ଅକଳରେ ଚିରଞ୍ଜିବ: ମିଳୁନି ସମର୍ଥନ, ପତିଆରା ବି ଗଲା

ଦଳବିରୋଧୀ ଗତିବିଧି ପାଇଁ କଂଗ୍ରେସରୁ ନିଲମ୍ବନ ହେବାର ପ୍ରାୟ ୧୫ଦିନ ପରେ ଆଜି ପୂର୍ବତନ ବିଧାୟକ  ଚିରଞ୍ଜିବ ବିଶ୍ୱାଳ ଦଳର ବରିଷ୍ଠ ନେତାମାନଙ୍କୁ ଭେଟି ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିଚାରବିମର୍ଶ କରିଛନ୍ତି ।

Congress Meeting PhotoOR

କଂଗ୍ରେସ ନେତାଙ୍କ ବୈଠକ

Ordigital Desk
  • Published: Monday, 31 July 2023
  • Updated: 31 July 2023, 10:43 PM IST

Sports

Latest News

ଦଳବିରୋଧୀ ଗତିବିଧି ପାଇଁ କଂଗ୍ରେସରୁ ନିଲମ୍ବନ ହେବାର ପ୍ରାୟ ୧୫ଦିନ ପରେ ଆଜି ପୂର୍ବତନ ବିଧାୟକ  ଚିରଞ୍ଜିବ ବିଶ୍ୱାଳ ଦଳର ବରିଷ୍ଠ ନେତାମାନଙ୍କୁ ଭେଟି ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିଚାରବିମର୍ଶ କରିଛନ୍ତି । ତେବେ ପ୍ରଦେଶ କଂଗ୍ରେସର ତଥାକଥିତ ପ୍ରଭାବଶାଳୀ ‘ବିଶ୍ୱାଳ ପରିବାର’ ପ୍ରତି ଯେଭଳି ସମର୍ଥନ ଦଳ ଭିତରେ ମିଳିବା କଥା ତାହା ଚିରଞ୍ଜିବଙ୍କ କ୍ଷେତ୍ରରେ ମିଳିପାରିନି । ଓଲଟା କଂଗ୍ରେସରେ ବିଶ୍ୱାଳ ପରିବାରର ଯେଉଁ ପତିଆରା ଥିଲା ତାହା ବି ଏବେ ହାତରୁ ଖସିଯାଇଛି । ପିସିସି କାର୍ଯ୍ୟକାରୀ ସଭାପତି ଥାଇ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନ ପରଠୁ କଂଗ୍ରେସ ସଂଗଠନରେ ନିଷ୍କ୍ରିୟ ହୋଇ ରହିବାର ଫଳ ଏବେ ଚିରଞ୍ଜିବଙ୍କୁ ଭୋଗିବାକୁ ପଡ଼ୁଛି ବୋଲି ଦଳ ଭିତରେ ଚର୍ଚ୍ଚା ।

ସୂଚନା ଅନୁସାରେ, କଂଗ୍ରେସରୁ ନିଲମ୍ବନର ପ୍ରାୟ ୧୫ଦିନ ପରେ  ଚିରଞ୍ଜିବ ଆଜି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ବାସଭବନକୁ ଯାଇ ସେଠାରେ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଶ୍ରୀ ଜେନା ଓ ଏଆଇସିସି ସାଧାରଣ ସମ୍ପାଦକ ଶରତ ରାଉତଙ୍କ ସହ ବିଚାରବିମର୍ଶ କରିଥିବା ଜଣାପଡ଼ିଛି । ତେବେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିନା ସୁପାରିଶରେ ଏଆଇସିସିର ଏହି କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର ହେବାର ସମ୍ଭାବନା କ୍ଷୀଣ ଥିବାରୁ ଚିରଞ୍ଜିବଙ୍କ ଅଡ଼ୁଆ ବଢ଼ିଛି । ଦଳରୁ ନିଲମ୍ବିତ ବିଧାୟକ ମହମ୍ମଦ ମୋକିମ୍ ଏବେ ଚୁପଚାପ ବସିଥିବାବେଳେ ଚିରଞ୍ଜିବ ନିଜର ନିଲମ୍ବନ ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରିବାରେ ଲାଗିଛନ୍ତି ।

Also Read

ଆଜିର ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଜେନା କହିଛନ୍ତି ଯେ, “ବସନ୍ତ ବିଶ୍ୱାଳ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରେ କଂଗ୍ରେସରେ ଗୋଷ୍ଠୀବିବାଦ ଥିଲା ଓ ଯେଉଁଥିପାଇଁ ବସନ୍ତ ବିଶ୍ୱାଳ ଓ ଲୁଲୁ ମହାପାତ୍ରଙ୍କୁ ନିଲମ୍ବନ କରାଯାଇଥିଲା । ପରେ ସେମାନଙ୍କ ନିଲମ୍ବନ ପ୍ରତ୍ୟାହାର ହେଲା ଓ କଂଗ୍ରେସ ୧୯୯୫ ମସିହାରେ ସରକାର ଗଢ଼ିଲା । ଏବେ ସମୟ ଆସିଛି ସମସ୍ତେ ଏକଜୁଟ ହୋଇ ପୁଣିଥରେ ସରକାର ଗଢ଼ିବା ପାଇଁ କାର୍ଯ୍ୟ କରିବା । ଚିରଞ୍ଜିବଙ୍କ ନିଲମ୍ବନ ନିଷ୍ପତ୍ତି ଏଆଇସିସି ନେଇଛି । ତେଣୁ ଏ ଦିଗରେ ହାଇକମାଣ୍ଡ ପୁନର୍ବିଚାର କରିପାରନ୍ତି । ରାଜ୍ୟରେ ବିଜେପି ଓ ବିଜେଡି ବିରୁଦ୍ଧରେ କଂଗ୍ରେସ ଲଢ଼ୁଛି । ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ ଅଛି ଓ କଂଗ୍ରେସ ହିଁ କେବଳ ବିକଳ୍ପ ଦେଇପାରିବ ।

ସେହିପରି ଏଆଇସିସି ସାଧାରଣ ସମ୍ପାଦକ ଶ୍ରୀ ରାଉତ କହିଛନ୍ତି ଯେ, ଚିରଞ୍ଜିବଙ୍କ ନିଲମ୍ବନ ପ୍ରସଙ୍ଗରେ ସେ ଓଡ଼ିଶା ପ୍ରଭାରୀ ଏ ଚେଲାକୁମାର ଓ ଏଆଇସିସି ଶୃଙ୍ଖଳା କମିଟି ସଦସ୍ୟ ତାରିକ ଅନୱରଙ୍କ ସହ ନିକଟରେ ଆଲୋଚନା କରିଥିଲେ । ପିସିସି ସଭାପତିଙ୍କ ଅଭିଯୋଗରେ ଏଭଳି ନିଷ୍ପତ୍ତି ନିଆଯାଇଛି ଓ ଓଡ଼ିଶା ପ୍ରଭାରୀ ଏ ସମ୍ପର୍କରେ କିଛି କହିପାରିବେ । ଯେହେତୁ ନିର୍ବାଚନ ପାଖେଇ ଆସିଲାଣି, ତେଣୁ ଦଳକୁ ପୁନଃସଂଗଠିତ କରିବାର ଆବଶ୍ୟକତା ରହିଛି ଓ କାହାକୁ ବାଦ୍ ଦେଇ ଏହା ସମ୍ଭବପର ନୁହେଁ । ଯଦି କେହି ବିଶୃଙ୍ଖଳିତ କାର୍ଯ୍ୟରେ ଲିପ୍ତ ଅଛନ୍ତି ତାଙ୍କୁ ଚେତାବନୀ ଦିଆଯାଉ, ନିଲମ୍ବନ କରାଯାଉ । ଯେହେତୁ ଚିରଞ୍ଜିବ ଓ ମହମ୍ମଦ ମୋକିମ କେବେବି ଦଳ ଛାଡ଼ିବେ ବୋଲି କହିନାହାନ୍ତି କିମ୍ବା ଦଳ ବିରୁଦ୍ଧରେ କିଛି କରିନାହାନ୍ତି ତେଣୁ ଉଭୟ ନେତାଙ୍କ ନିଲମ୍ବନ ରଦ୍ଦ କରାଯାଉ ବୋଲି ଆମେ ଚାହୁଁଛୁ ।

ଏପଟେ ଦୀର୍ଘ ୧୫ଦିନରୁ ଅଧିକ ଦିନ ଧରି ନିଲମ୍ବିତ ହୋଇଥିଲେ ମଧ୍ୟ ଚିରଞ୍ଜିବ ନିଜ ସପକ୍ଷରେ ଦଳ ଭିତରେ ସମର୍ଥନ ସଂଗ୍ରହରେ ବିଫଳ ହୋଇଛନ୍ତି । ଯେଉଁ କିଛି ହାତଗଣତି ସମର୍ଥକମାନେ ଆସି କଂଗ୍ରେସ ଭବନରେ ହୋ-ହାଲ୍ଲା କରୁଥିଲେ ପିସିସି ଶୃଙ୍ଖଳା କମିଟିର କାର୍ଯ୍ୟାନୁଷ୍ଠାନ ପରେ ସେମାନେ ବି ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛନ୍ତି । ତେଣୁ ଏଭଳି ସ୍ଥିତିରେ ଚିରଞ୍ଜିବଙ୍କୁ ଖୋଲା ସମର୍ଥନ କରିବାକୁ କେହି ଆଗଭର ହେଉନାହାନ୍ତି କିମ୍ବା ଏଆଇସିସି ନିଷ୍ପତ୍ତିକୁ ଖୋଲା ଚ୍ୟାଲେଞ୍ଜ କରିବାର ସାହାସ ବି ଦେଖାଉନାହାନ୍ତି । କଂଗ୍ରେସର ସାଂଗଠନିକ ପରିଚାଳନାକୁ ନେଇ ସବୁବେଳେ ଗୋଳମାଳିଆ ଅବସ୍ଥା ଲାଗି ରହୁଥିବାରୁ ଚିରଞ୍ଜିବ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ବେଶୀ ଦିନ ରହିବ ନାହିଁ ବୋଲି ଭାବିଥିଲେ । କିନ୍ତୁ ଦଳ ପକ୍ଷରୁ ସେଭଳି କିଛି ସଙ୍କେତ ମିଳୁନଥିବାରୁ ଚିରଞ୍ଜିବ ଏବେ ନିଜର ରାଜନୀତିକ ଅସ୍ତିତ୍ୱ ଓ ଭବିଷ୍ୟତ ପାଇଁ ବରିଷ୍ଠ ନେତାମାନଙ୍କ ଶରଣ ପଶିବାକୁ ବାଧ୍ୟ ହୋଇଛନ୍ତି ।

ପ୍ରଦେଶ କଂଗ୍ରେସରେ ବସନ୍ତ ବିଶ୍ୱାଳଙ୍କ ସମର୍ଥକ ଓ ଅନୁଗତଙ୍କ ନେତୃତ୍ୱ ନେଉଥିବା ଚିରଞ୍ଜିବ ଏବେ ସମ୍ପୂର୍ଣ୍ଣ ଭାବେ ଦଳରେ କୋଣଠେସା ହୋଇ ରହିଛନ୍ତି । ଦଳର କାର୍ଯ୍ୟକାରୀ ସଭାପତି ଥାଇ କୌଣସି ସାଂଗଠନିକ କାର୍ଯ୍ୟରେ ସାମିଲ ନହେବା, ବିଜେଡିରେ ମିଶିବାକୁ ନେଇ ବାରମ୍ବାର ଚର୍ଚ୍ଚାରେ ରହିବା, ନିଜ ନିର୍ବାଚନମଣ୍ଡଳୀରେ କୌଣସି ସାଂଗଠନିକ କାର୍ଯ୍ୟ ନକରିବା ଆଦି ଯୋଗୁ ଚିରଞ୍ଜିବ କଂଗ୍ରେସ ଛାଡ଼ିପାରନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ କଂଗ୍ରେସ ତାଙ୍କୁ ନିଲମ୍ବନ କରି ବିଜେଡିରେ ମିଶିବାର ବାଟକୁ ବି ସବୁଦିନ ପାଇଁ ବନ୍ଦ କରିଦେଇଛି । ବିଜେଡିର ରାଜ୍ୟରେ ସ୍ଥିତି ଯାହା କଦାପି ଜଣେ ପ୍ରତ୍ୟାଖ୍ୟାତ ନେତାଙ୍କୁ ନେଇ ନିଜର ମୁଣ୍ଡବ୍ୟଥା ବଢ଼ାଇବ ନାହିଁ । ଚିରଞ୍ଜିବଙ୍କର ଦଳରେ ସମର୍ଥନ ନଥିବା ପ୍ରମାଣିତ ହୋଇସାରିଛି ଓ ନିଲମ୍ବନ ପରଠୁ ରାଜନୀତିକ ପତିଆରା ବି ହ୍ରାସ ପାଇଛି । ତେଣୁ ଚିରଞ୍ଜିବ ଏବେ ଅକଳରେ ପଡ଼ିଥିବା ଚର୍ଚ୍ଚା ହେଉଛି ।

ଅବଶ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର ସପକ୍ଷରେ ମତ ଦେଉଛନ୍ତି ତଥାପି ନିଲମ୍ବିତ ସଦସ୍ୟମାନଙ୍କ ଲିଖିତ ସ୍ପଷ୍ଟୀକରଣକୁ ସେ ଅପେକ୍ଷା କରିଛନ୍ତି । ଉଭୟ ନେତା ଲିଖିତ ସ୍ପଷ୍ଟୀକରଣ ଦେଲେ ସେ ତାକୁ ଏଆଇସିସିକୁ ପଠାଇ ନିଲମ୍ବନ ରଦ୍ଦ ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି । କିନ୍ତୁ ଏହି ଦୁଇ ନେତା ନିଜର ପତିଆରା ଦେଖାଇବାକୁ ଲିଖିତ ଭାବେ ପିସିସି ସଭାପତିଙ୍କୁ କୌଣସି ସ୍ପଷ୍ଟୀକରଣ ଦେବାକୁ ଇଚ୍ଛୁକ ନଥିବା ପିସିସି ମହଲରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story