ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମଞ୍ଚରେ ବସାଇ ମୁଖ୍ୟମନ୍ତ୍ରୀ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନିଜ ମଞ୍ଚରେ ବସାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଏହାର ଉତ୍ତର ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି। ଆଜି ଏପରି ପ୍ରଶ୍ନ ପଚାରି ମୁଖ୍ୟମନ୍ତ୍ରୀଙ୍କୁ ସିଧାସିଧା ବାଣ ମାରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଶ୍ରୀ ମହାନ୍ତି କହିବା ଅନୁସାରେ ଓଡ଼ିଶାରେ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇ 5-T ଅଧୀନରେ ଆସୁଥିବା ପଡ଼ିଆରେ ୨୦ ଫୁଟ୍‌ ତଳେ ପୋତିବା ଘଟଣା […]

Sameer Mohanty

Sameer Mohanty

Manoranjan Sial
  • Published: Tuesday, 09 November 2021
  • Updated: 09 November 2021, 06:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନିଜ ମଞ୍ଚରେ ବସାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଏହାର ଉତ୍ତର ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି। ଆଜି ଏପରି ପ୍ରଶ୍ନ ପଚାରି ମୁଖ୍ୟମନ୍ତ୍ରୀଙ୍କୁ ସିଧାସିଧା ବାଣ ମାରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

ଶ୍ରୀ ମହାନ୍ତି କହିବା ଅନୁସାରେ ଓଡ଼ିଶାରେ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇ 5-T ଅଧୀନରେ ଆସୁଥିବା ପଡ଼ିଆରେ ୨୦ ଫୁଟ୍‌ ତଳେ ପୋତିବା ଘଟଣା ଓଡ଼ିଶାବାସୀଙ୍କୁ ଲଜ୍ଜିତ କରିଛି। ଏହି ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଜୋଡ଼ି ହୋଇଯାଇଛି। କିନ୍ତୁ ତାହାର ଉତ୍ତର ସେ ଦେଉନାହାନ୍ତି। ସବୁଠାରୁ ଦୁଃଖଦାୟକ ଘଟଣା, ସୋମବାର ମୁଖ୍ୟମନ୍ତ୍ରୀ ତାଙ୍କୁ ପାଖରେ ବସାଇଲେ। ଏହା ନିଶ୍ଚିତ ରୂପେ ଓଡ଼ିଶାବାସୀଙ୍କ ଭାବାବେଗକୁ ଆଘାତ ଦେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଭବାନୀପାଟଣା ଗଲେ। ସେ ସେଠାରେ କାହା ସହିତ କଥା ହେଲେ ନାହିଁ। କିନ୍ତୁ ତାଙ୍କ ଦ୍ୱାରା ରେକର୍ଡେଡ୍‌ ହୋଇଥିବା ଭିଡିଓକୁ ମଞ୍ଚ ଉପରେ ପ୍ରଦର୍ଶତ କରାଯାଇଥିଲା। ଏହା ମାଧ୍ୟମରେ କଳାହାଣ୍ଡିବାସୀଙ୍କୁ ବୋକା ବନାଇବାର ଉଦ୍ୟମ ହୋଇନି ତ? ମୁଖ୍ୟମନ୍ତ୍ରୀ ଚାହିଁଥିଲେ ସେଠାରେ ଭାଷଣ ଦେଇପାରିଥାଆନ୍ତେ। କିନ୍ତୁ ମୁଖ୍ୟମନ୍ତ୍ରୀ ତାହା ନକରି ରେକର୍ଡେଡ୍‌ ଭିଡିଓ ଚଲାଇବାର କାରଣ କଣ?”

ଶ୍ରୀ ମହାନ୍ତି ଆହୁରି କହିଛନ୍ତି, “ମମିତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଓଡ଼ିଶା ଲଢ଼ୁଛି। ହେଲେ ଯେଉଁ ମନ୍ତ୍ରୀ ବିବାଦ ଭିତରେ ଛନ୍ଦି ହୋଇପଡ଼ିଛନ୍ତି, ତାଙ୍କୁ ସଭା ମଞ୍ଚରେ ବସାଇ ମୁଖ୍ୟମନ୍ତ୍ରୀ କି ସନ୍ଦେଶ ଦେବାକୁ ଚାହୁଁଛନ୍ତି? ପୁଲିସ ଯାହାକୁ ବାନ୍ଧିବା କଥା, ତାଙ୍କ ମୋବାଇଲର ସିଡିଆର୍‌ ଯାଞ୍ଚ କରି ସର୍ବସାଧାରଣରେ ରଖିବା କଥା? ତାହା କରୁନାହିଁ ପୁଲିସ। କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କୁ ସଭା ମଞ୍ଚରେ ପାଖରେ ବସାଉଛନ୍ତି। ଏହା ମାଧ୍ୟମରେ ମୁଖ୍ୟମନ୍ତ୍ରୀ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେଉଛନ୍ତି।”

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର କଣ ସମ୍ପର୍କ ନାହିଁ? ଏହାର ଉତ୍ତର ସେ ଦେଉନାହାନ୍ତି। ରାୟପୁରରେ ତାଙ୍କର ଘର ଅଛି କି ନାହିଁ? ସେ କଥା ମଧ୍ୟ ସେ କହିଲେ ନାହିଁ। ବିଭିନ୍ନ ଫୋରମ୍‌ରେ ତାଙ୍କୁ ଯେଉଁ ପ୍ରଶ୍ନ ପଚରାଯାଇଥିଲା, ତାହାର ଉତ୍ତର ମନ୍ତ୍ରୀ ଦିବ୍ୟଶଙ୍କର ଦେଲେନାହିଁ। ପୁଲିସ ତାଙ୍କୁ ବାନ୍ଧିବା ବଦଳରେ ସୁରକ୍ଷା ଯୋଗାଉଛି। ଆନ୍ଦୋଳନକାରୀଙ୍କୁ ବାନ୍ଧୁଛି। ଏହା ଅତ୍ୟନ୍ତ ଲଜ୍ଜା ଜନକ କଥା ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ମମିତା ମେହେର ହତ୍ୟା ମାମଲାରେ ପରେ ସୃଷ୍ଟି ହୋଇଥିବା ଜନ ଆକ୍ରୋଶ ମନେ ପକାଇ ଦେଇଛି ଅଞ୍ଜନା ମିଶ୍ରଙ୍କ ଘଟଣା। ପରେ ପରେ କଣ ଅବସ୍ଥା ଘଟିଥିଲା, ତାହା ଓଡ଼ିଶାବାସୀ ଜାଣିଛନ୍ତି। ଏବେ ମମିତା ମହେର ମାମଲା ପରେ ମୁଖ୍ୟମନ୍ତ୍ରୀ କଣ ନାରା ରଖିବେ? ତାହାର ଉତ୍ତର ସେ ଦିଅନ୍ତୁ। କାରଣ ଅଞ୍ଜନା ମିଶ୍ର ସମୟରେ ଆଜିର ଯେଉଁ ନେତାମାନେ ମନ୍ତ୍ରିମଣ୍ଡଳରେ ଅଛନ୍ତି, ସେମାନେ ସେତେବେଳେ ଜନତା ଦଳରେ ଥିଲେ ଓ ନାରା ଦେଇଥିଲେ, ଅଞ୍ଜନା ମିଶ୍ରଙ୍କୁ ଧର୍ଷଣ କରିଛି କିଏ? ଜନକୀ ପଟ୍ଟନାୟକ ତ ଆଉ କିଏ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story