Advertisment

ଟିକେଟ ପାଇଲେନି ଚିରଞ୍ଜୀବ; କହିଲେ, ମୋ ମନରେ କ’ଣ କ୍ଷୋଭ ନାହିଁ? ମୋ’ଠାରୁ କିଏ ଅଧିକ ଦୁଃଖିତ?

ଟିକେଟ ନମିଳିବାରୁ ଅସନ୍ତୁଷ୍ଟ ଚିରଞ୍ଜୀବ ବିଶ୍ୱାଳ। ସୋଶାଲ ମିଡିଆରେ ଭାଇରାଲ ହେଲା ଭିଡିଓ।

ଅଦ୍ୟତନ ହୋଇଛି
chiranjib biswal

chiranjib biswal

Advertisment

“ମୁଁ ଆଶା କରିଥିଲି ବିଜେଡିରୁ ଟିକେଟ୍ ପାଇବି ବୋଲି, ହେଲେ ବିଭିନ୍ନ କାରଣରୁ ପ୍ରଶାନ୍ତ ମୁଦୁଲିଙ୍କୁ ସେଠୁ ଟିକେଟ୍ ଦେଲେ। ଆଉ ଆପଣ ଯଦି ଭାବୁଛନ୍ତି ପ୍ରଶାନ୍ତ ବାବୁ ଏମ୍ଏଲ୍ଏ ହେଲା ପରେ, ଆପଣଙ୍କୁ ନିର୍ଯାତନା ଦେବେ କି ନିର୍ଯାତିତ କରିବେ, ତାର ସ୍କୋପ ହିଁ ନାହିଁ। ଆପଣମାନଙ୍କୁ ଭଗବାନଙ୍କ ଦ୍ୱାହି ଦେଇ କହୁଛି ଆପଣମାନଙ୍କ ଦାୟିତ୍ୱ ମୁଁ ନିଜେ ନେବି। ମୁଁ ଯଦି ମୋ କଥା ନରଖେ ମୋ ମୁହଁରେ ଛେପ ପକାଇ ପଳାଇବେ। ମୋ ମନରେ କ’ଣ କ୍ଷୋଭ ନାହିଁ! ମୋଠାରୁ କିଏ ଅଧିକ ଦୁଃଖିତ?”  ନିଜ ସମର୍ଥକଙ୍କୁ କିଛି ଏଭଳି ଢଙ୍ଗରେ ପ୍ରତିଶ୍ରୁତି ଦେବା ସହ଼ ପରୋକ୍ଷରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ଜଗତସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳ।

Advertisment

କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିବା ଚିରଞ୍ଜୀବ ଜଗତସିଂହପୁର ଆସନ ପାଇଁ ଏଥର ଟିକେଟ୍ ଆଶାୟୀ ଥିଲେ। ତେବେ ବିଜେଡି ସେଠାରେ ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପୁଣି ଥରେ ରିପିଟ୍ କରିଛି। ତେବେ ଏହାକୁ ନେଇ ଚିରଞ୍ଜୀବ ନିଜ ସମର୍ଥକଙ୍କ ଗହଣରେ କ୍ଷୋଭ ପ୍ରକାଶ କରୁଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଏହା କେବେର ଓ କେଉଁ ସ୍ଥାନର ଭିଡିଓ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏଥିରେ ଚିରଞ୍ଜୀବଙ୍କ କ୍ଷୋଭ ସ୍ପଷ୍ଟ ବାରି ହୋଇ ପଡ଼ୁଛି।

ସେ କହିଛନ୍ତି, ବିଜେଡିରେ ଆମେ ମିଶିଛେ। ଆମର ଲକ୍ଷ୍ୟ ନବୀନ ପଟ୍ଟନାୟକଙ୍କୁ ଆଉ ଥରେ ମୁଖ୍ୟମନ୍ତ୍ରୀ କରିବା। ପ୍ରଶାନ୍ତ ମୁଦୁଲି କାଉଣ୍ଟ କରେନାହିଁ। ମୁଁ ବିଜେଡିର ତୁଙ୍ଗ ନେତୃମଣ୍ଡଳୀ ସାଙ୍ଗରେ ଯାହା କଥାବାର୍ତ୍ତା ହୋଇଛି ଆପଣଙ୍କୁ ଖୋଲି କହିପାରିବିନି। କିନ୍ତୁ ପ୍ରଭୁ ଜଗନ୍ନାଥ ଓ ମାଆ ଶାରଳାଙ୍କ ନାଁ ନେଇ ଶପଥ କରୁଛି ଆପଣମାନଙ୍କ ଦାୟିତ୍ୱ ମୁଁ ନିଜେ ନେବି। ଜୁନ୍-ଜୁଲାଇ ଯାଏ ଅପେକ୍ଷା କରନ୍ତୁ, ପାଣି ପାଣି ଓ କ୍ଷୀର କ୍ଷୀର ହୋଇଯିବ। କ’ଣ ପାଇଁ ମୋତେ ଟିକେଟ୍ ଦେଲେନି, ସେଇଟା ମୁଁ ନେତୃମଣ୍ଡଳୀ ସାଙ୍ଗରେ ପୃଥକ ଭାବେ ଆଲୋଚନା କରିଛି। ଜଗତସିଂହପୁର ରାଜନୀତିରେ ମୁଁ ଓତପ୍ରୋତ ଭାବେ ଜଡ଼ିତ ହୋଇ ରହିବି ବୋଲି କହିଛନ୍ତି ଚିରଞ୍ଜୀବ।

Advertisment

ଏହି ଭିଡିଓରେ ଚିରଞ୍ଜୀବ କଂଗ୍ରେସ ଉପରେ ମଧ୍ୟ ରୋଷ ଝାଡ଼ୁଥିବା ଦେଖିବାକୁ ମିଳୁଛି। କଂଗ୍ରେସ ଏଥର ୯ରୁ ୯୦ ନା ଜିରୋ ହେବ ବୋଲି ସେ ସମର୍ଥକଙ୍କୁ ପଚାରୁଛନ୍ତି। ତେବେ ଏନେଇ ଚିରଞ୍ଜୀବ ବିଶ୍ୱାଳ, ପ୍ରଶାନ୍ତ ମୁଦୁଲି, ବିଜେଡି କି କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ ।

BjD Chiranjib Biswal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe