Advertisment

ଲୋକଙ୍କୁ ସ୍ୱପ୍ନ ଦେଖାଇଲେ, କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ

ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ହେବ। ଆଜି ପଦ୍ମପୁର ଗସ୍ତ ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅଦ୍ୟତନ ହୋଇଛି
CM

CM

Advertisment

ପୁଣି ଲୋକଙ୍କୁ ଦେଖାଇଲେ ସ୍ୱପ୍ନ। କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କରି ପ୍ରତିକ୍ରିୟା ବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ହେବ। ଆଜି ପଦ୍ମପୁର ଗସ୍ତ ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ଦିନ ଧରି ପଦ୍ମପୁର ଜିଲ୍ଲା ମାନ୍ୟତା ନେଇ ଦାବି ରହିଛିା ଏନେଇ ସରକାର କାର୍ଯ୍ୟ କରୁଛନ୍ତି, ଆଗାମୀ ବର୍ଷେ ମଧ୍ୟରେ ପଦ୍ମପୁରକୁ ଜିଲ୍ଲା ଭାବେ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଖାଲି ଏତିକି ନୁହେଁ ଏହି ଅବସରରେ ନାଁ ନନେଇ କେନ୍ଦ୍ରମନ୍ତ୍ରୀମାନଙ୍କୁ କଡ଼ା ଭାଷାରେ କଟାକ୍ଷ କରିଛନ୍ତି ନବୀନ। ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀମାନେ ଗସ୍ତ କରିଥିଲେ। ରେଲୱେ ପ୍ରକଳ୍ପ ଓ କେନ୍ଦୁପତ୍ର ସବସିଡିକୁ ନେଇ ଅନେକ ପ୍ରତିଶ୍ରୁତି ଦେଇଥିଲୋ ପ୍ରଭୁ ନୃସିଂହନାଥଙ୍କୁ ପ୍ରାର୍ଥନା କରୁଛି, ସେସବୁ ପ୍ରତିଶ୍ରୁତି କେନ୍ଦ୍ରମନ୍ତ୍ରୀମାନଙ୍କୁ ମନେ ପକାଇ ଦିଅନ୍ତୁ ବୋଲି ଦୋହରାଇଛନ୍ତି ନବୀନ।

Advertisment

ଆଜି ଝାରବନ୍ଧ ପରେ ପାଇକମାଲ ଓ ପଦ୍ମପୁର ଯାଉଛନ୍ତି ମୁଖ୍ୟମନ୍ତ୍ରୀା ଉପନିର୍ବାଚନ ସରିବାର ଅଢ଼େଇ ମାସ ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ।

ମୁଖ୍ୟମନ୍ତ୍ରୀ ପାଇକମାଳରେ ମିଶନ ଶକ୍ତିର ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଚେକ୍ ପ୍ରଦାନ କରିଥିଲେ। କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର୍, ରାସ୍ତା, ବ୍ରିଜ, କଲ୍‌ଭଟ, ପାନୀୟ ଜଳ ପ୍ରକଳ୍ପ, ସ୍କୁଲ୍ ବିଲ୍ଡିଂ, ଖେଳ ପଡିଆ, ପାର୍କ, ସ୍ୱାସ୍ଥ୍ୟ କେନ୍ଦ୍ର, ବିଦ୍ୟୁତ୍ ସଂଯୋଗିକରଣ, ମନ୍ଦିର ଉନ୍ନତିକରଣ, ପରିମଳ ବ୍ୟବସ୍ଥା, ଲିଫ୍ଟ ପଏଣ୍ଟ, ବଜାର ପ୍ରାଙ୍ଗଣ ଉନ୍ନତିକରଣ ଆଦି ପ୍ରକଳ୍ପର ଭିତ୍ତି ପ୍ରସ୍ତର ଦେଇଥିଲେ।

ପାଇକମାଳ ବ୍ଲକରେ ୬୪୮ଟି ପ୍ରକଳ୍ପ ପାଇଁ ୨୯ କୋଟି ୩୩ ଲକ୍ଷ ୫୬ ହଜାର ଟଙ୍କା, ଝାରବନ୍ଧ ବ୍ଲକରେ ୩୩୦ଟି ପ୍ରକଳ୍ପ ପାଇଁ ୯୦ କୋଟି ୨୪ ଲକ୍ଷ ୯୯ ହଜାର ଟଙ୍କାର ବ୍ୟୟ ଅଟକଳ ହୋଇଛି। ଅର୍ଥାତ୍ ପଦ୍ମପୁର ବିଧାନସଭା ପାଇଁ ମୋଟ ୧୭୦୦ଟି ପ୍ରକଳ୍ପ ପାଇଁ ସର୍ବମୋଟ ୧୫୦ କୋଟି ୫୮ ଲକ୍ଷ ୫୫ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇକମାଳ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ରୀତା ସାହୁ, ପଦ୍ମପୁର ବିଧାୟିକା ବର୍ଷା ସିଂହ ବରିହା, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଥାଉକି, ଉପନିର୍ବାଚନ ବେଳେ ରେଳୱେ ପ୍ରକଳ୍ପ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦୁପତ୍ର ସବସିଡି ପ୍ରସଙ୍ଗ ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା।

ଅପରପକ୍ଷେ, ନବୀନଙ୍କ ଅଭିଯୋଗ ନେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ ରାଜ୍ୟ ସରକାରଙ୍କ ଉପରେ ପାଲଟା ଅଭିଯୋଗ କରିଛନ୍ତିା ସେ କହିଛନ୍ତି, ନବୀନ ବାବୁ ଆଗ ପଦ୍ମପୁରକୁ ଚିହ୍ନନ୍ତୁ। ସମସ୍ୟାକୁ ବୁଝନ୍ତୁ। ରେଳ ପ୍ରକଳ୍ପ ପାଇଁ ଜମି ଏବେ ଯାଏଁ ରାଜ୍ୟ ସରକାର ଦେଲେନି। ପଦ୍ମପୁରରେ ଚାଷୀ ଆବଶ୍ୟକ କରୁଥିବା ଜଳସେଚନ ବ୍ୟବସ୍ଥା ମିଳିପାରୁନି। ମୁଖ୍ୟମନ୍ତ୍ରୀ ଏଠାରେ ସୌଜନ୍ୟତା ଭୁଲିଗଲେ। ଲୋକପ୍ରତିନିଧିଙ୍କୁ ବି ଡାକିଲେନି। ଜିଲ୍ଲା ଘୋଷଣା ପାଇଁ ବର୍ଷେ ସମୟ ନେବାର ଆବଶ୍ୟକତା କ’ଣ ଥିଲା? ପଦ୍ମପୁର ବିକାଶ ପାଇଁ ରେଳ ଲାଇନ ନିହାତି ଦରକାର। ଯଦି ବିକାଶ ଚାହୁଁଛନ୍ତି ଜମି ଅଧିଗ୍ରହଣ କରି କେନ୍ଦ୍ରକୁ ଜଣାନ୍ତୁ। ରାଜ୍ୟ ସରକାର ପ୍ରସ୍ତାବକ ହୁଅନ୍ତୁ। ମୁଁ କେନ୍ଦ୍ରରୁ ମଞ୍ଜୁର କରାଇବି ବୋଲି କହି ଶ୍ରୀ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତିା 

Odisha Politics Political News Bjd Politics Odisha Cm
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe