Advertisment

ସମବାୟ ବ୍ୟାଙ୍କ ଦୁର୍ନୀତିକୁ  ପ୍ରୋତ୍ସାହନ ଦେଉଛନ୍ତି ମୁଖ୍ୟମନ୍ତ୍ରୀ: ବିଜେପି

ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଅବସରପ୍ରାପ୍ତ ଆଇଏଏସ୍ ଗୋପବନ୍ଧୁ ଶତପଥୀଙ୍କ ପୁନଃ ନିଯୁକ୍ତିକୁ ହାଇକୋର୍ଟ ଅବୈଧ ଘୋଷଣା କରିଛନ୍ତି

author-image
Ordigital Desk
undefined

BJP

ରାଜ୍ୟ ସମବାୟ ବ୍ୟାଙ୍କରେ ବ୍ୟାପକ ଦୁର୍ନୀତିକୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୋତ୍ସାହନ ଦେଉଛନ୍ତି । ରାଜ୍ୟରେ ସମବାୟ ଦୁର୍ନୀତିର ଅଭିଯୁକ୍ତଙ୍କୁ ଅନୈତିକ ଭାବେ ନିଯୁକ୍ତି ଦେବା ପଛରେ ମୁଖ୍ୟମନ୍ତ୍ରୀ ଓ ବିଜେଡି ସରକାରର ମନ୍ଦ ଆଭିମୁଖ୍ୟ ସ୍ପଷ୍ଟ ବୋଲି ବିଜେପି ଅଭିଯୋଗ କରିଛି ।

Advertisment

ରାଜ୍ୟ ବିଜେପି ସମବାୟ ପ୍ରକୋଷ୍ଠ ସଂଯୋଜକ ପବିତ୍ର ମୋହନ ଦାଶ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଅବସରପ୍ରାପ୍ତ ଆଇଏଏସ୍ ଗୋପବନ୍ଧୁ ଶତପଥୀଙ୍କ ପୁନଃ ନିଯୁକ୍ତିକୁ ହାଇକୋର୍ଟ ଅବୈଧ ଘୋଷଣା କରିଛନ୍ତି । ଶ୍ରୀ ଶତପଥୀ ସରକାରୀ ଚାକିରୀରୁ ଅବସର ନେବା ପରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ରିଜର୍ଭ ବ୍ୟାଙ୍କର ବିନା ଅନୁମତିରେ ଗତ ୨୦୨୨ ମାର୍ଚ୍ଚ ୨ରେ ତାଙ୍କୁ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଭାବେ ପୁନଃନିଯୁକ୍ତି କରିଥିଲେ, ଯାହାକି ରାଜ୍ୟ ସମବାୟ ଆଇନ ସମ୍ମତ ନୁହେଁ । ଶ୍ରୀ ଶତପଥୀଙ୍କ ସମୟରେ ରାଜ୍ୟରେ ବହୁ ସମବାୟ ବ୍ୟାଙ୍କ ଦୁର୍ନୀତି ହୋଇଥିଲା । ସାଧାରଣ ପ୍ରଶାସନ ବିଭାଗର ମୁଖ୍ୟ ହେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ଏବଂ ନିଜ ଶାସନ କାଳରେ ହୋଇଥିବା ବିଭିନ୍ନ ସମବାୟ ବ୍ୟାଙ୍କ ଦୁର୍ନୀତିକୁ ଲୁଚାଇବା ପାଇଁ ସେହି ସମବାୟ ବ୍ୟାଙ୍କ ଦୁର୍ନୀତିରେ ଅଭିଯୁକ୍ତଙ୍କୁ ଦାୟିତ୍ୱ ଦେବାର ଚକ୍ରାନ୍ତ ରାଜ୍ୟ ସରକାର କରିଛନ୍ତି । ଯାହାକି ନିଜ ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ କଳା କନା ଘୋଡ଼ାଇ ରଖିବାର ପ୍ରୟାସ ବୋଲି ଶ୍ରୀ ଦାଶ କହିଛନ୍ତିା

ସୁନ୍ଦରଗଡ଼ ସମବାୟ ବ୍ୟାଙ୍କଠାରୁ ଆରମ୍ଭ କରି ବିଭିନ୍ନ ସମବାୟ ଦୁର୍ନୀତିରେ ସଂପୃକ୍ତିର ଅଭିଯୋଗ ଥିବା ଶ୍ରୀ ଶତପଥୀଙ୍କ ଭଳି ଜଣେ ଅଭିଯୁକ୍ତଙ୍କୁ ଅନୈତିକ ଭାବେ ନିଯୁକ୍ତି ଦେବା ପଛରେ ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସରକାରର ମନ୍ଦ ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଇଛି । ‘ଆଇନ୍ ତା ବାଟରେ ଯିବ' ବୋଲି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ କେବଳ ଏକ ଧୂଆଁବାଣ । ‘ଚୋର ହାତରେ ଚାବି' ଭଳି ଜଣେ ଅଭିଯୁକ୍ତଙ୍କ ହାତରେ ଭଣ୍ଡାର ଘରର ଚାବି ଦେଇ ଦୁର୍ନୀତି ଓ ଭ୍ରଷ୍ଟାଚାରୀ ବିଜେଡି ସରକାରର ଅସଲମୁଖା ମୁଖ୍ୟମନ୍ତ୍ରୀ ନିଜେ ଖୋଲି ଦେଇଛନ୍ତିି ବୋଲି ଶ୍ରୀ ଦାଶ କହିଛନ୍ତି ।

Advertisment

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ,ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ସରକାର ସମୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଚରମସୀମା ଅତିକ୍ରମ କରିସାରିଛି । ଏପରିକି ସମସ୍ତ ଆଇନ କାନୁନକୁ ଜଳାଞ୍ଜଳି ଦେଇ ମନୋମୁଖୀ ଶାସନ କରିଚାଲିଛନ୍ତି । ସରକାରୀ ବିଧି ବ୍ୟବସ୍ଥାକୁ ବ୍ୟତିକ୍ରମ କରି ଦଳୀୟ ସ୍ୱାର୍ଥ ପାଇଁ ବିଜେଡି ସରକାର ବାରମ୍ବାର ଅନେକ ଜନବିରୋଧୀ କାର୍ଯ୍ୟ କରୁଛନ୍ତି । ଦୁର୍ନୀତି ଓ ଭ୍ରଷ୍ଟାଚାରର ଗନ୍ତାଘର ସାଜିଥିବା ବିଜେଡି ସରକାର ନିଜକୁ ସୁଧାରିବା ପରିବର୍ତ୍ତେ କ୍ରମାଗତ ଭାବେ ଏହାକୁ ପ୍ରୋତ୍ସାହନ ଦେଇ ଚାଲିଛି ବୋଲି ବିଜେପି ଅଭିଯୋଗ କରିଛି ।

BjD Bjp State Bjp