ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଆଜି ବିଜେଡିରେ ମିଶିଛନ୍ତି। ଶଙ୍ଖ ଭବନରେ ସାଂସଦ ସସ୍ମିତ ପାତ୍ର ଓ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ଚିରଞ୍ଜୀବ ତାଙ୍କ ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହୋଇଥିଲେ।
ବିଜେଡିରେ ମିଶିବା ପରେ ଚିରଞ୍ଜୀବ ବିଶ୍ୱାଳ କହିଥିଲେ, ନବୀନଙ୍କ ନେତୃତ୍ୱ ଓ ୨୫ ବର୍ଷର ଜନାଭିମୁଖୀ କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇ ବିଜେଡିକୁ ଆସିଛି। ଏଥର ୧୨୦ରୁ ଅଧିକ ବିଧାୟକ ଓ ୧୫ରୁ ଅଧିକ ସାଂସଦଙ୍କୁ ଜିତେଇବାରେ ସହଯୋଗ କରିବୁ।
Also Read
ଚିରଞ୍ଜୀବ ଦୁଇ ଥର କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରେ ସେ ତିର୍ତ୍ତୋଲ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୦୯ରେ ସେ ଜଗତସିଂହପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ବିଜେଡି ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଥିଲେ।୨୦୧୪ରେ ଜଗତସିଂହପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଚିରଞ୍ଜୀବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଏଣିକି ମନ୍ତ୍ରୀ ବୁଝିବେ ଜିଲ୍ଲା କଥା: ମୁଖ୍ୟମନ୍ତ୍ରୀ ବାଂଟିଲେ ‘ଜିଲ୍ଲା ପ୍ରଭାରୀ ମନ୍ତ୍ରୀ’ ଦାୟିତ୍ୱ
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ କଟକ ଓ ଜଗତସିଂହପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିବାବେଳେ ପ୍ରଭାତୀ ପରିଡ଼ାଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଦାୟିତ୍ୱ ମିଳିଛି ।
Politics
ମୁରବୀବିହୀନ ବିଜେଡି: ଶଙ୍ଖଭବନରେ ୨ ମହିଳା ପଦାଧିକାରୀ ଧସ୍ତାଧସ୍ତି,ମାରପିଟ୍
ଆଜିର ଏହି ଘଟଣାରୁ ଦଳ ଭିତରେ ନେତା ଓ ପଦାଧିକାରୀଙ୍କ ଉପରେ ନବୀନ ନିଜର ଲଗାମ ଓ ନିୟନ୍ତ୍ରଣ ହରାଇ ବସିଥିବାର ପ୍ରମାଣ ମିଳିଛି ।
Politics
‘ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି’ ବିଜେପି ନେତା: EDରେ ଅଭିଯୋଗ କଲା ଆପ୍
ଆଜି ଟଙ୍କା ବାଣ୍ଟିବା ଅଭିଯୋଗ ଆଣି ସଞ୍ଜୟ ସିଂହ ଇଡି ଅଫିସରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଦିନକ ତଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ଅଭିଯୋଗ କରିଥିଲେ ଯେ ବିଜେପି ନେତା ପରଭେଶ ବର୍ମା ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରେ ମହିଳାଙ୍କୁ ଟଙ୍କା ବାଣ୍ଟୁ ଥିବା ଅଭିଯୋଗ କରିଥିଲେ।
Politics
ବିଜେଡି ପ୍ରତିଷ୍ଠା ଦିବସରେ ଦଳ ଛାଡ଼ିଲେ ୨ ବ୍ଲକ୍ ଅଧ୍ୟକ୍ଷ, ବିଜେପିରେ ମିଶିଲେ
ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ଏବଂ କୁଲାଡ଼, ବାରୁଡ଼ା, ବଡ଼ କୋଦଣ୍ଡା ଆଦି ପଞ୍ଚାୟତର ସମିତିସଭ୍ୟ ଓ ସଭ୍ୟା ବିଜେପିରେ ସାମିଲ ହୋଇଛନ୍ତି।
Politics
DMK ଶାସନର ଅନ୍ତ ନ ହେବା ଯାଏ ଚପଲ ପିନ୍ଧିବେନି ଆନ୍ନାମଲାଇ: କହିଲେ- ୬ଥର ଜାବୁକ ମାରିହେବି
ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରୁ ଡିଏମକେ ସରକାର ବିପର୍ଯ୍ୟସ୍ତ କରି ଦେଇଥିବା ଅଭିଯୋଗ କରି ଆନ୍ନାମଲାଇ ବଡ଼ ଘୋଷଣା କରିଛନ୍ତି।