୮ରେ ମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ ସମ୍ବଲପୁର ଗସ୍ତ, ସିଏମ୍ କିଷାନ ଯୋଜନାର କରିବେ ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ହେବାପରେ ଶ୍ରୀ ମାଝୀଙ୍କ ଏହା ପ୍ରଥମ ସମ୍ବଲପୁର ଗସ୍ତ । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ‘କାଳିଆ’ ଯୋଜନାର ନାଁ ପରିବର୍ତ୍ତନ କରି ‘ସିଏମ୍ କିଷାନ ଯୋଜନା’ କରିଛନ୍ତି ।

Mohan Majhi

  • Published: Thursday, 05 September 2024
  • , Updated: 05 September 2024, 10:32 PM IST

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୮ତାରିଖରେ ଦୁଇଦିନିଆ ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସେଠାରେ ‘ସିଏମ୍ କିଷାନ ଯୋଜନା’ର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି । କାଳିଆ ଯୋଜନାର ସଂଶୋଧିତ ନାମ ‘ସିଏମ କିଷାନ ଯୋଜନା’ ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସେପ୍ଟେମ୍ବର ୮ତାରିଖରେ ଦୁଇଦିନିଆ ସମ୍ବଲପୁର ଗସ୍ତରେ ଯାଇ ପ୍ରଥମଦିନ ରବିବାର ‘ସିଏମ୍ କିଷାନ ଯୋଜନା’ର ଶୁଭାରମ୍ଭ କରିବେ । ସମ୍ବଲପୁରରେ ‘ନୂଆଖାଇ ଭେଟଘାଟ’ କାର୍ଯ୍ୟକ୍ରମରେ ସାମିଲ ହେବା ସହ ପ୍ରତ୍ୟକ୍ଷ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି ।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ହେବାପରେ ଶ୍ରୀ ମାଝୀଙ୍କ ଏହା ପ୍ରଥମ ସମ୍ବଲପୁର ଗସ୍ତ । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ‘କାଳିଆ’ ଯୋଜନାର ନାଁ ପରିବର୍ତ୍ତନ କରି ‘ସିଏମ୍ କିଷାନ ଯୋଜନା’ କରିଛନ୍ତି । ଏହି ଯୋଜନାରେ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨ଟି ପର୍ଯ୍ୟାୟରେ ୪ହଜାର ଟଙ୍କା ଲେଖାଏଁ ଓ ଭୂମିହୀନ ଚାଷୀଙ୍କୁ ବାର୍ଷିକ ୧୨୫୦୦ଟଙ୍କା ରାଜ୍ୟ ସରକାର ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯୋଗାଇ ଦେଇଥାନ୍ତି ।

Related story