Advertisment

ମନ୍ତ୍ରୀ ବଡ଼ ନା ସଚିବ? ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ

ଏହି ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିବା ବେଳେ ଏହା ଉତ୍ତର ରଖିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

author-image
Niharika Rout
ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

ମନ୍ତ୍ରୀ ବଡ଼ ନା ସଚିବ, ଏହି ପ୍ରଶ୍ନରେ ସମଗ୍ର ରାଜ୍ୟ ରାଜନୀତି ହୁଲସ୍ତୁଲ ହେଉଥିବା ବେଳେ ବିଧାନସଭାରେ ବି ହେଉଛି ତମ୍ବି ତୋଫାନ। ଏହି ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିବା ବେଳେ ଏହା ଉତ୍ତର ରଖିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଦୀର୍ଘ ଦିନରୁ ଲାଗି ରହିଥିବା ଏହି ବିବାଦ ଉପରୁ ପରଦା ହଟାଇବା ସହ ମୁହଁ ଖୋଲି ବିରୋଧୀଙ୍କୁ ଜବାବ ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଗୃହରେ ଦେଇଥିବା ବିବୃତି ଅନୁଯାୟୀ, ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଏ। କୋଭିଡ୍ ପୂର୍ବରୁ ସିଏମ୍ଓ ଭୁବନେଶ୍ୱରରେ ଅଭିଯୋଗ ଶୁଣୁଥିଲା। କୋଭିଡ୍ ଯୋଗୁଁ ପ୍ରାୟ ୨ ବର୍ଷ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଲା। କିନ୍ତୁ କୋଭିଡ୍ ପରେ ଯଥେଷ୍ଟ ଲୋକ ଅଭିଯୋଗ ପ୍ରକୋଷ୍ଠ ଆସୁନଥିବା ଦେଖିଥିଲୁ। ସେଥିପାଇଁ ଲୋକଙ୍କ ନିକଟକୁ ଯାଇ ଅଭିଯୋଗ ଆଣିବାକୁ ମୁଁ ଚିନ୍ତାକଲି। ମୋ ନିର୍ଦ୍ଦେଶରେ ସିଏମ୍ଓ ଅଫିସରମାନେ ଜିଲ୍ଲାକୁ ଯାଇ ଅଭିଯୋଗ ଆଣିଲେ।

ଗତ ୬ ମାସ ମଧ୍ୟରେ ୧୯୦ ଜାଗାରେ ୫୭,୪୪୨ ଅଭିଯୋଗ ଅଣାଯାଇଛି। ଆସିଥିବା ଅଭିଯୋଗରୁ ଆଜି ସୁଦ୍ଧା ୪୩,୫୩୬ ଅଭିଯୋଗ ସମାଧାନ ହୋଇଛି। ସମସ୍ତ ପ୍ରକ୍ରିୟା ଅତ୍ୟନ୍ତ ସ୍ୱଚ୍ଛ ଓ ବୈଷୟିକ ଜ୍ଞାନକୌଶଳ ପରିଚାଳିତ। ୨/୩ ମାସ ମଧ୍ୟରେ ଦୀର୍ଘଦିନରୁ ପଡ଼ିଥିବା ସମସ୍ୟା ସମାଧାନ ହୋଇଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ଏଥିସହ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ସିଏମ୍ଓ ଦ୍ୱାରା ପରିଚାଳିତ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନଥାଏ। କୋଭିଡ୍ ସମୟରେ ଏହି ସମାନ ଟିମ୍ ଜିଲ୍ଲା ବୁଲି ତଦାରଖ କରୁଥିଲା। ‘ଅନ୍ୟମାନେ ଘରେ ଥିବା ବେଳେ ସିଏମ୍ ଓ ଟିମ୍ ଜୀବନକୁ ବାଜି ଲଗାଇ ବୁଲୁଥିଲା।

ଅଭିଯୋଗ ଶୁଣାଣି ନିମନ୍ତେ ବିଭିନ୍ନ ଜିଲ୍ଲାକୁ ୫ଟି ସଚିବଙ୍କ ହେଲିକପ୍ଟର ଗସ୍ତ ନେଇ ମଧ୍ୟ ସ୍ପଷ୍ଟୀକରଣ ଦେଲେ ମୁଖ୍ୟମନ୍ତ୍ରୀ। ଏହି ପ୍ରସଙ୍ଗରେ ସେ କହିଛନ୍ତି, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ଭିତରେ ଦିନକରେ ୩ରୁ ୫ଟି ମିଟିଂ କରିବା ଅସମ୍ଭବ। ଯଦି ସଡ଼କ ପଥରେ ଯାଇ ଏତକ କରାଯାଇଥାନ୍ତା ତେବେ ଦେଢ଼ବର୍ଷ ଲାଗିଥାନ୍ତା। ବିଗତ ସାଢ଼େ ୩ ବର୍ଷରେ ହେଲିକପ୍ଟର ବାବଦରେ ୪୦ କୋଟି ବ୍ୟୟ କରିଛୁ। ହିସାବ କଲେ ହେଲିକପ୍ଟର ବାବଦରେ ମାସକୁ ୧ରୁ ଦେଢ଼ କୋଟି ଖର୍ଚ୍ଚ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେପି ସଦସ୍ୟ ହଟ୍ଟଗୋଳ କରିଛନ୍ତି। ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ। ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରସଙ୍ଗକୁ ନେଇ ବିରୋଧୀ ଗୃହରେ ମୁଲତବି ପ୍ରସ୍ତାବ ଆଣିଥିଲେ। ତାହା ଗୃହୀତ ନ ହେବାରୁ ସେମାନେ ବିଧାନସଭାରେ ହଟ୍ଟଗୋଳ କରିଥିଲେ।

ସେହିପରି ଜାତୀୟ ରାଜପଥରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗ ଉଠାଇଥିଲା ବିଜେଡି ମଧ୍ୟ କେନ୍ଦ୍ର ଉପରେ ବର୍ଷିଥିଲା। ପରେ ପରେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି ପ୍ରମିଳା ମଲ୍ଲିକ।

Naveen Patnaik Odisha Assembly