Advertisment

ପ୍ରଥମ ଥର ପାଇଁ ହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ଓ ବଲାଙ୍ଗିର କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ୁଥିଲେ। ଉଭୟ ଆସନରେ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Naveen

Naveen

ପ୍ରଥମ ଥର ପାଇଁ ହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରୁ ସେ ହାରିଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ତାଙ୍କୁ ପରାସ୍ତ କରିଛନ୍ତି। ବିଜୟ ପରେ ବିଜେପି ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି। ଏଥର ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସମେତି କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଥିଲେ।

Advertisment

ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ଓ ବଲାଙ୍ଗିର କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ୁଥିଲେ। ଉଭୟ ଆସନରେ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା। ହେଲେ କଣ୍ଟାବାଞ୍ଜିରୁ ତାଙ୍କୁ କଡା ଟକ୍କର ଦେଲେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ। ଶେଷ ରାଉଣ୍ଡ ଗଣତି ଚାଲିଥିବା ବେଳେ  ୧୬,୩୨୧ ଖଣ୍ଡ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ପରାସ୍ତ କରିଛନ୍ତି। ଲକ୍ଷ୍ମଣ ବାଗ ୯୦,୫୯୦୪ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ ୭୪,୨୭୩ ଖଣ୍ଡ ଭୋଟ୍‌ ପାଇଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ୨୬,୭୪୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ସିଟ୍‌ ହିଞ୍ଜିଳିରୁ ୪୬୪୯ ଖଣ୍ଡ ଭୋଟରେ ଜିତିଛନ୍ତି। ସେ ବିଜେପିର ଶିଶିର କୁମାର ମିଶ୍ରଙ୍କୁ ପରାସ୍ତ କରିଛନ୍ତି। ଶେଷ ରାଉଣ୍ଡ ଗଣତି ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ୬୬,୩୫୮ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଶିଶିର କୁମାର ମିଶ୍ର ୬୧,୭୦୯ ଖଣ୍ଡ ଭୋଟ୍‌ ପାଇଛନ୍ତି।  

Advertisment
Election Results 2024 Bjp BjD Election Results CM Naveen Patnaik