Advertisment

ବୈଜୟନ୍ତଙ୍କ ସିଧା ହମଲା; ବହୁତ ହୋଇଗଲା,ଏବେ କଣ୍ଢେଇ ନଚାଳିଙ୍କୁ ବାଏ ବାଏ

ବୈଜୟନ୍ତଙ୍କ ଟ୍ୱିଟ୍ ନେଇ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ଅଦ୍ୟତନ ହୋଇଛି
Baijayant Panda

Baijayant Panda

Advertisment

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘AI’  ଭିଡିଓକୁ ନେଇ ଶାଣିତ ସମାଲୋଚନା କରିଛନ୍ତି। ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ନାଁ ନ ନେଇ ଏବେ ବହୁତ ହୋଇଗଲା, କଣ୍ଢେଇ ନଚାଳିଙ୍କୁ ବାଏ ବାଏ  କରିବାକୁ ଆହ୍ୱାନ ଦେଇଛନ୍ତି।

Advertisment

ସୋଶାଲ୍ ମିଡିଆ ପ୍ଲାଟଫର୍ମ Xରେ ବୈଜୟନ୍ତ ଲେଖିଛନ୍ତି, ସର୍ବସାଧାରଣରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଏକ କଣ୍ଢେଇ ନଚାଳି ଯେଉଁଭଳି ଭାବେ ଦୁର୍ବ୍ୟବହାର କରିଛି, ପରେ ଆଉ ଏକ AI ପ୍ରସ୍ତୁତ ଡିଫଫେକ୍ ଭିଡିଓ ଜାରି କରାଯାଇ ସବୁ କିଛି ଠିକ୍ ଅଛି ବୋଲି ଦର୍ଶାଇବାକୁ ଉଦ୍ୟମ କରାଯାଇଛି। ଯାହାକୁ ଆଦୌ ଅଣଦେଖା କରାଯାଇପାରିବନି। ମୁଖ୍ୟମନ୍ତ୍ରୀ ନିଜ ତରଫରୁ ଆଦୌ ଏପରି କରିନଥିବେ। ନିଜ ଆକାଂକ୍ଷା ପୂରଣ ପାଇଁ ସେହି କଣ୍ଢେଇ ନଚାଳି ଜଣକ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କହିବା ପାଇଁ କହି ଭୁଲ ରାସ୍ତା ଦେଖାଉଛନ୍ତି।

ବୈଜୟନ୍ତ ଟ୍ୱିଟ୍‌ରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଖୋଲା ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ନଚାଳି ଜଣକ ଶାରିରୀକ ଭାବେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଏବଂ ତାଙ୍କ ହାତକୁ ଟାଣି ଆଣିବା ଦୃଶ୍ୟକୁ ହଜାର ହଜାର ଲୋକ ନିଜ ଆଖିରେ ଦେଖିଛନ୍ତି। ସେହିଭଳି ଏ ଦୃଶ୍ୟକୁ ଅନେକ ଟେଲିଭିଜନ ପରଦାରେ ମଧ୍ୟ ଦେଖିଛନ୍ତି। ଓଡ଼ିଶାରେ କଳାକୁ ଧଳା ଓ ଧଳାକୁ କଳା କହିବାର ବହୁତ ହୋଇଗଲା। ଏଣିକି ଆଉ ନୁହେଁ, ଏବେ କଣ୍ଢେଇ ନଚାଳିଙ୍କୁ ବାଏ, ବାଏ  କରିବାର ବେଳ ଆସିଯାଇଛି ବୋଲି କହି ବର୍ଷିଛନ୍ତି ବୈଜୟନ୍ତ। ଅନ୍ୟପକ୍ଷରେ ବୈଜୟନ୍ତଙ୍କ ଟ୍ୱିଟ୍ ନେଇ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟିରେ ଦେଖିବାକୁ ମିଳିଛି ନବୀନ ପଟ୍ଟନାୟକ ଭାଷଣ ଦେବା ବେଳେ ତାଙ୍କ ହାତ ଥରୁଛି। ତାଙ୍କ ପାଇଁ ମାଇକ୍‌ ଧରି ଛିଡ଼ା ହୋଇଥିବା ଭି.କେ ପାଣ୍ଡିଆନ ତାହା ଦେଖିପାରିଛନ୍ତି। ତାଙ୍କ ଭାବଭଙ୍ଗୀ ଦେଖି ଲାଗୁଛି, ସେ ଚାହୁଁଛନ୍ତି ଲୋକେ ଯେମିତି ନବୀନଙ୍କ ଥରୁଥିବା ହାତଟିକୁ ନ ଦେଖନ୍ତୁ। ସେଥିପାଇଁ ସେ ନବୀନଙ୍କ ହାତକୁ ଟିକେ ଦେଖୁଛନ୍ତି ଓ ତା’ ପରେ ଲୋକଙ୍କୁ କଣେଇ କଣେଇ ଚାହୁଁଛନ୍ତି। ଆଉ ମଉକା ଦେଖି ନବୀନଙ୍କ ଥରୁଥିବା ହାତଟିକୁ ଭିଡ଼ି ନେଉଛନ୍ତି, ଯେମିତି କେହି ନଦେଖିପାରିବେ। କିନ୍ତୁ ସେହି ସମୟରେ କାହା ମୋବାଇଲ ଫୋନ୍ ଅବା କ୍ୟାମେରାରେ ଏସବୁ ରେକର୍ଡ ହୋଇଯାଇଛି ଓ ଭାଇରାଲ ହେଉଛି।

ଏହି ଭିଡିଓ ଭାଇରାଲ ହେବା ପରେ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିରେ ସେ କହିଥିଲେଯେ ତାଙ୍କ ହାତ ସଂପର୍କରେ ବିଜେପି ଜାଣିଶୁଣି ଅଯଥା ପ୍ରସଙ୍ଗ କରୁଛି। ବିଜେପିର ଏହି ପ୍ରସଙ୍ଗ କାମ ଦେବନି।

Bjp Cmo Of Odisha Baijayant Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe