Advertisment

କାଲି ନୀତି ଆୟୋଗ ବୈଠକ, ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ନୀତି ଆୟୋଗ ବୈଠକ ରହିଛି ।

Mohan Majhi

Mohan Majhi

Advertisment

ଆଜିଠୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ନୀତି ଆୟୋଗ ବୈଠକ ରହିଛି । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ।

Advertisment

ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ମଧ୍ୟ ନୀତି ଆୟୋଗ ବୈଠକରେ ଯୋଗ ଦେବେ। ପରବର୍ତ୍ତୀ ସମୟରେ ବିଜେପିର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ରହିଛି। ଏହାସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଭେଟିବେ ସିଏମ୍।

ଗତ ୨୩ ତାରିଖରେ ଆସିଥିବା ସାଧାରଣ ବଜେଟ୍‌ରେ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକୁ ଅଣଦେଖା କରାଯାଇଥିବାରୁ ରାଗି ଯାଇ ଇଣ୍ଡିଆ ମିଳିତ ମଞ୍ଚର ଦଳଗୁଡିକ ନୀତି ଆୟୋଗ ବୈଠକକୁ ବହିଷ୍କାର କରିବାକୁ ଘୋଷଣା କରିଥିଲେ ଅତିକମ୍‌ରେ ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକକୁ ଯିବେନି। ସେଥିମଧ୍ୟରୁ କଂଗ୍ରେସ ଶାସିତ ରାଜ୍ୟର ତିନିଜଣ ମୁଖ୍ୟମନ୍ତ୍ରୀ ଥିବା ବୋଲି ଜଣାଯାଇଛି।

Advertisment

ଇଣ୍ଡିଆ ମେଣ୍ଟର ପ୍ରମୁଖ ସହଯୋଗୀ ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ରାଜ୍ୟ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ପୂର୍ବରୁ ହିଁ ନୀତି ଆୟୋଗ ବୈଠକକୁ ବହିସ୍କାର ଘୋଷଣା କରିସାରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଇଣ୍ଡିଆ ମେଣ୍ଟର ନେତାଙ୍କ ବୈଠକ ବସିଥିଲା। ଏହି ବୈଠକରେ ବଜେଟ ଉପରେ ଚର୍ଚ୍ଚା ହୋଇଥିଲା। ଅଣ ବିଜେପି ଶାସିତ ରାଜ୍ୟ ପ୍ରତି ଭେଦଭାବ କରାଯାଥିବା ନେଇ ବିରୋଧୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଇଣ୍ଡିଆ ମେଣ୍ଟର ସମସ୍ତ ମୁଖ୍ୟମନ୍ତ୍ରୀ ମଧ୍ୟ ନୀତି ଆୟୋଗ ବୈଠକକୁ ବହିଷ୍କାର କରିବାକୁ ଘୋଷଣା କରିଥିଲେ।

Bjp Odisha Chief Minister Mohan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe