Advertisment

ଏ ବର୍ଷ ବି ମୁଖ୍ୟମନ୍ତ୍ରୀ ବାନ୍ଧିବେନି ରାକ୍ଷୀ

ଗତ ୨୦୨୦ ମସିହାରୁ କ୍ରମାଗତ ୪ର୍ଥ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

CM Naveen Patnaik

CM Naveen Patnaik

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତବର୍ଷ ବି ରାକ୍ଷୀ ବାନ୍ଧିବେ ନାହିଁ । ଗତ ୨୦୨୦ ମସିହାରୁ କ୍ରମାଗତ ୪ର୍ଥ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି । କାର୍ଯ୍ୟବସ୍ତତାର ଆଳ ଦେଖାଇ ମୁଖ୍ୟମନ୍ତ୍ରୀ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ସାମିଲ ହେବେନି ।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଆସନ୍ତାକାଲି ରକ୍ଷାବନ୍ଧନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଜରୁରୀ କାର୍ଯ୍ୟବସ୍ତତା ଯୋଗୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ । ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଆସନ୍ତାକାଲି କେହି ନବୀନ ନିବାସ ଯିବେ ନାହିଁ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶେଷଥର ୨୦୧୯ ମସିହାରେ କୁନିକୁନି ପିଲା ଓ ମହିଳାମାନଙ୍କ ସହ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଗତ କିଛିବର୍ଷ ଧରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିୟମିତ ଭାବେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ପର୍ବପର୍ବାଣୀ କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କଠୁ ଦୂରେଇ ରହୁଛନ୍ତି । ହୋଲି, ରାକ୍ଷୀ ପୂର୍ଣ୍ଣିମା, ଦଶହରାରେ ମେଢ଼ ବୁଲିବା ଭଳି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ସହ ସିଧାସଳଖ ଭାବ ବିନିମୟ ହେଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏସବୁ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ଜଣାପଡ଼ିଛି ।

Advertisment
Naveen Patnaik Cmo Of Odisha Rakhi Purnima 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe