Advertisment

‘ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ’

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେ କହିଲେ, ‘ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ପ୍ରଚ୍ଛଦ ପଟରେ ଥିଲେ ନିଜେ ମୁଖ୍ୟମନ୍ତ୍ରୀ । ସେ ହିଁ ରଚିଥିଲେ ସାଂପ୍ରଦାୟିକ ଷଡଯନ୍ତ୍ର ।

ଅଦ୍ୟତନ ହୋଇଛି
MP Pratap Sarangi

MP Pratap Sarangi

Advertisment

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ‘ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ପ୍ରଚ୍ଛଦ ପଟରେ ଥିଲେ ନିଜେ ମୁଖ୍ୟମନ୍ତ୍ରୀ। ସେ ହିଁ ରଚିଥିଲେ ସାଂପ୍ରଦାୟିକ ଷଡ଼ଯନ୍ତ୍ର। ତେଣୁ ଓଡ଼ିଶାରେ ବିଜେଡିର କ୍ଷମତାରେ ରହିବାର ଅଧିକାର ନାହିଁ।’

Advertisment

ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେଲା, ସେମାନଙ୍କ ଜମି ହଡ଼ପ କରାଗଲା। ଧର୍ମାନ୍ତୀକରଣ ପାଇଁ ବିଦେଶୀ ଶକ୍ତିର ସାହାଯ୍ୟ ନିଆଗଲା । ହେଲେ ବିଜେଡି ସରକାର କିଛି ବି ପଦକ୍ଷେପ ନେଲାନି ବୋଲି କହି ଟାର୍ଗେଟ କରିଛନ୍ତି ସାଂସଦ ଶ୍ରୀ ଷଡ଼ଙ୍ଗୀ।

ସେ କହିଛନ୍ତି, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସୁରକ୍ଷା କର୍ମୀଙ୍କୁ କାହିଁକି ଅପସାରଣ କରାଯାଇଥିଲା । କାହା ନିର୍ଦ୍ଦେଶରେ ଏପରି ସାଂଘାତିକ ତ୍ରୁଟି ହୋଇଥିଲା। ସେ ନିଜ ଜୀବନ ପ୍ରତି ବିପଦ ଆଶଙ୍କାରେ ସୁରକ୍ଷା ମାଗିଥିବା ବେଳେ ପୁଲିସ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କଲା। ତେଣୁ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଘଟଣା ପାଇଁ ଗୃହ ବିଭାଗ ଦାୟୀ । ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିଲେ । ତେଣୁ ସେ ବି ଏହି ମାମଲା ପାଇଁ ଦାୟୀ। 

Advertisment

ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଏହା ଏକ ସାମ୍ପ୍ରଦାୟିକ ଷଡ଼ଯନ୍ତ୍ର। ଜଣେ ମହାପୁରୁଷଙ୍କୁ ହତ୍ୟା କରାଯାଇଛି। ହିନ୍ଦୁ ସମାଜକୁ ନେତୃତ୍ୱବିହୀନ କରିବାକୁ ଏପରି କାଣ୍ଡ କରାଯାଇଛି। ଏହି ମାମଲାର ତଦନ୍ତ ପାଇଁ ତିନି ତିନିଟି ତଦନ୍ତ କମିଶନ ବସିଲା, ହେଲେ ରିପୋର୍ଟ ସାର୍ବଜନୀନ ହେଲାନି। ଏହି ମାମଲାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ବାପାଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ମାତ୍ର ପୁଲିସ୍‌ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କଲାନି। ଏ କଥାର ଜବାବ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡ଼ିବ।

କନ୍ଧମାଳ ପରି ଅନୁନ୍ନତ, ଆଦିବାସୀବହୁଳ ଜିଲ୍ଲାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ନିଜ ବ୍ୟକ୍ତିଗତ ଉଦ୍ୟମରେ ସଂସ୍କୃତ ସ୍କୁଲ କରି ଶହ ଶହ ପିଲାଙ୍କୁ ରଖି ପଢ଼ାଉଥିଲେ। ଗାଁକୁ ପାଣି, ବିଦ୍ୟୁତ୍‌ ସଂଯୋଗ କରାଇଥିଲେ। ମାତ୍ର ଷଡ଼ଯନ୍ତ୍ର କରି ତାଙ୍କୁ ହତ୍ୟା କରାଗଲା। ଏଭଳି ସରକାରକୁ ଉଠେଇ ଫୋପାଡ଼ି ଦେବା ଦେବା ଦରକାର । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀ, ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରିଥିବା ସରକାରକୁ ରାଜ୍ୟବାସୀ ଏଥର ବର୍ଜନ କରିବେ ବୋଲି କହିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ।

Bjp Pratap Sarangi 2024 General Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe