Advertisment

ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ସାଜି ପାଣ୍ଡିଆନଙ୍କ ମାଧ୍ୟମରେ ଓଡ଼ିଶାକୁ ଦେଖିବାକୁ ଚେଷ୍ଟା କରୁଛନ୍ତି : କଂଗ୍ରେସ

ଆଗରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସଚିବ ଥିଲେ । ସେମାନେ ନିୟମାନୁସାରେ କାମ କରୁଥିଲେ ।

Naveen Patnaik and Pandian

Naveen Patnaik and Pandian

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଧୃତରାଷ୍ଟ୍ର ସାଜି ସଞ୍ଜୟ(ପାଣ୍ଡିଆନ)ଙ୍କ ମାଧ୍ୟମରେ ଓଡ଼ିଶା ଦେଖିବାକୁ ଚେଷ୍ଟା କରୁଛନ୍ତି । ଯଦି ଓଡ଼ିଶା ଲୋକେ ସତର୍କ ନହୋଇ ବାହାର ରାଜ୍ୟର ଲୋକଙ୍କୁ ଏମିତି ପ୍ରଶୟ ଦେବେ ତା’ହେଲେ ଓଡ଼ିଶାବାସୀଙ୍କୁ କୌରବଙ୍କ ଭଳି ଅବସ୍ଥା ଭୋଗିବାକୁ ପଡ଼ିବ ବୋଲି କଂଗ୍ରେସ କହିଛି । ତେଣୁ ନବୀନ ହଟାଓ-ଓଡ଼ିଶା ବଂଚାଅ ସ୍ଲୋଗାନ ସବୁ ଓଡ଼ିଆଙ୍କ ମୁହଁରୁ ବାହାରିବା ଦରକାର ବୋଲି କଂଗ୍ରେସ ନେତା ତଥା ଅବସରପ୍ରାପ୍ତ ଆଇଏଏସ୍ ପଂଚାନନ ଦାଶ କହିଛନ୍ତି ।

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାଶ କହିଛନ୍ତି ଯେ, ଏବେ ଓଡ଼ିଶାରେ ଗୋଟିଏ ନୂଆ ପ୍ରକାର ପ୍ରଥା ଦେଖିବାକୁ ମିଳୁଛି, ଯାହା କେବେବି ଓଡ଼ିଶାରେ କିମ୍ବା ଅନ୍ୟ କୌଣସି ରାଜ୍ୟରେ ପରିଲକ୍ଷିତ ହୋଇନଥିବ । ୫ଟି ସଚିବ ଅଖଣ୍ଡ କ୍ଷମତାର ଅଧିକାରୀ ହୋଇ ବିଭିନ୍ନ ସ୍ଥାନକୁ ରାଜ୍ୟ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚକରି ହେଲିକପ୍ଟରରେ ଗସ୍ତକରି ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା କଲେଜ ପିଲାମାନଙ୍କୁ ବିଶେଷ କରି ଯୁବପୀଢ଼ୀଙ୍କୁ ଶାସକ ଦଳ ଆଡ଼କୁ ଆକୃଷ୍ଟ କରିବାକୁ ଆପ୍ରାଣ ଚେଷ୍ଟା ଚଲାଇଛନ୍ତି । ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ଯୋଗ ନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୫ଟି ସଚିବ କିଭଳି ଓ କାହିଁକି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଉଲଂଘନ କରୁଛନ୍ତି ବୋଲି ଶ୍ରୀ ଦାଶ ପ୍ରଶ୍ନ ପଚାରିଛନ୍ତି ।

ସେ କହିଛନ୍ତି ଯେ, ଆଗରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସଚିବ ଥିଲେ । ସେମାନେ ନିୟମାନୁସାରେ କାମ କରୁଥିଲେ । ମୁଖ୍ୟମନ୍ତ୍ରୀ କେବେ କୌଣସି ଗାଁ ଗଣ୍ଡା ବୁଲି ଲୋକଙ୍କ ସମସ୍ୟା ବୁଝିନାହାନ୍ତି । ନିର୍ବାଚିତ ପ୍ରତିନିଧି ମାନେ ଲୋକଙ୍କ ସମସ୍ୟା ବୁଝୁଥିଲେ ।  ବିଜେଡ଼ି ସରକାର ୨୪ ବର୍ଷର ଶାସନରେ ଓଡ଼ିଶାକୁ କେତେ ବିକଶିତ କରିଛି, ଯୁବପୀଢ଼ୀଙ୍କର ଓଡ଼ିଶାରେ ସ୍ଥିତି କ’ଣ ଏବଂ ଓଡ଼ିଶାର ଅର୍ଥନୈତିକ ଅବସ୍ଥା କଣ ଏସବୁ ଦେଖିଲେ, ଓଡ଼ିଶା ଦିନକୁ ଦିନ ଦୃତ ନିମ୍ନଗାମୀ ହେଉଛି । କୌଣସି ରାଜ୍ୟରେ ଗୋଟିଏ ଦଳ ଦୀର୍ଘଦିନ ଧରି ଶାସନ କଲେ ସେ ରାଜ୍ୟର ବିକାଶ ହୁଏ ନାହିଁ । ଯେଉଁ ରାଜ୍ୟରେ ନିୟମିତ ବ୍ୟବଧାନରେ ସରକାର ପରିବର୍ତନ ହୋଇଛି ସେ ରାଜ୍ୟମାନେ ବିକଶିତ ହୋଇଛନ୍ତି ଯେପରି ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକ ଇତ୍ୟାଦି ରାଜ୍ୟ ବୋଲି ସେ କହିଛନ୍ତି ।

Advertisment

ବିଜେଡ଼ି ପରି ବିଜେପି ମଧ୍ୟ ଜନସାଧାରଣଙ୍କୁ ବିଭିନ୍ନ ରଙ୍ଗିନ ସ୍ୱପ୍ନ ଦେଖାଇ କଂଗ୍ରେସକୁ ବଦନାମ କରିବାର ଭରପୂର ଚେଷ୍ଟା କରି କ୍ଷମତାକୁ ଆସିଛନ୍ତି । କ୍ଷମତାକୁ ଆସିଲାପରେ ଯାହା ସ୍ୱପ୍ନ ଦେଖାଇଥିଲେ ତାହାକୁ ତ ସାକାର କଲେ ନାହିଁ ବରଂ ଜାତି, ଧର୍ମ ଉପରେ ବେଶି ଧ୍ୟାନ ଦେଇ ସମାଜକୁ ବିଭ୍ରାନ୍ତ କଲେ । ଆଜି ଯେତେସବୁ ଯୋଜନା ଦେଖୁଛନ୍ତି ସବୁ କଂଗ୍ରେସର ଦାନ । ଅଥଚ କଂଗ୍ରେସ ପ୍ରଣୟନ କରିଥିବା ଅନେକ ଯୋଜନାର ନାମ ପରିବର୍ତନ କରି ତାର ଶ୍ରେୟ ବିଜେପି ନିଜେ ନେବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଆଇଏଏସ୍ ବିଶ୍ୱନାଥ ଆଚାର୍ଯ୍ୟ, ପିସିସି ମୁଖପାତ୍ର ମନୋରଞ୍ଜନ ଦାସ ଓ ପ୍ରଶାନ୍ତ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।

Naveen Patnaik Vk Pandian Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe