Advertisment

ଫସଲ କ୍ଷତି: ଆସନ୍ତାକାଲି ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ, ୩୦ରେ ଯିବେ ନବୀନ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତି ସ୍ଥିତିର ସମୀକ୍ଷା କରିବା ପରେ ଆସନ୍ତାକାଲି ଜିଲ୍ଲା ଗସ୍ତରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

undefined

Mohan Majhi

Advertisment

ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିରୋଧୀ ଦଳ ନେତା। ଫସଲ କ୍ଷୟକ୍ଷତିର ଅନୁଧ୍ୟାନ ସହ ଚାଷୀଙ୍କ ମନୋବଳ ବୃଦ୍ଧି ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ୩ଜଣ ମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତରେ ଯିବେ । ସେହିପରି ବିରୋଧୀ ଦଳ ନେତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପରଦିନ ଅର୍ଥାତ୍ ୩୦ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତି ସ୍ଥିତିର ସମୀକ୍ଷା କରିବା ପରେ ଆସନ୍ତାକାଲି ଜିଲ୍ଲା ଗସ୍ତରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ନୟାଗଡ଼ ଜିଲ୍ଲାର ରଣପୁର, ଗଜପତିର ଗୋସାଣୀ ଓ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା/ଛତ୍ରପୁର ବ୍ଲକ ଯାଇ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ ସହ ଚାଷୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି ।

Advertisment

ସେହିପରି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କଟକ ଓ ଜଗତସିଂହପୁର, ପ୍ରଭାତୀ ପରିଡ଼ା ଭଦ୍ରକ ଓ ବାଲେଶ୍ୱର, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଓ ଯାଜପୁର ଏବଂ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯିବେ ବୋଲି ସୂଚନା ମିଳିଛି ।

ଏପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୩୦ତାରିଖରେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର, ଆସିକା ଓ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଗସ୍ତ କରିବେ । କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ କହିଛନ୍ତି ଯେ, ଅଦିନିଆ ବର୍ଷାରେ ଉଭୟ ରବି ଓ ଖରିଫ ଫସଲ ନଷ୍ଟ ହୋଇଛି । ଦଳର ଶ୍ରୀ ପଟ୍ଟନାୟକ ଦିନିକିଆ ଗସ୍ତରେ ଗଞ୍ଜାମ ଆସି ଚାଷୀଙ୍କୁ ଭେଟିବେ । ଧାନ ଚାଷୀଙ୍କ ଫସଲ କ୍ଷୟକ୍ଷତିକୁ ଅନୁଧ୍ୟାନ ମଧ୍ୟ କରିବେ । କବିସୂର୍ଯ୍ୟନଗରର ନୂଆଗାଁ ପେଟ୍ରୋଲ ପମ୍ପ ନିକଟରେ ଏକ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ନିଜେ ଚାଷୀମାନଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିବେ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି ।

ଅନ୍ୟପକ୍ଷରେ ବିଜେଡି ବିଧାୟକ ତଥା ପୂର୍ବତନ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ୪ଦିନିରେ ୪ଜଣ ଚାଷୀ ଆତ୍ମହତ୍ୟା କଲେଣି । ଏଭଳି ସ୍ଥିତି ଓଡ଼ିଶାରେ ବିରଳ । ସରକାର ସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ତୁରନ୍ତ ଚାଷୀଙ୍କୁ ସହାୟତା ଦେବାକୁ ସେ ଦାବି କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ସାଧାରଣ ନିର୍ବାଚନରେ ପରାଜିତ ହେବାପରେ ତଥା ସରକାରରୁ ଯିବାପରେ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ଚାଷୀମାନଙ୍କୁ ଭେଟିବାକୁ  ଯାଉଛନ୍ତି । ଗତ ଦୁଇଦିନ ତଳେ ଗଞ୍ଜାମ ଜିଲ୍ଲାକୁ ମଧ୍ୟ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମଧ୍ୟ ଗସ୍ତ କରିଥିଲା ।

Bjp Bhubaneswar Bhubaneswar News Mohan Charan Majhi Cmo Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe