ବିଜେଡି ପଦଯାତ୍ରାର ଶୁଭାରମ୍ଭ କଲେ ନବୀନ: ବରପୁତ୍ରଙ୍କୁ ସମ୍ମାନ ଦେବାରେ କୁଣ୍ଠାବୋଧ କଲେ, ବିଜେଡି ଉତ୍ତରୀୟ ବି କାଢ଼ିଦେଲେ

ଜନସମ୍ପର୍କ ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦-୩୦ ମିଟର ଚାଲିବା ପରେ ଜନସଭାକୁ ସମ୍ବୋଧିତ କରିବା ପାଇଁ ଯାଇଥିଲେ।

Naveen Patnaik PhotoOR

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Monday, 02 October 2023
  • Updated: 02 October 2023, 05:14 PM IST

Sports

Latest News

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆନୁଷ୍ଠାନିକ ଭାବେ ବିଜେଡିର ଜନସମ୍ପର୍କ ପଦଯାତ୍ରାକୁ ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ବଡ଼ଗଡ଼ ବ୍ରିଟସ୍ଥିତ କଳିଙ୍ଗ ବସ୍ତିରେ ଦଳର ଜନସମ୍ପର୍କ ପଦଯାତ୍ରାକୁ ଶୁଭାରମ୍ଭ କରିବା ସହ ନେତାଜୀ ଖେଳପଡ଼ିଆଠାରେ ଏକ ଦଳୀୟ କର୍ମୀ ସମାବେଶକୁ ସମ୍ବୋଧିତ କରିଥିଲେ । ତେବେ ବିଜେଡି ପକ୍ଷରୁ ଆୟୋଜିତ ଏହି ସଭାରେ ନବୀନ ସଭାମଂଚରେ ଥିବା ବରପୁତ୍ରମାନଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଜଣାଇବାରେ ବି କୁଣ୍ଠାବୋଧ କରିବା ସହ ବିରକ୍ତ ହୋଇ ଦଳୀୟ ଉତ୍ତରୀୟ ଓ ବ୍ୟାଜକୁ ନିଜ ଦେହରୁ କାଢ଼ି ଦେଇଥିବା ଦେଖିବାକୁ ମିଳିଛି ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ବଡ଼ଗଡ଼ ବ୍ରିଟ୍ କଲୋନୀସ୍ଥିତ କଳିଙ୍ଗବସ୍ତି (କଳିଙ୍ଗ ବିଜୁ ଆଦର୍ଶ କଲୋନୀ) ଠାରେ ଦଳର ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଏହି ଜନସମ୍ପର୍କ ପଦଯାତ୍ରାରେ ଶ୍ରୀ ପଟ୍ଟନାୟକ ୨୦-୩୦ମିଟର ଚାଲିବା ପରେ ଜନସଭାକୁ ସମ୍ବୋଧିତ କରିବା ପାଇଁ ଯାଇଥିଲେ । ତେବେ ସଭାମଂଚରେ ଥିବା ସମସ୍ତ ବରପୁତ୍ରଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିବାକୁ ବିଶେଷ ଆଗ୍ରହ ଦେଖାଇନଥିଲେ । ଏପରିକି ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ କିଛି ତାଗିଦ୍ କରୁଥିବା ଦେଖିବାକୁ ମିଳିଥିଲା । ସଭାସ୍ଥଳରେ ଉପସ୍ଥିତ ଦଳର ବରିଷ୍ଠ ପଦାଧିକାରୀ, ନେତା-ମନ୍ତ୍ରୀ,ବିଧାୟକ,ସାଂସଦ ଓ କର୍ମୀମାନେ ସମସ୍ତେ ଦଳୀୟ ଉତ୍ତରୀୟ ପକାଇଥିଲେ ମଧ୍ୟ ନିଜ ଦଳର ଉତ୍ତରୀୟ ଓ ବ୍ୟାଜ୍ ପିନ୍ଧିବାବେଳେ ସୁପ୍ରିମୋ ଶ୍ରୀ ପଟ୍ଟନାୟକ ବିରକ୍ତି ପ୍ରକାଶ କରିଥିଲେ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଦଳୀୟ ପର୍ଯ୍ୟବେକ୍ଷିକା ଶ୍ରୀମୟୀ ମିଶ୍ର ଦଳୀୟ ବ୍ୟାଜ୍ ପିନ୍ଧାଇବାବେଳେ ନବୀନଙ୍କ ମୁହଁରେ ବିରକ୍ତିଭାବ ଦେଖିବାକୁ ମିଳିଥିଲା । ସେହିପରି ଦଳୀୟ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୁଲତା ଦେଓ ବିଜେଡି ଉତ୍ତରୀୟକୁ ନବୀନଙ୍କ କାନ୍ଧରେ ପକାଇବା ମାତ୍ରେ ସେ ବିରକ୍ତି ହୋଇ ନିଜ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ତାହା କାଢ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ସେମାନଙ୍କ ବାରଣସତ୍ତ୍ୱେ ନବୀନ ନିଜେ ସେହି ଉତ୍ତରୀୟକୁ କାଢ଼ି ଦେଇଥିଲେ । ନବୀନଙ୍କ ନିର୍ଦ୍ଦେଶରେ ତାଙ୍କ ଦେହରେ ଥିବା ଦଳୀୟ ବ୍ୟାଜକୁ ମଧ୍ୟ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ କାଢ଼ିଥିବାର ଦେଖିବାକୁ ମିଳିଛି ।

