ସୁଶାନ୍ତ-ବବିଙ୍କୁ ନବୀନ ନିବାସ ଡାକି ବର୍ଷିଲେ ସୁପ୍ରିମୋ

ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଆଶାବାଦୀ ଥିବା ସୁଶାନ୍ତ ଗତକାଲି ସକାଳ ୮ଟାରେ ଭୁବନେଶ୍ୱର ପହଂଚିଥିଲେ ମଧ୍ୟ ମନ୍ତ୍ରିମଣ୍ଡଳ ଶପଥ ସମାରୋହରେ ସାମିଲ ନହୋଇ ପ୍ରାୟ ଦିନ ୧୦ଟା ସୁଦ୍ଧା ବରଗଡ଼ ଅଭିମୁଖେ ଚାଲି ଯାଇଥିଲେ

Sushant and Bobby

ବିଜେଡି ବିଧାୟକ ସୁଶାନ୍ତ ସିଂ ଓ ପ୍ରଣବ ପ୍ରକାଶ ଦାସ

Ordigital Desk
  • Published: Tuesday, 23 May 2023
  • Updated: 23 May 2023, 10:41 PM IST

Sports

Latest News

ମନ୍ତ୍ରିମଣ୍ଡଳରେ ସାମିଲ କରାନଯିବାକୁ ନେଇ ଭଟଲି ବିଧାୟକ ସୁଶାନ୍ତ ସିଂ ନିଜର ସମର୍ଥକମାନଙ୍କ ମାଧ୍ୟମରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଗତକାଲି ବିଦ୍ରୋହର ଧମକ ଦେବା ତାଙ୍କୁ ମହଙ୍ଗା ପଡ଼ିଛି । ଆଜି ତାଙ୍କୁ ସନ୍ଧ୍ୟାରେ ନବୀନ ନିବାସ ଡକାଯାଇ କଡ଼ା ଭାଷାରେ ତାଗିଦ୍ କରାଯିବା ସହ ଦଳୀୟ ଶୃଙ୍ଖଳା ଭିତରେ ନରହିଲେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦଳ ପଛାଇବ ନାହିଁ ବୋଲି ଚେତାବନୀ ଦିଆଯାଇଥିବାବେଳେ ସୁଶାନ୍ତଙ୍କ ଗଡ଼ଫାଦର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଦଳୀୟ ଗୋଷ୍ଠୀକନ୍ଦଳକୁ ପ୍ରୋତ୍ସାହିତ କରିବା ଭଳି କୌଣସି କାର୍ଯ୍ୟରେ ସମ୍ପୃକ୍ତ ନହେବାକୁ ତାଗିଦ୍ କରାଯାଇଥିବା ଜଣାପଡ଼ିଛି ।

ବିଜେଡି ସୂତ୍ର ଅନୁସାରେ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ସୁଶାନ୍ତ ବାଦ୍ ପଡ଼ିବା ନେଇ ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତିକୁ ଖୋଲା ଚ୍ୟାଲେଞ୍ଜ କରି ସୁଶାନ୍ତଙ୍କ ଦୁଇ ଅନୁଗତ ବରଗଡ଼ ଓ ବଲାଙ୍ଗିର ଜିଲ୍ଲା ଯୁବ ବିଜେଡି ସଭାପତି ଗଣମାଧ୍ୟମରେ ଅସନ୍ତୋଷ ବ୍ୟକ୍ତ କରିବାକୁ ବିଜେଡି ସୁପ୍ରିମୋ ସହଜରେ ଗ୍ରହଣ କରିପାରିନାହାନ୍ତି । ଏହି ଘଟଣାରେ ସୁଶାନ୍ତଙ୍କୁ ତୁରନ୍ତ ନବୀନ ନିବାସ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଗତକାଲିଠୁ ତାଙ୍କ ସହ ଯୋଗାଯୋଗ ସମ୍ଭବପର ହୋଇପାରୁନଥିବାବେଳେ ଆଜି ପୂର୍ବାହ୍ନରେ ନବୀନ ନିବାସ ପକ୍ଷରୁ କଡ଼ା ତାଗିଦ୍ କରାଯାଇ ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱରରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ସୂଚନା ମିଳିଛି । ଆଉ ସୁପ୍ରିମୋଙ୍କ କଡ଼ା ମିଜାଜକୁ ଦେଖି ସୁଶାନ୍ତ ଆଜି ଅପରାହ୍ନରେ ନବୀନ ନିବାସ ଯାଇଥିଲେ ।

Also Read

ସୁଶାନ୍ତ ପହଂଚିବା ପରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ତୁରନ୍ତ ନବୀନ ନିବାସ ଡକରା ହୋଇଥିଲା । ଶ୍ରୀ ଦାସ ଲୋକସେବା ଭବନରୁ ସିଧା ନବୀନ ନିବାସରେ ପହଂଚିବା ପରେ ଉଭୟଙ୍କୁ ଗତକାଲିର ଘଟଣା ପାଇଁ କଡ଼ା ଭାଷାରେ ତାଗିଦ୍ କରାଯାଇଥିବା ଜଣାପଡ଼ିଛି । କେଉଁ ପରିସ୍ଥିତିରେ ଦଳର ୨ଟି ଜିଲ୍ଲାର ଯୁବ ସଭାପତି ଗଣମାଧ୍ୟମ ସମ୍ମୁଖରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଓ ଦଳର ହ୍ୱାଟସଅପ୍ ଗ୍ରୁପରେ ଦଳୀୟ ନିଷ୍ପତ୍ତିକୁ ବିରୋଧ କରିବା ଭଳି ମନ୍ତବ୍ୟ ଦିଆଯାଇଥିଲେ ବି ଏସବୁକୁ କିଭଳି ବରଦାସ୍ତ କରାଗଲା ସେ ସମ୍ପର୍କରେ ଉଭୟ ପ୍ରଣବ ଓ ସୁଶାନ୍ତଙ୍କୁ ପଚରାଯାଇଥିଲା । ଦଳୀୟ ଶୃଙ୍ଖଳା ସହ କୌଣସି ପ୍ରକାରର ସାଲିସ୍ କରାଯିବ ନାହିଁ କିମ୍ବା କୌଣସି ପ୍ରକାରର ବ୍ଲାକମେଲିଂକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଜେଡି ନେତୃତ୍ୱ ରୋକଠୋକ୍ ଭାବେ ସୁଶାନ୍ତ ଓ ପ୍ରଣବଙ୍କୁ ଜଣାଇ ଦେଇଥିଲେ । ଏହାସହିତ ପଶ୍ଚିମଓଡ଼ିଶାର ଜଣେ ମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରକୁ ନେଇ ବିଜେଡି ନେତୃତ୍ୱ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ଢେଙ୍କାନାଳ,ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ସାଂଗଠନିକ ସ୍ଥିତି କାହିଁକି ସମୀକ୍ଷା କରାଯାଉନି ବୋଲି ପ୍ରଣବଙ୍କୁ ବିଜେଡି ନେତୃତ୍ୱ ପ୍ରଶ୍ନ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଆଶାବାଦୀ ଥିବା ସୁଶାନ୍ତ ଗତକାଲି ସକାଳ ୮ଟାରେ ଭୁବନେଶ୍ୱର ପହଂଚିଥିଲେ ମଧ୍ୟ ମନ୍ତ୍ରିମଣ୍ଡଳ ଶପଥ ସମାରୋହରେ ସାମିଲ ନହୋଇ ପ୍ରାୟ ଦିନ ୧୦ଟା ସୁଦ୍ଧା ବରଗଡ଼ ଅଭିମୁଖେ ଚାଲି ଯାଇଥିଲେ । ଆଉ ଏହାର କିଛି ଘଣ୍ଟା ମଧ୍ୟରେ ତାଙ୍କର ଦୁଇ ଖାସ୍ ଅନୁଗତ ପ୍ରଦ୍ୟୁମ୍ନ ତ୍ରିପାଠୀ ଓ ରାଜେନ୍ଦ୍ର ହୋତା ଗଣମାଧ୍ୟମରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଦରକାର ପଡ଼ିଲେ ସମୂହ ଇସ୍ତଫା ଦିଆଯିବ ବୋଲି ଧମକ ଦେଇଥିଲେ । ଆଉ ଏହାକୁ ନେଇ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହେବାପରେ ସୁଶାନ୍ତ ‘ଗୁଣିଆ ହୋଇ ଲାଗି ଡାହାଣୀ ହୋଇ ଝାଡ଼ିବା’ଭଳି ଗଣମାଧ୍ୟମକୁ ଆସି ସଫେଇ ଦେଇଥିଲେ । ମାତ୍ର ଏହି ଘଟଣାରେ ସୁଶାନ୍ତ ଓ ପ୍ରଣବଙ୍କ ଭୂମିକା ଉଜାଗର ହେବାପରେ ଆଜି ଉଭୟଙ୍କୁ ନବୀନ ନିବାସ ଡାକି କଡ଼ା ତାଗିଦ୍ କରାଯାଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story