Advertisment

୫ଟି ସଚିବଙ୍କୁ ବିରୋଧ: ବିଜେପି-ବିଜେଡି କର୍ମୀ ମୁହାଁମୁହିଁ

୫ଟି ସଚିବଙ୍କ ଗଂଜାମ ଗସ୍ତ ଆରମ୍ଭରୁ ପ୍ରତିବାଦ ଦେଖିବାକୁ ମିଳିଛି।

Group Clash

Group Clash

Advertisment

ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା 5T ସଚିବ ଭି.କେ ପାଣ୍ଡିଆନଙ୍କୁ ବିରୋଧ ଜାରି ରହିଛି। ଏହାକୁ ନେଇ ଆଜି ଜିଲ୍ଲାର ଦିଗପହଣ୍ଡିରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି କର୍ମୀ।

Advertisment

୫ଟି ସଚିବଙ୍କ ଗସ୍ତକୁ ବିରୋଧ କରି ୫୦ରୁ ଅଧିକ ବିଜେପି କର୍ମୀ ପୁଞ୍ଜିକୟା ଛକଠାରେ କଳା ପତାକା ପ୍ରଦର୍ଶନ କରିଥିଲେ। ଏହି ସମୟରେ କିଛି ଯୁବ ବିଜେଡି କର୍ମୀ ଘଟଣାସ୍ଥଳକୁ ଆସି ବିରୋଧ କରିଥିଲେ। ଫଳରେ ଉଭୟ କର୍ମୀ ମୁହାଁମୁହିଁ ହେବା ସହ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଉପସ୍ଥିତିରେ ସେମାନେ ପରସ୍ପରକୁ ଆକ୍ରମଣ କରିଥିଲେ। ପରେ ପୁଲିସ ଲାଠି ଚାଳନା କରିଥିଲେ। ୩୦ ମିନିଟ୍ ଧସ୍ତାଧସ୍ତି, ପାଟିତୁଣ୍ଡ ଆଦି ଚାଲିବା ପରେ ୧୫ରୁ ଅଧିକ ବିଜେପି କର୍ମୀଙ୍କୁ ପୁଲିସ ଉଠାଇ ନେଇଛି।

ସେହିପରି ଆଜି ୫ଟି ସଚିବଙ୍କ ସାନଖେମୁଣ୍ଡି ଗସ୍ତ ପୂର୍ବରୁ ବିଜେପି ଜୋରଦାର ବିରୋଧ କରିଛି। ପଟପୁର ଗାନ୍ଧିଛକଠାରେ ବିଜେପି କର୍ମୀମାନେ କଳା ପୋଷାକ ପିନ୍ଧି ଗୋ ବ୍ୟାକ୍ ନାରା ଦେଇ ପ୍ରତିବାଦ କରିଥିଲେ। ଏହି ସମୟରେ ୧୫ରୁ ଅଧିକ କର୍ମୀଙ୍କୁ ପୁଲିସ ଉଠାଇ ନେଇଥିଲା।

Advertisment

୫ଟି ସଚିବଙ୍କ ଗଂଜାମ ଗସ୍ତ ଆରମ୍ଭରୁ ପ୍ରତିବାଦ ଦେଖିବାକୁ ମିଳିଛି।

BjD Bjp 5T
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe