ଖୁବ୍‌ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା, ଚାଷୀ ପାଇବେ ଟଙ୍କା

ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା । ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା ।

Representational Image

  • Published: Wednesday, 28 August 2024
  • , Updated: 28 August 2024, 01:44 PM IST

ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା । ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା । ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା ।

ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା କାଳିଆ ଯୋଜନା ନାମକୁ ପରିବର୍ତ୍ତନ କରାଯାଇ ସିଏମ୍ କିଷାନ ଯୋଜନାରେ ନାମିତ କରାଯାଇଛି। ଖୁବ୍‌ ଶୀଘ୍ର ଏହା ଲାଗୁ କରାଯିବ । ଯୋଗ୍ୟତା ଥାଇ ପିଏମ୍ କିଷାନ ଯୋଜନାରୁ ବାଦ୍‌ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ନୂଆ ସାମିଲ ପାଇଁ ସିଏମ୍ କିଷାନ ପୋର୍ଟାଲରେ ଆବେଦନ କରିହେବ ବୋଲି ଆଜି କୃଷି ମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି।

ବାଲେଶ୍ୱର ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ଏପରି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

Related story