ଏହା କୌଣସି ଏକ ନୂଆ କଥା ନୁହେଁ । ରାଜ୍ୟ ସରକାରଙ୍କ ଯେତେ କାର୍ଯ୍ୟକ୍ରମ ହେଉଛି ତାହ ସରକାରୀ କମ ଦଳୀୟ ଅଧିକ ବୋଲି ଅଭିଯୋଗ ହେଉଛି। ବଲାଙ୍ଗିର ଜିଲ୍ଲାର 14 ଟି ବ୍ଲକରେ ଅନୁଷ୍ଠିତ ହୋଇଥିଲା 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମ । ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ, ଏହି କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଡକାଯିବା କଥା । କିନ୍ତୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଡକାଯାଇନଥିବା ଅଭିଯୋଗ କରି ଦେଓଗାଁଠାରେ ହଙ୍ଗାମା କରିଥିଲେ ତାଙ୍କ ସମର୍ଥକ ମାନେ ।