Advertisment

ଶ୍ରୀକ୍ଷେତ୍ରରେ ମେଡିକାଲ୍‌ କଲେଜ ଲୋକାର୍ପଣ ପୂର୍ବରୁ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ନିର୍ମାଣ ହୋଇଛି ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ ହସ୍ପିଟାଲ। ଏହି ମେଡିକାଲ୍‌ କଲେଜ ଲୋକାର୍ପଣ ପୂର୍ବରୁ ତେଜିଲାଣି ରାଜନୀତି। ମେଡିକାଲ କଲେଜ ଉଦ୍‌ଘାଟନକୁ ନେଇ ରାଜ୍ୟ ସରକାର ଓ ବିଜେପି ମଧ୍ୟରେ ଆରମ୍ଭ ହେଲାଣି ଶ୍ରେୟ ରାଜନୀତି। ତେବେ ମେଡିକାଲ କଲେଜ୍ ଉଦ୍‌ଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୌଜନ୍ୟମୂଳକ ଭାବେ ଆମନ୍ତ୍ରଣ କରିବା କଥା ବୋଲି ଟ୍ୱିଟ୍‌ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। କେନ୍ଦ୍ରୀୟ ଯୋଜନାରେ […]

ଅଦ୍ୟତନ ହୋଇଛି
ଶ୍ରୀକ୍ଷେତ୍ରରେ ମେଡିକାଲ୍‌ କଲେଜ ଲୋକାର୍ପଣ ପୂର୍ବରୁ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି

Puri-Medical

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ନିର୍ମାଣ ହୋଇଛି ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ ହସ୍ପିଟାଲ। ଏହି ମେଡିକାଲ୍‌ କଲେଜ ଲୋକାର୍ପଣ ପୂର୍ବରୁ ତେଜିଲାଣି ରାଜନୀତି। ମେଡିକାଲ କଲେଜ ଉଦ୍‌ଘାଟନକୁ ନେଇ ରାଜ୍ୟ ସରକାର ଓ ବିଜେପି ମଧ୍ୟରେ ଆରମ୍ଭ ହେଲାଣି ଶ୍ରେୟ ରାଜନୀତି। ତେବେ ମେଡିକାଲ କଲେଜ୍ ଉଦ୍‌ଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୌଜନ୍ୟମୂଳକ ଭାବେ ଆମନ୍ତ୍ରଣ କରିବା କଥା ବୋଲି ଟ୍ୱିଟ୍‌ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର।

Advertisment

କେନ୍ଦ୍ରୀୟ ଯୋଜନାରେ ଦେଶର ବିଭିନ୍ନ ରାଜ୍ୟରେ ଆରମ୍ଭ ହେଉଥିବା ମେଡିକାଲ କଲେଜ୍‌ ହସ୍ପିଟାଲ ପ୍ରକଳ୍ପ ଉଦଘାଟନ କିମ୍ବା ଶିଳାନ୍ୟାସ ବେଳେ ସଂପୃକ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ତୁରନ୍ତ ଅବଗତ ହେବା ଉଚିତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଥିଲେ। ଏହି ଚିଠିକୁ ଟ୍ୟାଗ୍‌ କରି ସମ୍ବିତ ପାତ୍ର ଟ୍ୱିଟ୍‌ କରିଥିବାରୁ ପୁରୀ ମେଡିକାଲ କଲେଜ ଶ୍ରେୟ ଲାଗି ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବିବାଦ ଆରମ୍ଭ ହୋଇଛି।

https://twitter.com/sambitswaraj/status/1513023923931140096?s=20&t=K5vFFjGq0WRNEeUqFxVsjg

Advertisment

ଶ୍ରେୟ ରାଜନୀତିକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି, ବିଜେଡି କେବେ ଶ୍ରେୟ ରାଜନୀତିରେ ବିଶ୍ୱାସ କରେ ନାହିଁ। ସାରା ଭରତବର୍ଷ ଜାଣିଛି ନବୀନ ବାବୁ ନିଜ ଢ଼ୋଲକୁ ନିଜେ ପିଟିବାକୁ ବିଶ୍ୱାସ କରନ୍ତି ନାହିଁ। ଠିକଣା ଭାବେ ଯଦି ଓଡ଼ିଶାର ଅଭିବୃତ୍ତି ହେଉଛି, ତାହା ହେଉଛି ଆମ ପ୍ରାଥମିକତା।”

ସେପଟେ ଆସନ୍ତାକାଲି ମେଡିକାଲ୍‌ କଲେଜ ଲୋକାର୍ପଣ ପର୍ବ ଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମେଡିକାଲ୍‌ କଲେଜର ପ୍ରଥମ ବ୍ୟାଚ୍‌ ପାଇଁ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀଙ୍କର ଆଡମିସନ ଶେଷ ହୋଇଛି। ପୁରୀ ଭଳି ଏକ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀରେ ଏଭଳି ମେଡିକାଲ କଲେଜ ସ୍ଥାପନା କରାଯାଇଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ କଲେଜ କର୍ତ୍ତୃପକ୍ଷ ବେଶ୍‌ ଉତ୍ସାହିତ ରହିଛନ୍ତି।

ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡ୍‌ ବାଲିଗୁଆଳିଠାରେ ସ୍ଥାପିତ ହୋଇଥିବା ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଆସନ୍ତାକାଲିଠାରୁ ପ୍ରଥମ ବ୍ୟାଚର ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭର୍ଚୁଆଲ୍‌ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe