Advertisment

ଲଡୱା ଆସନରୁ ଜିତିଲେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି

ଜାଠ ବହୁଳ ଏହି ନିର୍ବାଚନ ମଣ୍ଡଳୀ ବିଜେପିର ଗଡ଼ ଭାବେ ପରିଚିତ। ବିଜେପି ତା’ ଗଡ଼ରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ମଧ୍ୟ ବାଜିମାତ କରିଛନ୍ତି।

author-image
Hemant Lenka
Nayab

Nayab

ନିର୍ବାଚନର ଠିକ ୧୦୦ ଦିନ ପୂର୍ବରୁ ହରିୟାଣାର ମୁଖ୍ୟମନ୍ତ୍ରୀ ପଦ ପାଇଥିବା ବିଜେପିର ବରିଷ୍ଠ ନେତା ନାୟବ ସିଂହ ସୈନି ବିଧାନସଭା ନିର୍ବାଚନରେ କମାଲ କରିଛନ୍ତି।

Advertisment

ସେ ଲଡୱା ଆସନରୁ ୧୦ ହଜାରରୁ ଅଧିକ ଭୋଟରେ କଂଗ୍ରେସର ମେୱା ସିଂହଙ୍କୁ ପରାସ୍ତ କରିଛି। ଜାଠ ବହୁଳ ଏହି ନିର୍ବାଚନ ମଣ୍ଡଳୀ ବିଜେପିର ଗଡ଼ ଭାବେ ପରିଚିତ। ବିଜେପି ତା’ ଗଡ଼ରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ମଧ୍ୟ ବାଜିମାତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସୈନି ୩୬,୬୧୩ ଖଣ୍ଡ ଭୋଟ ପାଇଥିବା ବେଳେ ମେୱାଙ୍କୁ ୨୬,୯୪୨ ଖଣ୍ଡ ଭୋଟ ମିଳିଛି। ସ୍ୱାଧୀନ ପ୍ରାର୍ଥୀ ବିକ୍ରମଜିତ ସିଂହ ଚେମା ୫୩୯୫, ଆଇଏନଏଲଡିର ସପନା ବରଶାମି ୪୪୩୦ ଓ ଆପ୍‌ର ଯୋଗା ସିଂହ ଉମରି କେବଳ ୨୩୯ ଖଣ୍ଡ ଭୋଟ ପାଇଛନ୍ତି।

Advertisment

ନାୟବ ସିଂହ ସୈନି ବିଜୟୀ ହେବା ସହ ବିଜେପି ମଧ୍ୟ ହରିୟାଣାରେ ଐତିହାସିକ ବିଜୟ ଦିଗରେ ଆଗକୁ ବଢ଼ୁଛି। ଯଦି ବର୍ତ୍ତମାନର ଟ୍ରେଣ୍ଡକୁ ବିଚାରକୁ ନିଆଯାଏ, ତା’ହେଲେ ବିଜେପି ଏକାକୀ ରାଜ୍ୟରେ ସରକାର ଗଠନ କରିବ। ଏପରି ସ୍ଥିତିରେ ନାୟବ ସିଂହ ସୈନି ପୁଣି ମୁଖ୍ୟମନ୍ତ୍ରୀ ହେବେ।

Haryana News Nayab Singh Saini Haryana Election Poll Haryana Election Result