Advertisment

ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପ ଓଡ଼ିଶାର ବିକାଶ ଧାରାକୁ ଆଗକୁ ନେବ। କଳାହାଣ୍ଡି, ନବରଙ୍ଗପୁର, ମାଲାକନଗିରି, କେନ୍ଦୁଝର, ମୟୂରଭଞ୍ଜ ଆଦି ଅଞ୍ଚଳରେ ଲାଭବାନ ହେବ।

author-image
Manoranjan Sial
BJP

BJP

ରେଳ ବିକାଶ ପାଇଁ ଓଡ଼ିଶାକୁ ୬ଟି ପ୍ରକଳ୍ପ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପ ଓଡ଼ିଶାର ବିକାଶ ଧାରାକୁ ଆଗକୁ ନେବ। କଳାହାଣ୍ଡି, ନବରଙ୍ଗପୁର, ମାଲାକନଗିରି, କେନ୍ଦୁଝର, ମୟୂରଭଞ୍ଜ ଆଦି ଅଞ୍ଚଳରେ ଲାଭବାନ ହେବ। ୧୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଓଡ଼ିଶା ପରିବହନକୁ ନୂଆ ଦିଶା ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଦିଲ୍ଲୀ ଗସ୍ତରେ ଥିବା ବେଳେ ନିଜ ଆଡୁ ନିମନ୍ତ୍ରଣ କରି ଓଡ଼ିଶା ସମ୍ପର୍କରେ ଅଶ୍ୱିନୀ ବୈଷ୍ଣବ ଆଲୋଚନା କରିଥିଲେ। ସେତେବେଳେ ପ୍ରତି ଜିଲ୍ଲାକୁ କିପରି ରେଳ ସଂଯୋଗୀ କରଣ ହେବ ଏବଂ ରେଳ କରିଡର କଥା ଆଲୋଚନା ହୋଇଥିଲା। ଆଶା କରୁଛି ଖୁବ୍ ଶୀଘ୍ର ତାହା ପୂରଣ ହେବ। ପ୍ରକଳ୍ପ ଗୁଡିକ ଅନୁମୋଦନ ପାଇବା ପରେ ମଧ୍ୟ ଜମି ଅଧିଗ୍ରହଣ ଓ ଅନ୍ୟନ୍ୟ ସମସ୍ୟା ପାଇଁ କାମ ବିଳମ୍ବ ହୁଏ। ମୋ ସରକାର କିନ୍ତୁ ଏଦିଗରେ ସମସ୍ତ ସହଯୋଗ କରିବେ। ମୁଁ ନିଜେ ଏହାର ତଦାରଖ କରିବି ବୋଲି ମୋହନ ମାଝୀ କହିଛନ୍ତି।

ସୂଚନାରୁ ପ୍ରକାଶ, ଶୁକ୍ରବାର ୮ଟି ବଡ଼ ଓ ମଧ୍ୟମ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଥିଲା। ଯେଉଁଥିରେ ୬ଟି ପ୍ରକଳ୍ପ ଓଡ଼ିଶାରେ ହେଉଥିବା ସୂଚନା ଦେଇଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ପ୍ରକଳ୍ପ ଗୁଡ଼ିକ ମୁଖ୍ୟତଃ ଆକାଂକ୍ଷିତ ଜିଲ୍ଲା ତଥା ଆଦିବାସୀ ଅଧ୍ୟୁଷିତ ନିର୍ବାଚନମଣ୍ଡଳୀରେ କରାଯାଉଥିବା ରେଳମନ୍ତ୍ରୀ କହିଥିଲେ। ଏହି ପ୍ରକଳ୍ପ ଗୁଡିକ ହେଲା ଗୁଣୁପୁର-ଥେରୁବାଲି (ନୂଆ ଲାଇନ୍), ଜୁନାଗଡ଼-ନବରଙ୍ଗପୁର, ବାଦାମପାହାଡ-କେନ୍ଦୁଝରଗଡ଼, ବାଙ୍ଗିରିପୋଷି-ଗୋରୁମହିଷାଣୀ, ମାଲକାନଗିରି- ପାଣ୍ଡୁରଙ୍ଗପୁରମ୍ (ଭାୟା ଭଦ୍ରାଚଳମ୍) ଓ ବୁଢ଼ାମରା - ଚକୁଳିଆ।

Advertisment

୭୩ କିଲୋମିଟର ବିଶିଷ୍ଟ ଗୁଣୁପୁର ଥେରୁବାଲି ନୂଆ ଲାଇନ, ୧୧୬ କିଲୋମିଟର ଲମ୍ବ ଜୁନାଗଡ଼- ନବରଙ୍ଗପୁର, ବାଙ୍ଗିରିପୋଷି - ଗୋରୁମହିଷାଣୀ ୮୫ କିଲୋମିଟରର ଲାଇନ୍, ବୁଢ଼ାମରା - ଚକୁଳିଆ ପ୍ରାୟ ୬୦ କିଲୋମିଟର ଲାଇନ୍ ଏବଂ ମାଲକାନଗିରି ପାଣ୍ଡୁରଙ୍ଗପୁରମ୍ ଭଦ୍ରାଚଳମ ଦେଇ ୧୭୩ କିଲୋମିଟର ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଦେଶରେ ଏହି ୮ଟି ରେଳ ପ୍ରକଳ୍ପ ୭ ରାଜ୍ୟ ଏବଂ ୧୪ଟି ଜିଲ୍ଲା ମଧ୍ୟରେ କାର୍ଯ୍ୟକାରୀ ହେବ। ଏଥିପାଇଁ ମୋଟ ୨୪ ହଜାର ୬୫୭ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଆସନ୍ତା ୨୦୩୦-୩୧ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଫଳରେ ରେଳବାଇ ନେଟୱର୍କରେ ୯୦୦ କିଲୋମିଟର ବୃଦ୍ଧି ଘଟିବ। ଓଡ଼ିଶାର ୬ଟି ପ୍ରକଳ୍ପ ପାଇଁ ବ୍ୟୟବରାଦ ହୋଇଛି ୧୫ ହଜାର ୪ କୋଟି ଟଙ୍କା।

Bjp Narendra Modi CM Mohan Charan Majhi