Mohan Majhi
ଆଜିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ‘ଉତ୍କର୍ଷ ୨୦୨୫’ର ପ୍ରାକ୍ ପ୍ରସ୍ତୁତି ପାଇଁ ଦିଲ୍ଲୀ ଯାଉଛନ୍ତି ସିଏମ୍। ତାଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ସଚିବ, ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀ ଯାଉଛନ୍ତି।
ଆସନ୍ତାକାଲି ନିବେଶକ ସମ୍ମିଳନୀରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ଦେଶର ଆମ୍ବାସାଡ଼ର, ହାଇକମିଶନର, ଟ୍ରେଡ୍ କମିଶନର, କନସଲ୍ଟ ଜେନେରାଲଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ସେହିପରି ବିଭିନ୍ନ ଶିଳ୍ପପତିଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ ସିଏମ୍। ଶେଷରେ ଏକ ରୋଡ୍ ସୋ ଆୟୋଜିତ ହେବ।
ଆସନ୍ତାବର୍ଷ ଜାନୁଆରି ୨୮ ଓ ୨୯ ତାରିଖରେ ହେବାକୁ ଥିବା ମେକ୍ ଇନ୍ ଓଡିଶା କନକ୍ଲେଭ୍- ଉତ୍କର୍ଷ ଓଡିଶା ପୂର୍ବରୁ ରାଜ୍ୟକୁ ନିବେଶ ଆଣିବାକୁ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us