Advertisment

କମେଡିଆନ ଶ୍ୟାମ ରଙ୍ଗୀଲାଙ୍କ ପ୍ରାର୍ଥିପତ୍ର ଖାରଜ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ଭରିଥିଲେ ନାମାଙ୍କନ

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାଙ୍କ ପ୍ରାର୍ଥିପତ୍ର ଖାରଜ କରି ଦିଆଯାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
PM Modi & Shyam Rangeela

PM Modi & Shyam Rangeela

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ନାମାଙ୍କନ ଭରିଥିବା ହାସ୍ୟ ଅଭିନେତା ଶ୍ୟାମ ରଙ୍ଗୀଲାଙ୍କ ପ୍ରାର୍ଥିତ୍ୱ ଖାରଜ। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାଙ୍କ ପ୍ରାର୍ଥିପତ୍ର ଖାରଜ କରି ଦିଆଯାଇଛି। ଏନେଇ ଶ୍ୟାମ ରଙ୍ଗୀଲା ଭିଡିଓ ବାର୍ତ୍ତା ଯୋଗେ ସୂଚନା ଦେଇଛନ୍ତି। 

Advertisment

ଶ୍ୟାମ ରଙ୍ଗୀଲା ମେଦିଙ୍କ ବିପକ୍ଷରେ ଉତ୍ତର ପ୍ରଦେଶ ବାରଣାସୀରୁ ନାମାଙ୍କନ ଭରିଥିଲେ। ମେ ୧୪ରେ ସ୍ୱାଧୀନ ଭାବେ ନାମାଙ୍କନ ଭରିଥିଲେ ଶ୍ୟାମ ରଙ୍ଗୀଲା। କିନ୍ତୁ ଗତକାଲି ତାଙ୍କ ପ୍ରାର୍ଥିପତ୍ର ଖାରଜ କରିଦିଆଯାଇଛି।ନାମାଙ୍କନ ଖାରଜ ହେବା ନେଇ ସେ ଏକ ଭିଡିଓ ବାର୍ତ୍ତା ଯୋଗେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବାରଣାସୀ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୬ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାଖ୍ୟାନ କରି ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କ ସମେତ ୧୫ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଚାଲିଛି।

Advertisment

ପ୍ରାର୍ଥିପତ୍ର ଖାରଜ ହେବା ପରେ କ୍ଷୋଭବ୍ୟକ୍ତ କରିଛନ୍ତି ଶ୍ୟାମ ରଙ୍ଗୀଲା। ସେ ଅଭିଯୋଗ କରିଛନ୍ତି ଯେ, ଅନ୍ୟାୟ ଭାବରେ ତାଙ୍କ ପ୍ରାର୍ଥୀପତ୍ର ଖାରଜ କରିଦିଆଯାଇଛି। ତାଙ୍କୁ କାଗଜପତ୍ର ଠିକ୍ ସମୟରେ ଦାଖଲ କରିବାକୁ ବାରଣ କରାଯାଇଛି। ତାଙ୍କ ଅଭିଯୋଗକୁ ଜିଲ୍ଲା ମାଜିଷ୍ଟ୍ରେଟ କୋର୍ଟକୁ ସ୍ଥାନାନ୍ତର କରାଯାଇଛି। 

ଶ୍ୟାମ ରଙ୍ଗୀଲା କହିଛନ୍ତି, "ମାଜିଷ୍ଟ୍ରେଟ କୋର୍ଟକୁ ମୋତେ ଏକୁଟିଆ ଡକା ଯାଇଥିଲା, ମୋ ଓକିଲମାନଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଇନଥିଲା।ମୋ କାଗଜପତ୍ରରେ କିଛି ତ୍ରୁଟି ଥିବା ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି।" 

Varanasi Lok Sabha Poll PM Modi Nomination Narendra Modi