Advertisment

୩ ଜିଲ୍ଲା ବୁଲିବା ପରେ କ୍ଷୟକ୍ଷତି ଆବେଦନ ଦିନଟିଏ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

କ୍ଷୟକ୍ଷତି ଆକଳନ ୩୦ ତାରିଖ ଯାଏଁ ଚାଲିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ବୀମାଭୁକ୍ତ ନଥିଲେ ଚାଷୀ କିପରି ସାହାଯ୍ୟ ପାଇବେ, ସେନେଇ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

author-image
Debadatta Aryashrestha
CM Mohan Majhi in Press Meet

CM Mohan Majhi in Press Meet

ଅଦିନିଆ ବର୍ଷା ପାଇଁ ଚାଷ କ୍ଷୟକ୍ଷତି ଆକଳନ ଅବଧି ବଢ଼ାଇବେ ରାଜ୍ୟ ସରକାର। ସେହିପରି ଆବେଦନ ସମୟ ଆଉ ଦିନେ ବୃଦ୍ଧି ହୋଇଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସୁଦ୍ଧା ଚାଷୀଙ୍କ କ୍ଷୟକ୍ଷତି ସମ୍ପର୍କରେ ଆବେଦନ ପାଇଁ କୁହାଯାଇଥିଲା। ଏହାକୁ ଆସନ୍ତାକାଲି ଯାଏଁ ବୃଦ୍ଧି କରିଛନ୍ତି ସରକାର। ଅର୍ଥାତ ଆସନ୍ତାକାଲି ସଂଧ୍ୟା ପର୍ଯ୍ୟନ୍ତ ଚାଷୀ ନିଜ ନିଜର କ୍ଷୟକ୍ଷତି ବାବଦରେ ଅବଗତ କରାଇବେ।

Advertisment

ସେହିପରି କ୍ଷୟକ୍ଷତି ଆକଳନ ୩୦ ତାରିଖ ଯାଏଁ ଚାଲିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। କ୍ଷତି ଆକଳନ ଦିନ ବୃଦ୍ଧି ପାଇଁ ବି ଯୋଜନା ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଗ୍ରାଉଣ୍ଡରେ ରିଅଲିଟି ଚେକ୍ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂହଦେଓ ଏବଂ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଗ୍ରାଉଣ୍ଡରେ ଫସଲହାନୀର ସ୍ଥିତି ବୁଲି ଦେଖିଥିଲେ। ଏହି ସମୟରେ ଆବେଦନ ଅବଧିକୁ ଆଉ ଦିନେ ବଢ଼ାଇବାକୁ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସଠିକ୍ ଆକଳନ ପରେ କ୍ଷତିପୂରଣ ମିଳିବ। ବୀମାଭୁକ୍ତ ନଥିଲେ କିପରି ସାହାଯ୍ୟ ପାଇବେ, ସେନେଇ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଉଲ୍ଲେଖ ଯୋଗ୍ୟ, ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷକୁ ନେଇ ରାଜନୀତି ତେଜିଛି। ଆଜି(ରବିବାର) ମୁଖ୍ୟମନ୍ତ୍ରୀ ଓ ଟିମ୍ ଗ୍ରାଉଣ୍ଡ ଜିରୋରେ ବୁଲିବା ପରେ ଆସନ୍ତାକାଲିଠାରୁ ଦୁଇଦିନିଆ ଗସ୍ତରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯିବେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସେ ଗଞ୍ଜାମ ଚାଷୀଙ୍କୁ ଭେଟିବେ। ୩୧ ତାରିଖରେ ପୁରୀ, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ। ସେପଟେ କଂଗ୍ରେସ ଦୁଇ ଦଳର ନେତାଙ୍କ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତକୁ ସମାଲୋଚନା କରିବା ସହ ରାଜନୀତି ନକରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଏବଂ ବୀମା ପଞ୍ଜୀକରଣ ଅବଧିକୁ ଆଉ ତିନି ଦିନ ବଢାଇବାକୁ ଦାବି କରିଛି।

Advertisment
Bjp CM Mohan Majhi Rain Affected Districts Rain Affected Farm