Advertisment

ସ୍ୱାତୀ ମାଲିୱାଲ ମାମଲା: କାଲି ବରିଷ୍ଠ ନେତାଙ୍କ ସହ ବିଜେପି ଅଫିସ ଯିବେ କେଜ୍ରିୱାଲ

ବିବାଦ ଚାଲିଥିବା ବେଳେ ଆଜି ପ୍ରଥମଥର ପାଇଁ ସ୍ୱାତୀ ମାଲିୱାଲ କାଣ୍ଡରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ସେ ସିଧାସଳଖ ଏସବୁ ଘଟଣା ପଛରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ଥିବା ଅଭିଯୋଗ କରିଛନ୍ତି।

Arvind Kejriwal

Arvind Kejriwal

Advertisment

ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଦଳର ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆକ୍ରମଣ କରାଯାଇଥିବା ଅଭିଯୋଗରେ ଆଜି ପୁଲିସ୍‌ ବୈଭବ କୁମାରଙ୍କୁ ଗିରଫ କରିଛି।

Advertisment

ବୈଭବ କୁମାର ହେଉଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପିଏ। ଗିରଫଦାରୀ ପରେ ଆପ୍‌ ସାଂଘାତିକ ଅଭିଯୋଗ ଆଣିଛି। ବିଜେପି ସ୍ୱାତୀଙ୍କୁ ବ୍ଲାକମେଲ କରି ଏସବୁ କାଣ୍ଡ ଘଟାଉଛି ଓ ଆପ୍‌କୁ ନିର୍ବାଚନ ବେଳେ ବଦନାମ କରିବାକୁ ଚାହୁଁଥିବା ଦଳ ପକ୍ଷରୁ ଦାବି କରାଯାଇଛି।

ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଆଜି ପ୍ରଥମଥର ପାଇଁ ସ୍ୱାତୀ ମାଲିୱାଲ କାଣ୍ଡରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ସେ ସିଧାସଳଖ ଏସବୁ ଘଟଣା ପଛରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ଥିବା ଅଭିଯୋଗ କରିଛନ୍ତି।

Advertisment

ଏଥିସହ ଆସନ୍ତାକାଲି ଦିନ ୧୨ଟା ବେଳେ କେଜ୍ରିୱାଲର ସମସ୍ତ ବିଧାୟକ ଓ ସାଂସଦଙ୍କ ସମେତ ବରିଷ୍ଠ ନେତାଙ୍କୁ ଧରି ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ ପହଞ୍ଚିବେ ବୋଲି କହିଛନ୍ତି।

ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଯେଉଁ ସବୁ ଆପ୍‌ ନେତାଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଜେଲ ପଠାଇ ଦିଅନ୍ତୁ ବୋଲି କେଜ୍ରିୱାଲ ବେଶ ଭାବପ୍ରବଣ ହୋଇ ଆଜି କହିଛନ୍ତି।

ସେ ଗୋଟିଏ ଭିଡିଓ ଜାରି କରି କହିଛନ୍ତି ଯେ “ଏମାନେ(ବିଜେପି) କେମିତି ଆମ ଆଦମୀ ପାର୍ଟି ପଛରେ ପଡ଼ି ଯାଇଛନ୍ତି, ସେସବୁ ଆପଣମାନେ ଦେଖୁଛନ୍ତି। ଏମାନେ ଜଣଙ୍କ ପରେ ଜଣେ ଆମର ନେତାମାନଙ୍କୁ ଜେଲରେ ଭର୍ତ୍ତି କରିବାରେ ଲାଗିଛନ୍ତି। ଏମାନେ ମୋତେ ଜେଲରେ ଭର୍ତ୍ତି କରି ଦେଲେ। ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ଓ ସଞ୍ଜୟ ସିଂହଙ୍କୁ ଜେଲରେ ଭର୍ତ୍ତି କରିଥିଲେ।

ଆଜି ମୋ ପିଏଙ୍କୁ ଜେଲରେ ପୂରାଇ ଦେଇଛନ୍ତି। ଏବେ କହୁଛନ୍ତି ଲଣ୍ଡନରୁ ଫେରିଥିବା ରାଘବ ଚଡ୍ଡା, ମନ୍ତ୍ରୀ ସୌରଭ ଭରଦ୍ୱାଜ ଓ ଆତିଶୀଙ୍କୁ ମଧ୍ୟ ଗିରଫ କରିବେ। ମୁଁ ଭାବୁଛି ଏମାନେ ଆମର ସବୁ ନେତାମାନଙ୍କୁ କାହିଁକି ଜେଲରେ ପୂରାଇବାକୁ ଚାହୁଁଛନ୍ତି? ଆମର ଭୁଲ କ’ଣ?

ଦିଲ୍ଲୀର ପିଲାଙ୍କ ପାଇଁ ଭଲ ସ୍କୁଲ କରିବା, ମାଗଣା ବିଜୁଳି ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ’ଣ ଆମର ଭୁଲ? ମୁଁ ହାତ ଯୋଡ଼ି ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ଚାହୁଁଛି ଯେ ଆପଣ ଜେଲ ଜେଲର ଖେଳ ଖେଳିବାରେ ଲାଗିଛନ୍ତି। କାଲି ମୁଁ ଦିନ ୧୨ଟା ବେଳେ ଆମର ସବୁ ବଡ଼ ନେତାଙ୍କ ସହ ବିଜେପି ମୁଖ୍ୟାଳୟକୁ ଯାଉଛି।

ଆପଣ ଯେଉଁମାନଙ୍କୁ ଜେଲରେ ଭର୍ତ୍ତି କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଜେଲରେ ପୂରାଇ ଦିଅନ୍ତୁ। ଏକାଠି ଜେଲରେ ଭର୍ତ୍ତି କରି ଦିଅନ୍ତୁ। ଆପଣଙ୍କୁ ଲାଗୁଛି ଆପଣ ଆପ ନେତାମାନଙ୍କୁ ଜେଲରେ ଭର୍ତ୍ତି କରି ଦଳକୁ ଦଳି ଦେବେ।

ଆପ୍‌ ଏପରି ଭାବେ ଦବି ଯିବ ନାହିଁ। ଆପ୍‌ ଗୋଟିଏ ବିଚାର। ପୂରା ଦେଶବାସୀଙ୍କ ହୃଦୟକୁ ଏହି ବିଚାର ଚାଲି ଯାଇଛି। ଆପଣ ଆପ୍‌ର ଯେତେ ନେତାଙ୍କୁ ଜେଲରେ ପୂରାଇବେ, ତା’ର ୧୦୦ ଗୁଣା ନେତା ପୂରା ଦେଶରେ ସାମ୍ନାକୁ ଆସିବେ।

ଆଉ ଥରେ କହୁଛି, କାଲି ୧୨ଟା ବେଳେ ମୁଁ ସବୁ ଆପ୍‌ ନେତାଙ୍କୁ ନେଇ ଦିଲ୍ଲୀ ବିଜେପି ମୁଖ୍ୟାଳୟକୁ ଆସୁଛି। ଆପଣ ଯାହାକୁ ଇଚ୍ଛା ସେଠାରୁ ନେଇ ଜେଲରେ ଭର୍ତ୍ତି କରିପାରିବେ।”

Bjp Arvind Kejriwal AAP Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe