Advertisment

ପୁଣି କ୍ୟାମେରାରେ କଏଦ୍‌ ହେଲା ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ କି ମନ୍ଦ ତାହା କହିବା ଏବେ କାଠିକର ପାଠ ହୋଇଯାଇଛି। କାରଣ ଗୋଟିଏ ପଟେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନିଜେ ଫିଟ୍‌ ବୋଲି କହୁଥିବା ଭିଡ଼ିଓ ଭାଇରାଲ ହୋଇଥିଲେ ହେଁ ଏବେ ବିଭିନ୍ନ ସଭାସ୍ଥଳରେ ତାଙ୍କ କ୍ଲାନ୍ତି ଦେଖି ଲାଗୁଛି ତାଙ୍କ ଦେହ ସତରେ ଭଲ ନାହିଁ। କାରଣ ସେ ଦୀର୍ଘ ସମୟ ଚାଲିପାରୁ ନାହାନ୍ତି। ନିର୍ବାଚନ ମୁଣ୍ଡଉପରେ ଥିବାରୁ ସାରା ଓଡ଼ିଶା ବୁଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ଦାମିକିଆ […]

author-image
Mihir Pattnayak
ପୁଣି କ୍ୟାମେରାରେ କଏଦ୍‌ ହେଲା ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା

ik

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ କି ମନ୍ଦ ତାହା କହିବା ଏବେ କାଠିକର ପାଠ ହୋଇଯାଇଛି। କାରଣ ଗୋଟିଏ ପଟେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନିଜେ ଫିଟ୍‌ ବୋଲି କହୁଥିବା ଭିଡ଼ିଓ ଭାଇରାଲ ହୋଇଥିଲେ ହେଁ ଏବେ ବିଭିନ୍ନ ସଭାସ୍ଥଳରେ ତାଙ୍କ କ୍ଲାନ୍ତି ଦେଖି ଲାଗୁଛି ତାଙ୍କ ଦେହ ସତରେ ଭଲ ନାହିଁ। କାରଣ ସେ ଦୀର୍ଘ ସମୟ ଚାଲିପାରୁ ନାହାନ୍ତି। ନିର୍ବାଚନ ମୁଣ୍ଡଉପରେ ଥିବାରୁ ସାରା ଓଡ଼ିଶା ବୁଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ଦାମିକିଆ ବସ୍‌ ଯୋଗାଡ କରିଛି ବିଜେଡି। ତଥାପି ସଭାସ୍ଥଳରେ ଥକି ପଡୁଥିବା ଦେଖିବାକୁ ମିଳୁଛି। ୨ ଦିନ ତଳେ ବଡମ୍ବା ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଟିପ୍ପଣୀ କରିଥିଲେ। ୧୦ କଦମ୍‌ ଚାଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ କେତେ ସମୟ ଲାଗେ ବୋଲି ସେ ପ୍ରଶ୍ନ କରିଥିଲେ।

Advertisment

ଏହି ଘଟଣାର ଦିନକ ପରେ ସେହି ବଡମ୍ବାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା କ୍ୟାମେରାରେ କଏଦ ହୋଇଛି।  ଅସୁସ୍ଥତା ଯୋଗୁ ମୁଖ୍ୟମନ୍ତ୍ରୀ ଷ୍ଟେଜ୍‌ରୁ ଓହ୍ଲେଇ ପାରୁ ନ ଥିବାରୁ ତାଙ୍କୁ ତାଙ୍କ ବ୍ୟକ୍ତିଗତ ସହାୟତ ଅଣ୍ଟାରୁ ଧରି ଓହ୍ଲାଉଥିବା ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ, ଗତକାଲି (୧୮ ଏପ୍ରିଲ) କଟକ ଜିଲ୍ଲାର ବଡ଼ମ୍ବା ଟେନିସ୍ ପଡ଼ିଆରେ ଅନୁଷ୍ଠିତ ଏହି ସଭାକୁ ନବୀନ ପ୍ରଚାର ପାଇଁ ଯାଇଥିଲେ। ସାଙ୍ଗରେ ଥିଲେ ସ୍ଥାନୀୟ ବିଜେଡି ପ୍ରାର୍ଥୀ ଦେବୀ ପ୍ରସାଦ ମିଶ୍ର ଓ ଭର୍ତ୍ତୃହରି ମହତାବ। ମଞ୍ଚକୁ ଉଠିଲା ବେଳେ ନବୀନ ନିଜେ ପାହାଚ ଚଢ଼ି ଯାଇଥିଲେ। କିନ୍ତୁ ଓହ୍ଲାଇଲା ବେଳେ ସମସ୍ୟା ଦେଖାଦେଇଥିଲା। ସେ ଆଉ ନିଜେ ପାହାଚ ଓହ୍ଲାଇବାକୁ ସକ୍ଷମ ହୋଇ ନ ଥିଲେ। ଫଳରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ତାଙ୍କୁ ଧରି ଷ୍ଟେଜ୍ ତଳକୁ ଆଣିଥିଲେ।

Advertisment