ସୁଶାନ୍ତ ଓ ଦିବ୍ୟଶଙ୍କରଙ୍କ ଭାବମୂର୍ତ୍ତି ସଜାଡ଼ିବାକୁ ଆସନ୍ତାକାଲି ନବୀନ କରିବେ ୭୮କିମିର ରୋଡ୍ ଶୋ’

ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମଓଡ଼ିଶାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଓ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବା ଲକ୍ଷ୍ୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ୩ଟି ଜିଲ୍ଲାକୁ ମାରାଥନ୍ ଗସ୍ତରେ ଯିବେ ।

CM Naveen Patnaik PhotoOR

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Saturday, 04 March 2023
  • Updated: 05 March 2023, 01:05 PM IST

Sports

Latest News

ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମଓଡ଼ିଶାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଓ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବା ଲକ୍ଷ୍ୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ୩ଟି ଜିଲ୍ଲାକୁ ମାରାଥନ୍ ଗସ୍ତରେ ଯିବେ । ବରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୭୮କିମିର ରୋଡ୍ ଶୋ’ରେ ନବୀନ ସାମିଲ ହେବେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଓ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ବିବାଦୀୟ ବିଜେଡିର ଦୁଇ ପ୍ରଭାବଶାଳୀ ବିଧାୟକ ଯଥାକ୍ରମେ ସୁଶାନ୍ତ ସିଂ ଓ ଦିବ୍ୟଶଙ୍କର ମିଶ୍ରଙ୍କ ଭାବମୂର୍ତ୍ତିକୁ ସଜାଡ଼ିବା ତଥା ଦଳରେ ସେମାନଙ୍କ ଗୁରୁତ୍ୱ ବୃଦ୍ଧି ପାଇଁ ଉଭୟଙ୍କ ନିର୍ବାଚନମଣ୍ଡଳୀ ଭଟଲୀ ଓ ଜୁନାଗଡ଼ରେ ରୋଡ୍ ଶୋ’ ସହ ୨ଟି ଲେଖାଏଁ ସାଧାରଣ ସଭାରେ ସାମିଲ ହେବେ ବୋଲି ସୂଚନା ଜଣାପଡ଼ିଛି । ପ୍ରଥମଥର ପାଇଁ ନବୀନ କୌଣସି ସରକାରୀ କାର୍ଯ୍ୟକ୍ରମ ଯାଇ ଏତେ ଦୀର୍ଘ କିମିର ରୋଡ୍ ଶୋ’ କରିବେ ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଦିନିକିଆ ସରକାରୀ ଗସ୍ତରେ ଯାଇ ‘ବିଜୁ ଏକ୍ସପ୍ରେସ୍ ୱେ’ର ଲୋକାର୍ପଣ ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ । ନବୀନ ପ୍ରଥମେ ବରଗଡ଼ ଜିଲ୍ଲାକୁ ଯାଇ ସୋହେଲାଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ବରଗଡ଼ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବା ପରେ ସୋହେଲାରୁ ଘେସ୍ ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ୱେରେ ୧୮କିମି ରାସ୍ତାରେ ରୋଡ୍ ଶୋ’ କରିବେ । ଏହି ରୋଡ୍ ଶୋ’ବେଳେ ବିଭିନ୍ନ ସ୍ଥାନରେ ଅଟକି ସାଧାରଣ ଲୋକଙ୍କ ସହ ଭାବ ବିନିମୟ କିବା ପରେ ଘେସଠାରେ ଆଉ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହି ରୋଡ୍ ଶୋ’ ପ୍ରାୟ ୪୦ମିନିଟ୍ ଧରି ହେବ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ରୋଡ୍ ଶୋ’ ଓ ୨ଟି ସାଧାରଣ ସଭାର କାର୍ଯ୍ୟକ୍ରମ ବିଧାୟକ ସୁଶାନ୍ତ ସିଂଙ୍କ ଭଟଲୀ ନିର୍ବାଚନମଣ୍ଡଳୀରେ ହେବ । ଏହାପରେ ମୁଖ୍ୟମନ୍ତ୍ରୀ ନୂଆପଡ଼ା ଜିଲ୍ଲାର କୋମନାରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଅପରାହ୍ନରେ କଳାହାଣ୍ଡି ଯିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜୁନାଗଡ଼ ନିର୍ବାଚନମଣ୍ଡଳୀର ଗୋଲମୁଣ୍ଡା ବ୍ଲକର ବୃନ୍ଦାବାହାଲଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ସେଠାରେ କଳାହାଣ୍ଡି ଜିଲ୍ଲା ପାଇଁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଉଦଘାଟନ କରିବା ପରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ତା’ପରେ ବିଜୁ ଏକ୍ସପ୍ରେସ୍ ୱେରେ ବୃନ୍ଦାବାହାଲଠୁ ଅମ୍ପାନୀ ପର୍ଯ୍ୟନ୍ତ ପ୍ରାୟ ୬୦କିମି ରାସ୍ତାରେ ରୋଡ୍ ଶୋ’ କରିବେ । ଏହି ରୋଡ୍ ଶୋ’ବେଳେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନରେ ରହିବା ପରେ ଆମପାଇଁ ଠାରେ ଆଉ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ କରିବେ ।

Also Read

ଉଲ୍ଲେଖଯୋଗ୍ୟ, ଆଗାମୀ ସାଧାରଣ ନିର୍ବାଚନରେ ପଶ୍ଚିମଓଡ଼ିଶାରେ ଏହି ଦୁଇ ବିବାଦୀୟ ବିଧାୟକଙ୍କ ଯୋଗୁ ଦଳର ଭାବମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଥିବାରୁ ନବୀନ ସେଠାରେ ରୋଡ୍ ଶୋ’ ଓ ସାଧାରଣ ସଭା କରି ସେମାନଙ୍କର ରାଜନୀତିକ ସ୍ଥିତିକୁ ସଜାଡ଼ିବା ସହ ଦଳୀୟ ଭାବମୂର୍ତ୍ତିରେ ସୁଧାର ନିମନ୍ତେ ପ୍ରୟାସ କରିବେ ବୋଲି ଜଣାପଡ଼ିଛି । ଏହି ଦୁଇ ବିବାଦୀୟ ବିଜେଡି ବିଧାୟକଙ୍କ ମାଧ୍ୟମରେ ପଶ୍ଚିମଓଡ଼ିଶାରେ ବିଜେଡି ଆଗାମୀ ସାଧାରଣ ନିର୍ବାଚନ ପରିଚାଳନା କରିବାକୁ ଚାହୁଁଥିବାରୁ ନବୀନଙ୍କ ଗସ୍ତ ମାଧ୍ୟମରେ ସେହି ଉଭୟ ବିଧାୟକଙ୍କ ଗୁରୁତ୍ୱ ଦଳରେ ବୃଦ୍ଧି କରାଇବାକୁ ମଧ୍ୟ ରଣନୀତି ହୋଇଛି ।

ସୂଚନାଯୋଗ୍ୟ, ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଅବସରରେ ନବୀନ ଆସନ୍ତାକାଲି ଭୁବନେଶ୍ୱର ବିମାନ ବନ୍ଦରରେ ଡାକୋଟା ବିମାନ ପ୍ରଦର୍ଶନୀର ଉଦଘାଟନ ଓ ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା ମଧ୍ୟରେ ବିମାନ ଚଳାଚଳକୁ ପତାକା ହଲାଇ ଉଦଘାଟନ କରିବା ପରେ ପଶ୍ଚିମଓଡ଼ିଶାର ଏହି ୩ଜିଲ୍ଲାକୁ ଗସ୍ତ କରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story