Also Read

ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ଓ ପଦାଧିକାରୀଙ୍କୁ ସମ୍ବୋଧିତ କରି ନବୀନ କହିଥିଲେ ଯେ, ସାଧାରଣ ଲୋକଙ୍କ ଖୁସି ହେଉଛି ଆମର ସବୁଠାରୁ ବଡ଼ ଖୁସି । ବିଜେଡି ଗରିବ ଲୋକ,ମହିଳା,ଯୁବବର୍ଗ ଓ ଅନୁସୂଚିତ ଜାତି ଓ ଜନଜାତିଙ୍କ କଲ୍ୟାଣ ପାଇଁ କାମ କରୁଛି । ମା’ମାନଙ୍କୁ ସଶକ୍ତ କରିବା ପାଇଁ ବିଜେଡି କାମ କରୁଛି । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରଖିବାକୁ ଆଇନ ଆସିଛି । ବିଜେଡିର ପ୍ରୟାସ ସଫଳ ହୋଇଛି । ରୂପାନ୍ତର ଓଡ଼ିଶା ପାଇଁ ଶକ୍ତି ଦେଇଛି । ସାଧାରଣ ଲୋକଙ୍କ ଆତ୍ମବିଶ୍ୱାସ ହୋଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବରଦାନ ସାବ୍ୟସ୍ତ ହୋଇଛି । ସରକାରୀ ଓ ଘରୋଇ ସ୍କୁଲ ମଧ୍ୟରେ ତାରତମ୍ୟ ଦୂର ହୋଇଛି । ଖାଦ୍ୟ ସୁରକ୍ଷା, କ୍ରୀଡ଼ାର ବିକାଶ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସମଗ୍ର ଦେଶରେ ଓଡ଼ିଶା ରୋଲ୍ ମଡେଲ୍ ସାଜିଛି । ରାଜ୍ୟରେ ନିଯୁକ୍ତିର ନୂଆ ସୁଯୋଗ ଆସିଛି । ହେଲେ ବିକାଶ ଯାତ୍ରାରେ ବିରୋଧୀ ଖୁସି ନାହାନ୍ତି । ଲୋକଙ୍କୁ ଭୁଲ୍ ଖବର ଦେବାରେ ସେମାନେ ଖୁସି ହୁଅନ୍ତି । ନିର୍ବାଚନ ଆସିଲେ ବିରୋଧୀ ସବୁବେଳେ ଏମିତି କରିଥାନ୍ତି,ତେଣୁ ଲୋକ ସେମାନଙ୍କୁ ସବୁବେଳେ ପ୍ରତ୍ୟାଖ୍ୟାନ ମଧ୍ୟ କରି ଆସୁଛନ୍ତି । ସେମାନଙ୍କ ଜନବିରୋଧୀ ଓ ବିକାଶ ବିରୋଧୀ ମନୋଭାବକୁ ଲୋକେ ଠିକ୍ ବୁଝିଛନ୍ତି । ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ବିକାଶ କାମ କରିବାକୁ ବିରୋଧୀ ଚକ୍ରାନ୍ତ କରୁଛନ୍ତି । ଲୋକେ ସେମାନଙ୍କୁ କ୍ଷମା ଦେବେନି । ନବୀନ ନିଜ ସରକାରର ବିକାଶ ବାର୍ତ୍ତାକୁ ଘରେଘରେ ପହଂଚାଇବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତିି ।

ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ସାଂସଦ ଅମର ପଟ୍ଟନାୟକ ଓ ସୁଲତା ଦେଓ, ମେୟର ସୁଲୋଚନା ଦାସ, ବିଜେଡି ପର୍ଯ୍ୟବେକ୍ଷିକା ଶ୍ରୀମୟୀ ମିଶ୍ର ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story