Advertisment

ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବିରୋଧିଙ୍କୁ କଲେ ଟାର୍ଗେଟ

ଆଗକୁ ନିର୍ବାଚନ ଥିବା ବେଳେ ଆଜି ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ନବୀନ ପଟ୍ଟନାୟକ ।

ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

Advertisment

ଆଗକୁ ନିର୍ବାଚନ ଥିବା ବେଳେ ଆଜି ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ନବୀନ ପଟ୍ଟନାୟକ । ନିଜେ ପ୍ରାର୍ଥୀ ହୋଇଥିବା ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Advertisment

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କରି ନବୀନ କହିଛନ୍ତି, ବିରୋଧୀ ଦଳ ବିକାଶ କାମରେ ବାଧା ସୃଷ୍ଟି କରୁଛନ୍ତି, ଅପପ୍ରଚାର କରୁଛନ୍ତି । ଏଭଳି କରି କେହି କେବେ ସଫଳ ହେବେନି । ଲୋକଙ୍କ ଆଶୀର୍ବାଦରେ ବିଜେଡି ବିପୁଳ ବିଜୟ ହାସଲ କରିବ ଏବଂ ଲୋକସଭାରେ ମଧ୍ୟ ବିଜେଡି ଭଲ କରିବ ବୋଲି ନବୀନ ଦୃଢୋକ୍ତି ଦେଖାଇଛନ୍ତି ।

ଏଥିସହ ସେ କହିଛନ୍ତି ଯେ, ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର, 'ସମସ୍ତଙ୍କ ପାଇଁ କାମ କରି ଚାଲିଛି, ଶେଷ ଯାଏଁ କରିବି। ୨୦୩୬ ସୁଦ୍ଧା ଓଡ଼ିଶା ଏକ ନମ୍ବର ରାଜ୍ୟ ହେବ ବୋଲି ଜନସଭାକୁ ସମ୍ବୋଧନ କରି କହିଛନ୍ତି ନବୀନ ।

Advertisment

ଆଜି ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନବୀନ ପ୍ରଚାର ଆରମ୍ଭ କରିଥିବା ବେଳେ ଶେରଗଡ଼ରେ ମଧ୍ୟ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।.... ସେପଟେ ନବୀନଙ୍କ ଅଭିଯୋଗ ନେଇ ବିରୋଧୀଙ୍କ ପ୍ରତିକ୍ରିୟା ମିଳିପାରିନି ।

Ganjam Naveen Patnaik Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe