Advertisment

ଗିରିରାଜଙ୍କ ସିଧା ହମଲା; ନବୀନ ବାବୁ ନଜରବନ୍ଦୀ, ପାଣ୍ଡିଆନ ହେବେ ମୁଖ୍ୟମନ୍ତ୍ରୀ

”ନବୀନ ବାବୁ ଓଡ଼ିଆ ଅସ୍ମିତାକୁ ଶେଷ କରି ନିର୍ବାଚନ ପରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ।’

ଅଦ୍ୟତନ ହୋଇଛି
BjP

BjP

Advertisment

ସମ୍ବଲପୁରରେ ବିଶାଳ ରୋଡ୍‌ ଶୋ’ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଏହି ରୋଡ୍ ଶୋ’ ମାଧ୍ୟମରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି। ଏହି ସମୟରେ ନବୀନଙ୍କୁ ସିଧା ହମଲା କରିଛନ୍ତି ଗିରିରାଜ ସିଂହ।

Advertisment

ସେ କହିଛନ୍ତି, ଓଡ଼ିଶାରେ ଶାସନ ହିଁ ନାହିଁ। ନବୀନ ବାବୁ ନଜର ବନ୍ଦୀ ହୋଇ ରହିଛନ୍ତି। ତାଙ୍କୁ ଅପହରଣ କରି ନିଆଯାଇଛି। ନବୀନ ବାବୁ କିଛି ସମୟ ପାଇଁ ବାହାରକୁ ଆସନ୍ତି। ସଭା ସମିତିରେ ୨ ମିନିଟ୍‌ ଭାଷଣ ଦେବା ପରେ ପୁଣି ପଳାନ୍ତି।

ଗିରିରାଜ ସିଂହ ଆହୁରି କହିଛନ୍ତି, ନବୀନ ବାବୁଙ୍କୁ ୭୭ବର୍ଷ ହେଲାଣି। ନବୀନ ବାବୁ ଓଡ଼ିଆ ଅସ୍ମିତାକୁ ଶେଷ କରି ନିର୍ବାଚନ ପରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ। ଓଡ଼ିଶାବାସୀ ଏହାକୁ ବିରୋଧ କରିବା ଦରକାର। ହେଲେ ବିଜେପି ଓଡ଼ିଆର ପୁଅକୁ ହିଁ ମୁଖ୍ୟମନ୍ତ୍ରୀ କରିବ। ଏଥର ଓଡ଼ିଶାରେ ସରକାର ବଦଳିବ। ଓଡ଼ିଆ ଅସ୍ମିତାକୁ ବଞ୍ଚାଇବା ପାଇଁ ବିଜେପି ନୂତନ ସରକାର ଗଢ଼ିବ।

Advertisment

ଗିରିରାଜ ସିଂହଙ୍କ ରୋଡ ଶୋ’ ଭୂତାପଡ଼ାରୁ ଆରମ୍ଭ ହୋଇ ସୁନାପାଲି ଯାଏ ଯାଇଥିଲା। ଶୋଭାଯାତ୍ରାରେ ବିଜେପିର ବହୁ କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ। ଦୀର୍ଘ ସମୟ ଧରି ରାସ୍ତାର ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିବା ହଜାର ହଜାର ସଂଖ୍ୟାକ ସାଧାରଣ ଜନତା ଓ ବିଜେପି କର୍ମକର୍ତ୍ତାଙ୍କ ଅଭିବାଦନକୁ ହାତ ହଲାଇ ଶ୍ରୀ ସିଂହ ଗ୍ରହଣ କରିଥିଲେ। 

Bjp Odisha Assembly Election 2024 General Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe