Advertisment

‘୬ ବର୍ଷ ହେଲା ମିଳୁନି ରତ୍ନଭଣ୍ଡାର ଚାବି, ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ଦାୟୀ’

‘ଆମ ଘରର ଚାବି ହଜିଲେ ଆମେ ପ୍ରଭୁ ଜଗନ୍ନାଥଙ୍କୁ ଡାକୁ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ଘର ଚାବି ମିଳିଯାଏ । କିନ୍ତୁ ୬ ବର୍ଷ ହେଲାଣି କିନ୍ତୁ ରତ୍ନଭଣ୍ଡାର ଚାବି ମିଳୁନାହିଁ । ’

PM Modi

PM Modi

Advertisment

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ପୁଣି ଥରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ବି ସୁରକ୍ଷିତ ନୁହେଁ ବୋଲି ଆକ୍ଷେପ କରି କହିଛନ୍ତି। ଅନୁଗୋଳ ଜନସଭାରେ ରାଜ୍ୟ ସରକାରଙ୍କୁ ଏପରି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଘରର ଚାବି ହଜିଲେ ଆମେ ପ୍ରଭୁ ଜଗନ୍ନାଥଙ୍କୁ ଡାକୁ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ଘର ଚାବି ମିଳିଯାଏ । କିନ୍ତୁ ୬ ବର୍ଷ ହେଲାଣି ରତ୍ନଭଣ୍ଡାର ଚାବି ମିଳୁନାହିଁ । ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଥିବା ଲୋକ ହିଁ ଦାୟୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ଯାଞ୍ଚ ପାଇଁ କମିଟି ବସିଲା। ହେଲେ ଉକ୍ତ କମିଟି ଯେଉଁ ରିପୋର୍ଟ ଦେଲା ତାହାକୁ ସାର୍ବଜନୀନ କରାଗଲା ନାହିଁ।

Advertisment

ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି କ୍ଷୀର- ପାଣି ଅଲଗା ହେବ । ବିଜେପି ସରକାର ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରିବ । ଏହିଠାରୁ ହିଁ ଆମେ ପ୍ରଭୁ ଜଗନ୍ନାଥଙ୍କ ସେବା ଆରମ୍ଭ କରିବୁ ବୋଲି କହିଛନ୍ତି ମୋଦି।

ଓଡ଼ିଶାର ବିକାଶ ଓଡ଼ିଶା ମାଟିର ପୁଅ ହିଁ କେବଳ କରିପାରିବ । ଓଡ଼ିଶାର ପୁଅ କିମ୍ବା ଝିଅକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଯିବ । ୧୦ ଜୁନ୍‌ରେ ଓଡ଼ିଶାରେ ଡବଲ ଇଂଜିନ ସରକାରର ଶପଥ ଗ୍ରହଣ ସମାରୋହ ଉତ୍ସବ ଅନୁଷ୍ଠିତ ହେବ ।

ବିଜେଡିକୁ ରାଜ୍ୟବାସୀ ୨୫ ବର୍ଷ ହେଲାଣି ମୌକା ଦେଇଥିଲେ ବି ଗରୀବି ଏହି ରାଜ୍ୟରୁ ଦୂରେଇ ଯାଇ ପାରିନି। ତେଣୁ ଏବେ ଏହି ସରକାରର ଯିବା ସମୟ ଆସିଯାଇଛି। ମନ୍ଥର ବିଜେଡିକୁ ଛାଡ଼ି ଦ୍ରୁତ ବେଗବାନ ବିଜେପିକୁ ସୁଯୋଗ ଦିଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

PM Modi Angul Loksabha Election 2024 Odisha Assembly Election 2024 General Elections 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe