Advertisment

ମୁଖ୍ୟ ଶାସନ ସଚିବଙ୍କ ବଢ଼ିଲା ଅଡୁଆ, ନିଲମ୍ବିତ ପାଇଁ ଏଲ୍‌ଜିଙ୍କୁ ସୁପାରିଶ କଲେ କେଜ୍ରିଓ୍ୱାଲ

ମୁଖ୍ୟ ଶାସନ ସଚିବଙ୍କୁ ତୁରନ୍ତ ପଦରୁ ହଟାଇବା ତଥା ନିଲମ୍ବିତ କରିବା ପାଇଁ କେଜ୍ରିଓ୍ୱାଲ ସୁପାରିଶ କରିଛନ୍ତି।

Delhi cm and chief secy

Delhi cm and chief secy

Advertisment

ଦିଲ୍ଲୀ ମୁଖ୍ୟ ସଚିବ ନରେଶ କୁମାରଙ୍କ ବଢ଼ିଲା ଅଡୁଆ। ତାଙ୍କ ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ। ଦିଲ୍ଲୀର ଭିଜିଲାନ୍ସ ମନ୍ତ୍ରୀ ଅତିଶି ଏହି ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଭିଜିଲାନ୍ସ ବିଭାର ରିପୋର୍ଟକୁ ଦିଲ୍ଲୀ ଉପରାଜ୍ୟପାଳ ବିକେ ସକ୍‌ସେନାଙ୍କ ପାଖକୁ ପଠାଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କୁ ତୁରନ୍ତ ପଦରୁ ହଟାଇବା ତଥା ନିଲମ୍ବିତ କରିବା ପାଇଁ କେଜ୍ରିଓ୍ୱାଲ ସୁପାରିଶ କରିଛନ୍ତି। ଏଥିସହ ମନ୍ତ୍ରୀ ଅତିଶିଙ୍କୁ ଏହି ରିପୋର୍ଟ ସିବିଆଇ ଓ ଇଡି ପାଖକୁ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ନିର୍ଦ୍ଦେଶ ଦେଇଛନ୍ତି।

Advertisment

୬୭୦ ପୃଷ୍ଠା ସମ୍ବଲିତ ଏହି ରିପୋର୍ଟରେ ଦିଲ୍ଲୀ ମୁଖ୍ୟ ସଚିବ ନରେଶ କୁମାର ଓ ଡିଭିଜନାଲ କମିଶ୍ନର ଅଶ୍ୱିନୀ କୁମାରଙ୍କୁ ତରନ୍ତ ସେମାନଙ୍କୁ ପଦରୁ ହଟାଇବାକୁ ଦାବି କରାଯାଇଛି। ଏଥିସହ ଏହି ମାମଲା ସହ ଜଡିତ ସମସ୍ତ ଫାଇଲକୁ ତୁରନ୍ତ ଜବତ କରିବାକୁ କୁହାଯାଇଛି।

ଦ୍ୱାରକା ଏକ୍ସପ୍ରେସୱେ ପ୍ରକଳ୍ପରେ ଜମି ଅଧିଗ୍ରହଣରେ ଅନିୟମିତତା କରାଯାଇଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭିଜିଲାନ୍ସ ମନ୍ତ୍ରୀ ଅତିଶୀ ସିଂହଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ କେଜ୍ରିୱାଲ । ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ପୁଅ କରଣ ଚୌହାନ ଜଣେ ସମ୍ପର୍କୀୟଙ୍କ ଦ୍ୱାରା ନିୟୋଜିତ ହୋଇଥିଲେ, ଯାହାକୁ ଏକ ସଡକ ପ୍ରକଳ୍ପ ପାଇଁ ଅଧିଗ୍ରହଣ କରାଯାଇଥିବା ଜମି ପାଇଁ କ୍ଷତିପୂରଣ ଦିଆଯାଇଥିବା ଅଭିଯୋଗ ହୋଇଛି।

Advertisment

ବାସ୍ତବରେ, ଜାତୀୟ ରାଜପଥ ପ୍ରାଧିକରଣ (NHAI) ଦ୍ୱାରା ଅଧିଗ୍ରହଣ କରାଯାଉଥିବା ବାମନୋଲିରେ ୧୯ ଏକର ଜମିର ମୂଲ୍ୟକୁ ଚଳିତ ବର୍ଷ ମେ' ମାସରେ ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ (ଦକ୍ଷିଣ ପଶ୍ଚିମ) ହେମନ୍ତ କୁମାରଙ୍କ ଦ୍ୱାରା ୪୧ କୋଟିରୁ ୩୫୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ପରେ ଗୃହ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ହେମନ୍ତ କୁମାରଙ୍କୁ ନିଲମ୍ବିତ କରିଥିଲେ।

କେଜ୍ରିଓ୍ୱାଲଙ୍କୁ ଦିଆଯାଇଥିବା ୬୭୦ ପୃଷ୍ଠା ସମ୍ବଲିତ ଏହି ରିପୋର୍ଟରେ ମୁଖ୍ୟ ସଚିବଙ୍କ ପୁଅ ୮୫୦ କୋଟି ଟଙ୍କାର ଅନୁଚିତ ଲାଭ ପାଇଥିାବ ଅଭିଯୋଗ ହୋଇଛି। ୨୦୧୫ରେ ଦ୍ୱାରକା ଏକ୍ସପ୍ରେସ୍‌ ଓ୍ୱେ ନିକଟରେ ଏହି ଜମିକୁ ପ୍ରାୟ ୭୫ ଲକ୍ଷ ଟଙ୍କାରେ କିଣା ଯାଇଥିଲା। ତେବେ ଏହି ଜମିରୁ ମୁଖ୍ୟ ଶାସନ ସଚିବଙ୍କ ପୁଅଙ୍କ କମ୍ପାନୀକୁ ବେଆଇନ୍ ରୂପେ ୮୫୦ କୋଟି ଟଙ୍କାର ଲାଭ ହୋଇଥିବା ଭିଜିଲାନ୍ସ ବିଭାଗ ତଦନ୍ତରୁ ଜଣାପଡିଛି।

ସେପଟେ ସୋମବାର ଦିନ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ତରଫରୁ ବିଭାଗୀୟ କମିଶନର ଅଶ୍ୱିନୀ କୁମାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ।

Arvind Kejriwal Delhi LG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe