Advertisment

ସୋଶାଲ ମିଡିଆରେ ଅପପ୍ରଚାର ଭରପୂର: ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛାତ୍ର ବିଜେଡିର ନବଗଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଏହି ବୈଠକକୁ ସମ୍ବୋଧିତ କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ଛାତ୍ର ନେତାମାନଙ୍କୁ ନୀତି ଓ ନୈତିକତାର ଗୁରୁମନ୍ତ୍ର ଦେଇଛନ୍ତି। ସୋସିଆଲ ମିଡିଆରେ ଭରପୂର ଅପପ୍ରଚାର ହେଉଛି, ସେହି ଅପପ୍ରଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ଶ୍ରୀ ପଟ୍ଟନାୟକ ଛାତ୍ରନେତାମାନଙ୍କୁ ଆହ୍ୱାନ ଦେଇଛନ୍ତି। ଛାତ୍ର ବିଜେଡି କାର୍ଯ୍ୟକାରିଣୀକୁ ସମ୍ବୋଧିତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଛାତ୍ର ନେତାମାନେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ସୋଶାଲ ମିଡିଆରେ ଅପପ୍ରଚାର ଭରପୂର: ନବୀନ

naveen

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛାତ୍ର ବିଜେଡିର ନବଗଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଏହି ବୈଠକକୁ ସମ୍ବୋଧିତ କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ଛାତ୍ର ନେତାମାନଙ୍କୁ ନୀତି ଓ ନୈତିକତାର ଗୁରୁମନ୍ତ୍ର ଦେଇଛନ୍ତି। ସୋସିଆଲ ମିଡିଆରେ ଭରପୂର ଅପପ୍ରଚାର ହେଉଛି, ସେହି ଅପପ୍ରଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ଶ୍ରୀ ପଟ୍ଟନାୟକ ଛାତ୍ରନେତାମାନଙ୍କୁ ଆହ୍ୱାନ ଦେଇଛନ୍ତି।

Advertisment

ଛାତ୍ର ବିଜେଡି କାର୍ଯ୍ୟକାରିଣୀକୁ ସମ୍ବୋଧିତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଛାତ୍ର ନେତାମାନେ ନିଜ ଭିତରେ ଥିବା ପ୍ରତିଭାର ସମ୍ପୂର୍ଣ୍ଣ ବିକାଶ କରିବା ନିମନ୍ତେ କଠିନ ପରିଶ୍ରମ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ। ନିଜ ପରିବାର ଓ ପିତାମାତାଙ୍କ ପ୍ରତି ଥିବା ଦାୟିତ୍ୱକୁ କେବେବି ଭୁଲନ୍ତୁ ନାହିଁ। ଯେଉଁ ସମାଜରେ ବଢ଼ିଛେ, ପଢ଼ିଛେ ଓ ନିଜକୁ ଗଢ଼ିଛେ ତା’ର ବିକାଶ ପାଇଁ ନିଜ ପ୍ରତିଭାର ପୁରା ଉପଯୋଗ କରନ୍ତୁ। ବିଜେଡି ଛାତ୍ର ନେତାମାନଙ୍କୁ ଓଡ଼ିଶାର ଟ୍ରାନ୍ସଫରମେସନରେ ସାରଥୀ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେ କହିଛନ୍ତି ଯେ, ଏବେ ଡିଜିଟାଲର ଯୁଗ। ସୋସିଆଲ ମିଡିଆର ଯୁଗ। ସୋସିଆଲ ମିଡିଆ ଏବେ ବହୁତ ପ୍ରଭାବଶାଳୀ। ସବୁ କ୍ଷେତ୍ରରେ ଏହାର ପ୍ରଭାବ ବଢ଼ୁଛି। କିନ୍ତୁ ସୋସିଆଲ ମିଡିଆରେ ଅପପ୍ରଚାରର ବନ୍ୟା। ଅନେକ ସମୟରେ ସୋସିଆଲ ମିଡିଆରେ ଆସୁଥିବା ସୂଚନା, ଏପରିକି ମେନଷ୍ଟ୍ରିମ ମିଡିଆରେ ଆସୁଥିବା ସୂଚନା ବି ଠିକ୍ ନଥାଏ। ଏସବୁ ଅପପ୍ରଚାର ବିରୁଦ୍ଧରେ ସଂଗ୍ରାମ କରିବା ନିମନ୍ତେ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେବା ସହ ସାମାଜିକ ସୌହାର୍ଦ୍ଧ୍ୟର ମୁଖ୍ୟ ଶତ୍ରୁ ହେଉଛି ଅପପ୍ରଚାର ବୋଲି କହିଛନ୍ତି। ତେଣୁ ଏସବୁ ପ୍ରତି ସତର୍କ ନରହିଲେ ଏହା ସମାଜକୁ ତଥା ଆମର ସ୍ୱତନ୍ତ୍ର ପରିଚୟକୁ ନଷ୍ଟ କରିଦେବ ବୋଲି କହିଛନ୍ତି। ଅପପ୍ରଚାର ଦୂର କରି ସତ ଲୋକଙ୍କ ପାଖରେ ପହଂଚାଇବାକୁ ସେ ଛାତ୍ରନେତାମାନଙ୍କୁ ଆହ୍ୱାନ ଦେବା ସହ ସେମାନେ ହିଁ ଏହି ଜାତିର ଭବିଷ୍ୟତ ଓ ଓଡ଼ିଆ ପ୍ରାଇଡକୁ ଆଗକୁ ନେଇପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ଦଳର ଛାତ୍ର ଶାଖାର ରାଜ୍ୟ କାର୍ଯ୍ୟକାରିଣୀରେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ରାଜନୀତିକ ପ୍ରସଙ୍ଗ ଉପରେ କିଛି ବି ମନ୍ତବ୍ୟ ଦେବାରୁ ନିଜକୁ ଦୂରେଇ ରଖିଥିବା ଦେଖିବାକୁ ମିଳିଛି।

Advertisment

ଆଜିର ଏହି କାର୍ଯ୍ୟକାରିଣୀରେ ରାଜନୀତିକ, ସାଂଗଠନିକ ସଂକଳ୍ପ ଓ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି। ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ଏକକ ପରୀକ୍ଷା ନୀତି ଓ ପରୀକ୍ଷା ଫଳ ୩୦ରୁ ୪୫ଦିନ ମଧ୍ୟରେ ପ୍ରକାଶ, ବିଜେଡି ଛାତ୍ର ଜନତା ଦଳର ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ଡାଟାବେସ, କଲେଜ ଓ ବିଶ୍ୱବିଦ୍ୟାଳୟରେ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ, ଜିଲ୍ଲା-ବ୍ଲକ ଓ ପଂଚାୟତସ୍ତରରେ ଛାତ୍ର କମିଟି ଗଠନ କରି ସେଥିରେ ୫୦ପ୍ରତିଶତ ମହିଳାଙ୍କୁ ସାମିଲ କରାଯିବା ଆଦି ପାଇଁ ପ୍ରସ୍ତାବ ପାରିତ ହୋଇଛି। ଶେଷରେ ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ଥିବା ଛାତ୍ରନେତା ଓ ନେତ୍ରୀମାନଙ୍କୁ ସ୍ୱତନ୍ତ୍ର ବସରେ ପୁରୀ ନିଆଯାଇଥିବା ଜଣାପଡ଼ିଛି।