Advertisment

ଆମ୍ବେଦକରଙ୍କୁ ନେଇ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି: ମୁଖ୍ୟମନ୍ତ୍ରୀ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତିକୁ କଦର୍ଥ ଏବଂ ବିକୃତ କରି କଂଗ୍ରେସ ନିଜର ରାଜନୈତିକ ଆଶା ପୂରଣ କରିବାକୁ ଚେଷ୍ଟା କରୁଛି କହିଲେ ମୁଖ୍ୟମନ୍ତ୍ରୀ।

CM Mohan Majhi

CM Mohan Majhi

Advertisment

ସଂସଦରେ ବାବା ସାହେବ ଆମ୍ବେଦକରଙ୍କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ବିବୃତିକୁ ନେଇ ସାରା ଦେଶରେ ରାଜନୀତି ତେଜିଛି। ସାରା ଦେଶରେ ଶାହଙ୍କ ବିରୋଧରେ କଂଗ୍ରେସ ଓ ଏହାର ବିଭିନ୍ନ ସହଯୋଗୀ ଦଳ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ ଏହି ପ୍ରସଙ୍ଗରେ ଏବେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ନିଜ ଫେସବୁକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଗତ କିଛି ଦିନ ହେବ ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତିକୁ କଦର୍ଥ ଏବଂ ବିକୃତ କରି କଂଗ୍ରେସ ନିଜର ରାଜନୈତିକ ଆଶା ପୂରଣ କରିବାକୁ ଚେଷ୍ଟା କରୁଛି। ମାତ୍ର କଂଗ୍ରେସ ଭୁଲିଯାଉଛି ଯେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁରୁ ଏବଂ କଂଗ୍ରେସ ଦଳ ଅନେକ ଥର ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନିତ କରିଛି।

ବାବା ସାହେବ ଆମ୍ବେଦକରଙ୍କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା କଂଗ୍ରେସ ଦଳ ବିଗତ ଦିନରେ ଆମ୍ବେଦକରଙ୍କୁ ଅସଦାଚରଣ ଓ ଅପମାନିତ କରିଛି, ଯାହା ବିଷୟରେ ସମଗ୍ର ଦେଶର ଜନତା ଅବଗତ ଅଛନ୍ତି। ପଣ୍ଡିତ ନେହୁରୁ ସମୟରେ ବାବା ସାହେବ ଆମ୍ବେଦକରଙ୍କୁ ଚକ୍ରାନ୍ତ କରି ଶିଳ୍ପ ଏବଂ ଅର୍ଥନୀତି ବଦଳରେ ଆଇନ ବିଭାଗର ଦାୟିତ୍ଵ ଦେଇଥିଲେ। ଏଥିସହିତ ୧୯୫୨ ଓ ୧୯୫୪ ନିର୍ବାଚନରେ ତାଙ୍କୁ ହରାଇବା ପାଇଁ ଷଡଯନ୍ତ୍ର କରିବାକୁ ମଧ୍ୟ ପଛାଇନଥିଲେ। ଏମିତି କି ତାଙ୍କ ବିରୁଦ୍ଧରେ ନିର୍ବାଚନ ଲଢିବା ସହ ତାଙ୍କୁ ହରାଇବା ପାଇଁ ପଣ୍ଡିତ ନେହେରୁ ନିଜେ ନିର୍ବାଚନ ପ୍ରଚାର କରୁଥିଲେ। 

Advertisment

କଂଗ୍ରେସ ସରକାର ନିଜର ଶାସନ ସମୟରେ ଅନେକ ସାଧାରଣ ଲୋକଙ୍କୁ ପଦ୍ମ ଭୂଷଣ, ଭାରତ ରତ୍ନ, ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ। ମାତ୍ର ନିର୍ବାଚନରେ ବାବା ସାହେବ ଆମ୍ବେଦକରଙ୍କୁ ପରାସ୍ତ କରିଥିବା ବ୍ୟକ୍ତି ବିଶେଷଙ୍କୁ ପଦ୍ମ ବିଭୂଷଣ ଦେଇଥିଲେ। ଏହା ଥିଲା ଭାରତ ବର୍ଷର ଜଣେ ଶ୍ରେଷ୍ଠ ବ୍ୟକ୍ତିଙ୍କ ପ୍ରତି କଂଗ୍ରେସର ସମ୍ମାନ। 

କେବଳ ଏତିକି ନୁହେଁ, କଂଗ୍ରେସ ଶାସନ ସମୟରେ ଆଦିବାସୀ ଏବଂ ହରିଜନଙ୍କୁ ଅବହେଳା କରି ସଂରକ୍ଷଣରୁ ବାଦ ଦେଇ ମୁସଲମାନଙ୍କୁ ସଂରକ୍ଷଣ ଦିଆଯାଇଥିଲା, ଯାହାକୁ ବିରୋଧ କରି ବାବା ସାହେବ୍ ଆମ୍ବେଦକର କଂଗ୍ରେସରୁ ଇସ୍ତଫା ମଧ୍ୟ ଦେଇଥିଲେ। ଅତୀତରେ କଂଗ୍ରେସ ଦଳ ବାବା ସାହେବ ଆମ୍ବେଦକରଙ୍କୁ ବହୁତ ଅପମାନ କରିଛି, ତେଣୁ କଂଗ୍ରେସ ପ୍ରଥମେ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ଦରକାର ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Ambedkar Row CM Mohan Charan Majhi Congress Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe