Advertisment

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଏମିତି କହିଲେ ମୁଖ୍ୟମନ୍ତ୍ରୀ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ରାଜ୍ୟ ସରକାରଙ୍କ ପାଖରେ ବିଚାରାଧୀନ ଅଛି ବୋଲି ବିଧାନସଭାରେ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ।

CM Mohan Charan Majhi

CM Mohan Charan Majhi

Advertisment

ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ବିଚାରାଧୀନ ରହିଛି। ଆଜି ଏହି କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ରାଜ୍ୟ ସରକାରଙ୍କ ପାଖରେ ବିଚାରାଧୀନ ଅଛି ବୋଲି ବିଧାନସଭାରେ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ତା’ସହ କହିଛନ୍ତି, ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।

Advertisment

ବଲାଙ୍ଗିରରେ ହାଇକୋର୍ଟର ସର୍କିଟ ବେଞ୍ଚ ପ୍ରତିଷ୍ଠା ନେଇ ସରକାରଙ୍କ ପ୍ରସ୍ତାବ ଅଛି କି ବୋଲି ସୋମବାର ବିଧାନସଭାରେ ବିଜେଡି ବିଧାୟକ କଳୀକେଶ ସିଂହଦେଓ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏ ସଂପର୍କିତ ଆସିଥିବା ରାୟ ଅନୁସାରେ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର କୌଣସି ଯଥାର୍ଥତା ନାହିଁ। ଏହାକୁ ବିରୋଧ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଏପରି ଶାସକ ବିଧାୟକ ଜୟନାରାୟଣ ମିଶ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ କଳିକେଶ ସିଂଦେଓ ପଚାରିଥିଲେ, ଆମେ କେତେ ବର୍ଷ ବିଚାରାଧିନ ରଖିବ? ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ନେଇ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ଦାବି କରିଛନ୍ତି କଳିକେଶ। ସେହିପରି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଦ୍ୱନ୍ଦ୍ୱରେ ନପକାଇ ନେତୃତ୍ୱ ନିଅନ୍ତୁ ବୋଲି କଂଗ୍ରେସ ବିଧାୟକ ରାଜନ ଏକ୍କା କହିଛନ୍ତି। ବିଜେପି ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି ଲୋକଙ୍କ ସୁବିଧାକୁ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।

Advertisment
BjD Bjp Sambalpur Mohan Charan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe