Advertisment

କାନ୍ଦିବି ନା ହସିବି?’ ପ୍ରାର୍ଥିପତ୍ର ଖାରଜ ହେବା ପରେ ଏମିତି କିଛି କହିଲେ ଶ୍ୟାମ ରଙ୍ଗୀଲା

ଶ୍ୟାମ ରଙ୍ଗୀଲା ଦାବି କରିଛନ୍ତି ଯେ ୫୫ ଜଣ ବାରାଣସୀ ଆସନରୁ ଲଢ଼ିବାକୁ ନାମାଙ୍କନ ଦାଖଲ କରିଥିଲେ। ହେଲେ ୩୦ ଜଣଙ୍କ ନାମାଙ୍କନକୁ ଅଗ୍ରାହ୍ୟ କରି ଦିଆଯାଇଛି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରାଣସୀରେ ପ୍ରାର୍ଥିପତ୍ର ଦାଖଲ କରିଥିବା କମେଲଡିଆ ଶ୍ୟାମ ରଙ୍ଗୀଲା ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ମୋଦିଙ୍କ ସିଟରେ ସେ କରିଥିବା ନାମାଙ୍କନ ଖାରଜ ହୋଇ ଯାଇଛି। ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ଶ୍ୟାମ ରଙ୍ଗୀଲା ଦାବି କରିଛନ୍ତି ଯେ ୫୫ ଜଣ ବାରାଣସୀ ଆସନରୁ ଲଢ଼ିବାକୁ ନାମାଙ୍କନ ଦାଖଲ କରିଥିଲେ। ହେଲେ ୩୦ ଜଣଙ୍କ ନାମାଙ୍କନକୁ ଅଗ୍ରାହ୍ୟ କରି ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଓ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କ ସମେତ ୧୫ ଜଣଙ୍କ ସତ୍ୟପାଠକୁ ଗ୍ରହଣ କରାଯାଇଛି।

Advertisment

ରଙ୍ଗୀଲା ଅଭିଯୋଗ କରିଛନ୍ତି ଯେ ନାମାଙ୍କନ ଦାଖଲ ବେଳେ ସେ ଅନେକ ବାଧାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଠିକ ସମୟରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ଅନୁମତି ମିଳି ନଥିଲା। ସେ କହିଛନ୍ତି, “ମୋତେ ଜିଲ୍ଲା ମାଜିଷ୍ଟ୍ରେଟ ମୋ ଦସ୍ତାବିଜରେ କିଛି ତ୍ରୁଟି ଥିବା କହିଥିଲେ। ମୁଁ ନାମାଙ୍କନ ବେଳେ ଶପଥ ପାଠ କରି ନଥିଲି ବୋଲି କହିଥିଲେ।

ସେମାନେ ମୋ ସହ ଆମ ଓକିଲଙ୍କୁ ଭିତରକୁ ଛାଡ଼ି ନଥିଲେ। ମୋତେ ଏକୁଟିଆ ଡାକିଥିଲେ। ମୋ ସାଙ୍ଗକୁ ମାଡ଼ ମରାଯାଇଛି। ମୋଦିଜୀ ଅଭିନୟ କରିପାରନ୍ତି ଓ କାନ୍ଦି ପାରନ୍ତି। କିନ୍ତୁ ମୁଁ ଏଠାରେ କାନ୍ଦିବାକୁ ଚାହୁଁ ନାହିଁ। ଗତକାଲି ୨୭ ଜଣ ନାମାଙ୍କ ଦାଖଲ କରିଥିଲେ। ଆଜି ୩୦ ଜଣଙ୍କ ନାମାଙ୍କନ ଅଗ୍ରାହ୍ୟ ହୋଇ ଯାଇଛି। ନିର୍ବାଚନ କମିଶନଙ୍କ ଉପରେ ମୋତେ ହସ ଆସୁଛି। ମୁଁ ହସିବି ନା କାନ୍ଦିବି?”

Advertisment

ବାରାଣସୀ ଜିଲ୍ଲା ମାଜିଷ୍ଟ୍ରେଟ ଏସ୍‌ ରାଜାଲିଙ୍ଗାମ ଏକ୍ସରେ କହିଛନ୍ତି, “ଆପଣଙ୍କ ନମୋନେସନ ପେପର ଆପଣଙ୍କ ଉପସ୍ଥିତିରେ ଯାଞ୍ଚ ହୋଇଥିଲା ଓ ଆମେ ଏଥିରେ ଥିବା ତ୍ରୁଟି ସମ୍ପର୍କରେ ଆପଣଙ୍କୁ କହିଥିଲୁ। ଆପଣ ଦାଖଲ କରିଥିବା ସତ୍ୟାପଠରେ ପୂରା ତଥ୍ୟ ନଥିବାରୁ ଆପଣଙ୍କ ନୋମିସନକୁ ଖାରଜ କରାଯାଉଛି। ଏହାର ଏକ କପି ମଧ୍ୟ ଆପଣଙ୍କୁ ଦିଆଯାଉଛି।”

ଏକଦା ମୋଦିଙ୍କ ସମର୍ଥକ ଥିବା ରଙ୍ଗୀଲା ସମୟକ୍ରମେ ନିଜ ଆଭିମୁଖ୍ୟ ବଦଳାଇବା ସହ ଏଥର ବାରାଣସୀରୁ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଥିଲେ।

PM Modi Varanasi Shyam Rangeela Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe