Advertisment

ଚଳିତବର୍ଷ ୩୧୦୦ ଟଙ୍କା ଏମଏସପିରେ ଏକ କୋଟି ମେଟ୍ରିକ ଟନ୍ ଧାନ ସଂଗ୍ରହ ହେବ: ମୁଖ୍ୟମନ୍ତ୍ରୀ

ଧାନ ମଣ୍ଡିକୁ ଯିବାର ୨୪ରୁ ୪୮ ଘଂଟା ମଧ୍ୟରେ ଏହାର ମୂଲ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯାଉଛି । ଏହି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ମଣ୍ଡିରେ ଧାନ ସଂଗ୍ରହରେ ବାୟୋମେଟ୍ରିକ ପଦ୍ଧତି ଓ ଆଧାର ସଂଯୋଗୀକରଣର ବ୍ୟବସ୍ଥା ହୋଇଛି।

undefined

CM Mohan Charan Majhi

Advertisment

ଚଳିତ ଖରିଫ ଋତୁରେ ଚାଷୀଙ୍କଠୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ରେ ସଂଗ୍ରହ କରାଯିବ । ଚଳିତବର୍ଷ ମୋଟ ଏକ କୋଟି ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କ ସୁବିଧା ନିମନ୍ତେ ମଣ୍ଡିରେ ସମସ୍ତ ପ୍ରକାରର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଖରିଫ ଧାନ ସଂଗ୍ରହ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । କୃଷକ ସମୃଦ୍ଧି ଯୋଜନାରେ ଯେଭଳି ଚାଷୀ ସର୍ବାଧିକ ଲାଭବାନ ହେବେ ତା’ଉପରେ ଗୁରତ୍ୱ ଦେଇଛନ୍ତି । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଧାନର ବର୍ଦ୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଲାଗୁ ଓ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାର ସରଳୀକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସଂଗୃହୀତ ଧାନକୁ ସୁରକ୍ଷିତ ରଖିବା ନିମନ୍ତେ ପର୍ଯ୍ୟାପ୍ତ ଗୋଦାମ ଗୃହ ନିର୍ମାଣ କରିବା ଏବଂ କୃଷକମାନଙ୍କ ସର୍ବାଧିକ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଧାନ ମଣ୍ଡିକୁ ଯିବାର ୨୪ରୁ ୪୮ ଘଂଟା ମଧ୍ୟରେ ଏହାର ମୂଲ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯାଉଛି । ଏହି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ମଣ୍ଡିରେ ଧାନ ସଂଗ୍ରହରେ ବାୟୋମେଟ୍ରିକ ପଦ୍ଧତି ଓ ଆଧାର ସଂଯୋଗୀକରଣର ବ୍ୟବସ୍ଥା ହୋଇଛି। ଇ-ବାହନ୍ ଆପ୍ ଯୋଗେ ଧାନସଂଗ୍ରହ କରୁଥିବା ଗାଡ଼ିର ଜିପିଏସ୍ ସହାୟତାରେ ଟ୍ରାକିଂ କରାଯିବ । ଏହାଫଳରେ ମଧ୍ୟସ୍ଥି ଓ ଦଲାଲଙ୍କ ଦୌରାତ୍ମ୍ୟ କମିବ । ଧାନସଂଗ୍ରହ ସମୟରେ ଧାନର ଗୁଣବତ୍ତା ଯାଂଚ କରିବା ପାଇଁ ଅଟୋମେଟିକ୍ ଗ୍ରେନ୍ ଆନାଲାଇଜରର ବ୍ୟବସ୍ଥା  ରହିବ । ଏହି ପ୍ରକ୍ରିୟାକରଣ ସମୟରେ କୃଷି ଓ କୃଷକ କଲ୍ୟାଣ ବିଭାଗ, ଖାଦ୍ୟଯୋଗାଣ, ପଂଚାୟତିରାଜ ଓ ରାଜସ୍ୱ ଆଦି ବିଭାଗର ଅଧିକାରୀମାନେ ଜିଲ୍ଲାଗୁଡ଼ିକୁ ଯାଇ କ୍ଷେତ୍ରସ୍ତରରେ ପ୍ରତ୍ୟକ୍ଷ ଯାଂଚ କରିବେ ଓ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ସମୀକ୍ଷା ବୈଠକରୁ ଜଣାପଡ଼ିଛି । ପିପିପି ମୋଡରେ ଗୋଦାମ ଗୃହ ନିର୍ମାଣ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଆଜିର ଏହି ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ(କୃଷି ମନ୍ତ୍ରୀ) କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ସମେତ ମୁଖ୍ୟ ସଚିବ ମନୋଜ ଆହୁଜା ଓ ସମ୍ପୃକ୍ତ ବିଭାଗଗୁଡ଼ିକର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ରାଜ୍ୟର ବିଜେପି ସରକାର ଧାନ କ୍ୱିଣ୍ଟାଲ ଉପରେ ୮୦୦ଟଙ୍କା ବୋନସ୍ ଦେବେ । କେନ୍ଦ୍ର ସରକାର ଧାନର ଏମଏସପି ୨୩୦୦ଟଙ୍କା ଧାର୍ଯ୍ୟ କରିଥିବାବେଳେ ବାକି ୮୦୦ଟଙ୍କା ରାଜ୍ୟ ନିଜସ୍ୱ ତହବିଲରୁ ଦେବ । ବିଜେପି ଧାନର ଏମଏସପି ୩୧୦୦ଟଙ୍କା ଦେବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ।

Mohan Charan Majhi Bjp Paddy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe