/odisha-reporter/media/post_attachments/uploadimage/library/16_9/16_9_0/IMAGE_1693318153.jpg)
CM Naveen Patnaik
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତବର୍ଷ ବି ରାକ୍ଷୀ ବାନ୍ଧିବେ ନାହିଁ । ଗତ ୨୦୨୦ ମସିହାରୁ କ୍ରମାଗତ ୪ର୍ଥ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି । କାର୍ଯ୍ୟବସ୍ତତାର ଆଳ ଦେଖାଇ ମୁଖ୍ୟମନ୍ତ୍ରୀ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ସାମିଲ ହେବେନି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଆସନ୍ତାକାଲି ରକ୍ଷାବନ୍ଧନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଜରୁରୀ କାର୍ଯ୍ୟବସ୍ତତା ଯୋଗୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ । ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଆସନ୍ତାକାଲି କେହି ନବୀନ ନିବାସ ଯିବେ ନାହିଁ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶେଷଥର ୨୦୧୯ ମସିହାରେ କୁନିକୁନି ପିଲା ଓ ମହିଳାମାନଙ୍କ ସହ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଗତ କିଛିବର୍ଷ ଧରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିୟମିତ ଭାବେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ପର୍ବପର୍ବାଣୀ କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କଠୁ ଦୂରେଇ ରହୁଛନ୍ତି । ହୋଲି, ରାକ୍ଷୀ ପୂର୍ଣ୍ଣିମା, ଦଶହରାରେ ମେଢ଼ ବୁଲିବା ଭଳି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ସହ ସିଧାସଳଖ ଭାବ ବିନିମୟ ହେଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏସବୁ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
