Advertisment

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର ଏରୋଡ୍ରୋମ୍ ପ୍ରାଇମେରୀ ସ୍କୁଲର ୧୧୪ନଂ ବୁଥରେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଗଣତନ୍ତ୍ରର ଏ ମହାପର୍ବରେ ସମସ୍ତ ଭୋଟର ନିଜ ମତଦାନ ଅଧିକାର ସାବସ୍ତ୍ୟ କରିବାକୁ ସେ ଅପିଲ କରିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଏରୋଡ୍ରୋମ୍ ପ୍ରାଇମେରୀ ସ୍କୁଲର ୧୧୪ନଂ ବୁଥରେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଗଣତନ୍ତ୍ରର ଏ ମହାପର୍ବରେ ସମସ୍ତ ଭୋଟର ନିଜ ମତଦାନ ଅଧିକାର ସାବସ୍ତ୍ୟ କରିବାକୁ ସେ ଅପିଲ କରିଛନ୍ତି। ଖାସ କରି ଯୁବ ଭୋଟର ମାନେ ଭୋଟ ଦେବାକୁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି।

Advertisment

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜେଡି ଉଭୟ ବିଧାନସଭା ଓ ଲୋକସଭା ଆସନରେ ବିପୁଳ ବିଜୟ ହେବ ବୋଲି ଆଶା କରୁଛୁ । ପ୍ରଭୁ ଜଗନ୍ନାଥ ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ପୁଣିଥରେ ବିଜୁ ଜନତା ଦଳ ଏକ ସ୍ଥିର ସରକାର ଦେବ । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଉପସ୍ଥିତ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ସେମାନେ ତାଙ୍କ ସହ ସେଲଫି ବି ନେଇଥିଲେ ।

ସେହିପରି ଆଜି ବିଭିନ୍ନ ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସମସ୍ତ ଭୋଟର ନିଜ ନିଜର ମତସାବ୍ୟସ୍ତ କରିବାକୁ ସେମାନେ ନିବେଦନ କରିଛନ୍ତି ।

Advertisment

କେନ୍ଦ୍ରାପଡ଼ା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି, ଆମ ଭାରତ ସମଗ୍ର ଇତିହାସର ସବୁଠୁ ବଡ଼ ମତଦାନ । ତେଣୁ ଭୋଟ ଦେବା କେବଳ ଆମ ଅଧିକାର ନୁହଁ ଏହା ଆମ କର୍ତ୍ତବ୍ୟ ମଧ୍ୟ। ତେଣୁ କୌଣସି ପ୍ରକାର ପ୍ରଲୋଭନ, ଧମକଚମକର ବଶବର୍ତ୍ତୀ ନ ହୋଇ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ।

ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ପୂର୍ବ ଥର ଭୋଟ ହାର କମ୍‌ଥିଲା। ମାତ୍ର ଆଜି ଭୋଟଦାନ ହାର ବେଶ୍‌ ଉତ୍ସାହଜନକ ରହିଛି। ସକାଳୁ ସକାଳୁ ବରିଷ୍ଠ ନାଗରିକ, ମହିଳା, ନୂଆ ଭୋଟର, ଶାରୀରିକ ଅକ୍ଷମ ଭୋଟର ବି ଅଛନ୍ତି। ଏହା ଦେଖି ବେଶ୍‌ ଖୁସି ଲାଗିଲା। ଏଥିସହ ଯେଉଁମାନେ ଭୋଟ କେନ୍ଦ୍ରକୁ ନ ଆସିଛନ୍ତି ସେମାନଙ୍କୁ ଆସିବାକୁ ଆହ୍ୱାନ ଦେଉଛି। ତେଣୁ ଦେଶକୁ ଯଦି ଭଲ ପାଉଛନ୍ତି, ତେବେ ମତଦାନ କେନ୍ଦ୍ରକୁ ଆସନ୍ତୁ। ସଠିକ୍‌ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ବୋଲି ଅନୁରୋଧ କରୁଛି।

ପୁରୀ ବିଜେପି ଲୋକସଭା ପ୍ରାର୍ଥୀ, ସମ୍ବିତ ପାତ୍ର କହିଛନ୍ତି, ଏକ ସଶକ୍ତ ଭାରତ ଓ ବିକଶିତ ଓଡ଼ିଶା ନିର୍ମାଣ ନିମନ୍ତେ ସମସ୍ତେ ମତଦାନ କରନ୍ତୁ। ଯୁବକଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଭୋଟକେନ୍ଦ୍ରକୁ ଆସନ୍ତୁ । ନିଜ ବିବେଶର ପ୍ରୟୋଗ କରି ସଠିକ୍‌ ପ୍ରାର୍ଥୀ ଚୟନ କରନ୍ତୁ ।

କଟକ ବିଜେଡି ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର କହିଛନ୍ତି, ଯାହାର ମତଦାନର ଅଧିକାର ଅଛି ସମସ୍ତେ ଭୋଟ ଦିଅନ୍ତୁ। ଆଜି ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ଭିଡ଼ ଜମିଛି। ଏହା ବେଶ୍‌ ଉତ୍ସାହଜନକ ଓ ଗଣତନ୍ତ୍ର ପାଇଁ ବେଶ୍‌ ଶୁଭ ।

ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ, ପୁରୀ ଉମାବଲ୍ଲଭ ରଥ କହିଛନ୍ତି, ମତଦାନ ସବୁଠୁ ଅଧିକ ଦାୟିତ୍ୱ ସମ୍ପନ୍ନ କାମ । ଏଥିରେ ସାମାନ୍ୟ ହେଳା କଲେ ଦେଶ, ରାଜ୍ୟ ଭୁଶୁଡ଼ି ପଡ଼ିବ । ତେଣୁ ନାଗରିକମାନେ ଆଜି ନିଜ ଅଧିକାର, କର୍ତ୍ତବ୍ୟକୁ ସୁଚାର ରୂପେ ସମ୍ପାଦନ କରିବା ଉଚିତ ।

ରାଜ୍ୟର ରାଜ୍ୟର ବରିଷ୍ଠ ଓ ଉଚ୍ଚପଦସ୍ତ ସରକାରୀ ଅଧିକାରୀ ବି ଆଜି ଭୋଟ୍ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ପ୍ରମୁଖ ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଇଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ପୂର୍ବ ଥର ଅପେକ୍ଷା ଏଥର ମତଦାନ ହାର ଅଧିକ ରହିଛି। ନାଗରିକମାନେ କିପରି ସୁରୁଖୁରୁରେ ମତଦାନ କରି ପାରିବେ ସେ ନେଇ ସମସ୍ତ ପ୍ରସ୍ତୁତି ଚାଲିଛି। ଚୃତୀୟ ପର୍ଯ୍ୟାୟରେ ୧୦,୫୦୦ ବୁଥ୍‌ରେ ଭୋଟିଂ ହେଉଛି। ସେଥିରୁ ୧୫ଶହ ବୁଥ୍‌ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ।

ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କହିଛନ୍ତି, ସମଗ୍ର ରାଜ୍ୟରେ ମତଦାନ ସୁରୁଖୁରରେ ଚାଲିଛି। ତେଣୁ ଶାନ୍ତିଶୃଙ୍ଖଳା ଭାବେ ନିଜ ମୌଳିକ ଅଧିକାରକୁ ବିନିଯୋଗ କରନ୍ତୁ।

2024 General Election Loksabha Election 2024 Odisha Assembly Election 2024