Advertisment

ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହେଲେ BJD ବିଧାୟକ ଦେବୀ ମିଶ୍ର!

ବଡମ୍ବା କୋଲେଶ୍ୱର ନିକଟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିଲେ ବିଧାୟକ ଦେବୀ ମିଶ୍ର। ବିଧାୟକ ପଟୁଆରରେ ଗାଁ ପରିକ୍ରମା କରି ସଭା ମଞ୍ଚକୁ ଯାଉଥିଲେ।

BJD

BJD

Advertisment

‘ଆମ ଓଡ଼ିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିଲେ ବଡ଼ମ୍ୱା-ନରସିଂହପୁର ବିଧାୟକ ଦେବୀ ମିଶ୍ର। ହେଲେ ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲେ! ଲୋକଙ୍କ କୌଣସି ପ୍ରଶ୍ନର ଉତ୍ତର ନଦେଇ ବଡ଼ମ୍ୱାରୁ ଫେରୁଥିବା ଚର୍ଚ୍ଚା ହେଉଛି। ନିଜ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ହଟହଟା ହେବା ଘଟଣାକୁ ନେଇ କଟକ ରାଜନୀତିରେ ନାନା ଚର୍ଚ୍ଚା ହେଉଛି।

Advertisment

ବଡମ୍ବା କୋଲେଶ୍ୱର ନିକଟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିଲେ ବିଧାୟକ ଦେବୀ ମିଶ୍ର। ବିଧାୟକ ପଟୁଆରରେ ଗାଁ ପରିକ୍ରମା କରି ସଭା ମଞ୍ଚକୁ ଯାଉଥିଲେ। ଠିକ୍‌ସେହି ସମୟରେ ସ୍ଥାନୀୟ ଲୋକେ ବିଧାୟକଙ୍କୁ ତଳକୁ ଡାକି ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଥିଲେ। ଲୋକଙ୍କ ପ୍ରଶ୍ନ ବାଣରେ ବିଧାୟକ ଝାଳନାଳ ହୋଇଥିବା ଚର୍ଚ୍ଚା ହେଉଛି। ଲୋକଙ୍କ ଅଭିଯୋଗ, ଟଙ୍କିକିଆ ଚାଉଳ କାହିଁକି ମିଳୁନି? ଅଯୋଗ୍ୟଙ୍କୁ ଭତ୍ତା ଦିଆଯାଉଛି। ସାହି ସାହିରେ ପାନୀୟ ଜଳ ସଙ୍କଟ ଦେଖା ଦେଉଛି। ଏହି ସବୁ ସମସ୍ୟା କେବେ ସମାଧାନ ହେବ ବୋଲି ଲୋକମାନେ ବିଧାୟକ ଦେବୀ ମିଶ୍ରଙ୍କୁ ପଚାରିଥିଲେ।

ଇଏତ ଗଲା କୋଲେଶ୍ୱର କଥା। ଠିକ୍‌ ସେହିପରି କରଡି ବନ୍ଧରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଶୋଭାଯାତ୍ରା ଚାଲିଥିଲା। ଏ ସମ୍ପର୍କରେ ଲୋକମାନେ ଜାଣିପାରି ରାସ୍ତାରେ ଖାଲି ଗରା, ବାଲ୍‌ତି, ହାଣ୍ଡି, ଡେକ୍‌ଚି ରଖି ପ୍ରତିବାଦ କରିଥିଲେ। ବିଜେଡି ଶୋଭାଯାତ୍ରାକୁ ଛାଡ଼ି ନଥିଲେ। ଯେଉଁଥିପାଇଁ ବିଜେଡି କର୍ମୀ ଓ ସ୍ଥାନୀୟ ଲୋକଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଗାଁରେ ପାନୀୟ ଜଳ ସଙ୍କଟ ଥିବା ବେଳେ କାହିଁକି ଆସିଛ ବୋଲି ପ୍ରଶ୍ନ କରିଥିଲେ କରଡିବନ୍ଧ ଗାଁର ଲୋକମାନେ। ବହୁ ବୁଝାସୁଝା ପରେ ଗାଁ ଲୋକେ ରାସ୍ତା ଛାଡ଼ିଥିଲେ।

Advertisment

କୋଲେଶ୍ୱର ଗାଁର ଭରତ ନାୟକ କହିଛନ୍ତି, ବିଧାୟକ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ସଭା କରୁଥିଲେ। ମୁଁ ତାଙ୍କୁ ସେଠାରେ ପଚାରିଥିଲି, ଆପଣ କହୁଛନ୍ତି ସବୁ ଦେଉଛନ୍ତି। ହେଲେ ଆମ କାହିଁକି ଇନ୍ଦିରା ଆବାସ ପାଇନୁ? ପାନୀୟ ଜଳ ଯୋଗାଣ ପାଇଁ ଟ୍ୟାପ୍‌ ଲଗାଇଲ। ହେଲେ ଆଜି ପର୍ଯ୍ୟନ୍ତ ଆମେ ପାଣି ପାଇଲୁ ନାହିଁ। ଆମ ଗାଁରେ ବହୁ ଲୋକ ଟଙ୍କିକିଆ ଚାଉଳ ପାଉନାହାନ୍ତି ବୋଲି ମୁଁ ବିଧାୟକଙ୍କୁ ପଚାରିଥିଲି।

ତେବେ ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Cuttack BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe