Advertisment

ସମ୍ଭାଳି ପାରିଲେନି ସରକାର! ବୀରମହାରାଜପୁରକୁ NAC ଘୋଷଣା

ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସ୍ଥିତି ବିଗିବା ସମ୍ଭାବନା ଦେଖି ଆଜି ସନ୍ଧ୍ୟା ବେଳେ ବୀରମହାରାଜପୁରକୁ NAC ଭାବେ ଘୋଷଣା କରିଛନ୍ତି ସରକାର। ତେବେ ଅନ୍ୟ ଜିଲ୍ଲାରେ ଉଠିଥିବା ଦାବିକୁ ମୁଖ୍ୟମନ୍ତ୍ରୀ କେମିତି ପ୍ରଶମିତ କରିବେ, ତାହା ଦେଖିବାର ବାକି ରହିଛି।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ଶନିବାର ରାଜ୍ୟ ସରକାର ୩୪ଟି ବିଜ୍ଞାପିତ ଅଞ୍ଚଳ ପରିଷଦ(NAC) ଘୋଷଣା କରିଥିଲେ। ହେଲେ ସେହି ତାଲିକାରେ ନଥିଲା ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର। ଯାହାକୁ ଆଜି ବୀରମହାରାଜପୁରରେ ଅସନ୍ତୋଷ ପ୍ରକାଶ ପାଇଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସ୍ଥିତି ବିଗିବା ସମ୍ଭାବନା ଦେଖି ଆଜି ସନ୍ଧ୍ୟା ବେଳେ ବୀରମହାରାଜପୁରକୁ NAC ଭାବେ ଘୋଷଣା କରିଛନ୍ତି ସରକାର। ତେବେ ଅନ୍ୟ ଜିଲ୍ଲାରେ ଉଠିଥିବା ଦାବିକୁ ମୁଖ୍ୟମନ୍ତ୍ରୀ କେମିତି ପ୍ରଶମିତ କରିବେ, ତାହା ଦେଖିବାର ବାକି ରହିଛି।

Advertisment

NAC ତାଲିକାରୁ ବୀରମହାରାଜାପୁର ବାଦ୍‌ ପଡ଼ିଥିଲା। ଏହାକୁ ନେଇ ବୀରମହାରାଜପୁରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବୀରମହାରାଜପୁର ନାଗରିକ କମିଟି ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଏଥିପାଇଁ ବିଧାୟକ ପଦ୍ମନାଭ ବେହେରାକୁ ଦାୟୀ କରାଯାଇଥିଲା। ଏଥିସହ ନବୀନ ପଟ୍ଟନାୟକଙ୍କ ଫଟୋରେ କାଳି ବୋଳାଯାଇଥିଲା। ବୀରମହାରାଜପୁର ମୁଖ୍ୟ ଛକରେ ନବୀନ ପଟ୍ଟନାୟକ ମୁର୍ଦ୍ଦବାଦ, ବିଧାୟକ ପଦ୍ମନାଭ ବେହେରା ମୁର୍ଦ୍ଦାବାଦ ନାରା ଦିଆଯାଇଥିଲା। ଖାଲି ସେତିକି ନୁହେଁ, ଆସନ୍ତାକାଲି ୧୨ ଘଟିଆ ବନ୍ଦ ଡାକରା ଦିଆଯାଇଥିଲା। ସରକାର ତରୁନ୍ତ ବୀରମହାରାଜପୁରକୁ ଏନଏସି ଘୋଷଣା ନକଲେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବାକୁ ଧମକ ଦିଆଯାଇଥିଲା।

ବୀରମହାରାଜପୁରବାସୀଙ୍କ ଏପରି ପ୍ରତିବାଦ ଦେଖି ଚିଇଁକି ଉଠିଥିଲା ଜିଲ୍ଲା ପ୍ରଶାସନ ଓ ଶାସକ ବିଜେଡି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଆଉ ବେଶୀ ରିସ୍କ ନିବାକୁ ଚାହିଁଲେ ନାହିଁ ରାଜ୍ୟ ସରକାର। ସନ୍ଧ୍ୟା ବେଳେ ପ୍ରେସ୍‌ରିଲିଜ୍‌ ଜାରି କରି ବୀରମହାରାଜପୁରକୁ ଏନ୍‌ଏସି ଭାବେ ଘୋଷଣା କରିଦେଲେ। ସରକାରଙ୍କ ଏହି ଘୋଷଣା ପରେ ଆସନ୍ତାକାଲି ଦିଆଯାଇଥିବା ବନ୍ଦ ଡାକରାକୁ ପ୍ରତ୍ୟାହୃତ କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, ଏନ୍‌ଏସି ଘୋଷଣା କରି ବୀରମହାରାଜପୁରରେ ଉଠିଥିବା ଅସନ୍ତୋଷର ନିଆଁକୁ ପ୍ରଶମିତ କରିଦେଲେ। ହେଲେ ରାଜ୍ୟର ଅନ୍ୟ ଜିଲ୍ଲାରେ ଉଠିଥିବା ନିଆଁକୁ କେମିତି ଲିଭାଇବେ।

ସେପଟେ ରାଜ୍ୟରେ ଆହୁରି ୨୮ ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବି ଆସିଥିବା ବିଧାନସଭାରେ ଉତ୍ତର ରଖିଥିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ତେବେ ହାଇକୋର୍ଟରେ ଏନେଇ ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ସ୍ପଷ୍ଟ କରିଥିଲେ ଯେ, ହାଇକୋର୍ଟଙ୍କ ବିନା ଅନୁମତିରେ କୌଣସି ନୂଆ ଜିଲ୍ଲା ଗଠନ ନେଇ ନିଷ୍ପତ୍ତି ନେଇପାରିବେନି ରାଜ୍ୟ ସରକାର। ଏଭଳି ସ୍ଥିତିରେ ନୂଆ ଜିଲ୍ଲା ଗଠନରେ ବିଫଳତାର ଆକ୍ରୋଶରୁ ବର୍ତ୍ତିବାକୁ ଏନଏସି କାର୍ଡ ଖେଳିଛନ୍ତି କି ସରକାର ? ଏପଟେ ଏନଏସି ମାନ୍ୟତା ପାଇବାରୁ ଅନେକ ଦାବିଦାର ଅଞ୍ଚଳ ବାଦପଡ଼ିବାରୁ ବଢୁଥିବା ଅସନ୍ତୋଷ ଶାସକ ଦଳ ପାଇଁ ବୁମେରାଂ ହେବନି ତ ? ଏସବକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।

Subarnpur NAC