କଂଗ୍ରେସରୁ ଇସ୍ତଫା ଦେଲେ ଚିରଞ୍ଜୀବ ବିଶ୍ୱାଳ। ଆଜି ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ସେଥିରେ ଉଲ୍ଲେଖ କରିଛନ୍ତି।
୨୦୧୪ରେ ଜଗତସିଂହପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଚିରଞ୍ଜୀବ। ୨୦୧୯ରେ ସେ ଏହି ଆସନରୁ କଂଗ୍ରେସ ଟିକେଟରେ ଲଢ଼ିଥିଲେ। କିନ୍ତୁ ହାରି ଯାଇଥିଲେ। ୨୦୦୯ରେ ମଧ୍ୟ ସେ ଏହି ଆସନରୁ କଂଗ୍ରେସ ଟିକେଟରେ ଲଢ଼ି ପରାସ୍ତ ହୋଇଥିଲେ। ୨୦୦୪ରେ ସେ ତିର୍ତ୍ତୋଲ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ।
ଚିରଞ୍ଜୀବଙ୍କ ଇସ୍ତଫା ନିହାତି ଭାବେ କଂଗ୍ରେସ ପାଇଁ ଏକ ବଡ଼ ଧକ୍କା। କାରଣ ସେ ଜଗତସିଂହପୁରର ଜଣେ ଟାଣୁଆ କଂଗ୍ରେସ ନେତା ଥିଲେ। ସେ ପିସିସି କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ଚିରଞ୍ଜୀବ ହେଉଛନ୍ତି ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ପୁଅ। ଚିରଞ୍ଜୀବଙ୍କ ଭାଇ ରଂଜୀବ ବିଶ୍ୱାଳ ମଧ୍ୟ କଂଗ୍ରେସ ତରଫରୁ ରାଜ୍ୟସଭା ସାଂସଦ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଜେଡିରେ ଦ୍ୱିତୀୟ ଓ ତୃତୀୟ ପିଢ଼ିର ନେତାଙ୍କ ଭିତରେ ବିବାଦ!
କିଛି ଦିନ ତଳେ ପୂର୍ବତନ ବିଧାୟକଙ୍କ ପୁଅମାନେ ମେଳି କରିଥିବା ନଜରକୁ ଆସିଥିଲା। ଯେଉଁଥିରେ ଥିଲେ ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ରସାରଥି ବେହେରା, ଅଂଶୁମାନ ମହାନ୍ତି, ପ୍ରଣବ ବଳବନ୍ତରାୟ ପ୍ରମୁଖ।
Politics
ବିଜେଡି ନେତାଙ୍କ ମୂଷା ଉପାକ୍ଷାନ
ମୂଷା ବଂଶ କ’ଣ ଲୋପ୍ କରାଯାଇପାରିବ ନାହିଁ କି ପ୍ରଶ୍ନରେ ସମ୍ୱିତ କହିଛନ୍ତି, ମୂଷା ବଂଶ କ’ଣ ନିପାତ ହୋଇପାରିବ? କାରଣ ସେମାନଙ୍କର ପ୍ରଜନନ କ୍ଷମତା ଅଧିକ। ତେଣୁ ସେମାନେ ରହିବେ। ସେମାନଙ୍କ ବଂଶ ଲୋକ କରିହେବନି।
Politics
ବିଜେପି ନେତାଙ୍କ ବିବାଦୀୟ ବୟାନ: କହିଲେ- ପ୍ରିୟଙ୍କାଙ୍କ ଗାଲ ଭଳି ରାସ୍ତା କରିଦେବି
ଦିଲ୍ଲୀର କାଲକାଜୀ ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ସାଂସଦ ରମେଶ ବିଧୁଡ଼ି। ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ପରେ ମାଗିଲେ କ୍ଷମା।
Politics
ଯାଜପୁର ଜିଲ୍ଲାରେ ରାଜନୈତିକ ରାବଣଙ୍କର ଅନ୍ତ ଘଟିଛି: ମୁଖ୍ୟମନ୍ତ୍ରୀ
ଯାଜପୁର ଜିଲ୍ଲାରେ ରାଜନୈତିକ ରାବଣଙ୍କର ଅନ୍ତ ଘଟିଛି। ବିରୋଧୀଙ୍କୁ ନିଶାନା କରି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତକାଲି ସଂଧ୍ୟାରେ ଯାଜପୁର ଧର୍ମଶାଳା ମହୋତ୍ସବରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ।
Politics
ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଡ଼ିଲା ଡ୍ରୋନ୍, ଦେଖନ୍ତୁ ଭିଡିଓ
ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପରେ ଏଭଳି ଡ୍ରୋନ୍ ଉଡ଼ାଇବାକୁ କିଏ ଅନୁମତି ଦେଲା ଏବଂ କିପରି ଏହା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖସିପଡ଼ିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।