଆଲୋଚନା କରିଥିଲେ। ଏହା ଏନଡିଏର ଚିନ୍ତା ବଢ଼ାଇଥିଲେ। ବିଜେପି ଓ ଜେଡିୟୁ ଶେଷରେ ଚିରାଗଙ୍କୁ ୨୯ଟି ଆସନ ଦେବାକୁ ରାଜି ହୋଇଥିଲେ। ଏବେ ସେ ୨୨ଟି ଆସନରେ ଲିଡ୍ କରି ନିଜର ଦକ୍ଷତା ସମସ୍ତଙ୍କୁ ଦେଖାଇଛନ୍ତି। ଆଗକୁ ଚରାଗ ତାଙ୍କ ଦଳ ପାଇଁ ବିହାରର ଉପ ମୁଖ୍ୟମନ୍ତ୍ରୀ ପଦ ଦାବି କରିପାରନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/14/chirag-2025-11-14-13-15-19.jpg)