Advertisment

'ଓଡ଼ିଶାରେ ସରକାର ଆଉଟସୋର୍ସ ହୋଇଯାଇଛି'

'୨୦୧୮ ପର୍ଯ୍ୟନ୍ତ ନବୀନ ବାବୁ ଏପରି ନ ଥିଲେ। ନବୀନ ବାବୁ କ୍ୟାପ୍‌ଚର ହେବା ଯୋଗୁଁ ଓଡ଼ିଆ ଅସ୍ମିତା ବିପଦରେ।'

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଦୀ କରି ରଖାଯାଇଛି, ତାଙ୍କୁ କଣ୍ଢେଇ ଭଳି ଅନ୍ୟଜଣେ ନିୟନ୍ତ୍ରଣ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଏବେ ଯେଉଁଠି ବି ଦେଖାଯାଉଛନ୍ତି ସେଠାରେ ତାଙ୍କ ପାଖରେ ଜଣେ ହିଁ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି, ଯାହାଙ୍କ କବଜାରେ ସେ ଅଛନ୍ତି । ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରାଯିବା ଦରକାର ବୋଲି ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଶ୍ରୀ ପଣ୍ଡା ଆହୁରି ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି ଯେ, ଏବେ ଯେଉଁ ଅଧିକାଂଶ ଭିଡିଓ ଆସୁଛି ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନୁହେଁ ।ଏଆଇ ଟେକ୍ନୋଲୋଜିର ଉପଯୋଗ କରି ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରାଯାଇ ନବୀନଙ୍କ ଇମେଜରେ ଅନ୍ୟ କେହି କହୁଥିବା ଭଳି ଲାଗୁଛି ।

Advertisment
Bjp Baijayant Panda Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe