Advertisment

ବନ୍ଧୁକ ମୁନରେ ବିଜେପି ନେତାଙ୍କୁ ଅପହରଣ କରିନେଲେ ବିଜେଡି ବିଧାୟକ!

ପଦ୍ମପୁର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପୂର୍ବରୁ ପ୍ରତିଦିନ କିଛିନା କିଛି ଘଟୁଛି। ଆଜି ଦିନ ତମାମ ଆଇଟି ଓ ଜିଏସ୍‌ଟି ରେଡ୍‌କୁ ନେଇ ଚର୍ଚ୍ଚା ଚାଲିଥିଲା। ତେବେ ରାତିରେ ଅପହରଣ ଅଭିଯୋଗ ଆସିଛି। ଲାଞ୍ଜିଗଡ଼ ବିଜେଡି ବିଧାୟକ ପ୍ରଦୀପ ଦିଶାରୀଙ୍କ ନାଁରେ ଆସିଛି ଅପହରଣ ପରି ସାଙ୍ଘାତିକ ଅଭିଯୋଗ। ଆଜି ସାନ୍ଧ୍ୟାରେ ପଦ୍ମପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ୍‌ ଗୋଠୁଗୁଡା ପଞ୍ଚାୟତ ସନଦାଦର ଛକରୁ ବିଜେପି ନେତା ଦିଲ୍ଲୀପ କୁମାର ସେନାପତିଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। […]

author-image
Manoranjan Sial
ଅଦ୍ୟତନ ହୋଇଛି
ବନ୍ଧୁକ ମୁନରେ ବିଜେପି ନେତାଙ୍କୁ ଅପହରଣ କରିନେଲେ ବିଜେଡି ବିଧାୟକ!

Pradip Kumar Dishari

ପଦ୍ମପୁର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପୂର୍ବରୁ ପ୍ରତିଦିନ କିଛିନା କିଛି ଘଟୁଛି। ଆଜି ଦିନ ତମାମ ଆଇଟି ଓ ଜିଏସ୍‌ଟି ରେଡ୍‌କୁ ନେଇ ଚର୍ଚ୍ଚା ଚାଲିଥିଲା। ତେବେ ରାତିରେ ଅପହରଣ ଅଭିଯୋଗ ଆସିଛି। ଲାଞ୍ଜିଗଡ଼ ବିଜେଡି ବିଧାୟକ ପ୍ରଦୀପ ଦିଶାରୀଙ୍କ ନାଁରେ ଆସିଛି ଅପହରଣ ପରି ସାଙ୍ଘାତିକ ଅଭିଯୋଗ।

Advertisment

ଆଜି ସାନ୍ଧ୍ୟାରେ ପଦ୍ମପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ୍‌ ଗୋଠୁଗୁଡା ପଞ୍ଚାୟତ ସନଦାଦର ଛକରୁ ବିଜେପି ନେତା ଦିଲ୍ଲୀପ କୁମାର ସେନାପତିଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଲାଞ୍ଜିଗଡ ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ଓ ତାଙ୍କର ସହଯୋଗୀ ଦୁଇଟି ଇନୋଭା ଗାଡ଼ିରେ ବସାଇ ତାଙ୍କୁ ଅପହରଣ କରିଥିବା ଅଭିଯୋଗ ଆସିଛି। ଝାରବନ୍ଧ ବିଜେପିର ମଣ୍ଡଳ ସଭାପତି ମିଳନ ପାଣ୍ଡେ ଏନେଇ ଝାରବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଏତଲା ମୁତାବକ, ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଓ ତାଙ୍କ ସହଯୋଗୀ ବନ୍ଧୁକ ଦେଖାଇ ଦିଲ୍ଲୀପ କୁମାର ସେନାପତିଙ୍କୁ ଅପହରଣ କରିଥିଲେ। ଏଥିସହ ତାଙ୍କ ମୋବାଇଲ୍‌କୁ ଛଡ଼ାଇ ନେଇଥିଲେ। ତାଙ୍କୁ ବର୍ତ୍ତମାନ କେଉଁ ଏକ ଅଜଣା ସ୍ଥାନରେ ରଖାଯାଇଥିବା ଏତଲାରେ ଦର୍ଶାଯାଇଛି। ତେଣୁ ତାଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଝାରବନ୍ଧ ଥାନା ପୁଲିସକୁ ନିବେଦନ କରିଛନ୍ତି ଝାରବନ୍ଧ ବିଜେପିର ମଣ୍ଡଳ ସଭାପତି। ତେବେ ଏନେଇ ବିଧାୟକ ପ୍ରଦୀପ ଦିଶାରୀ କିମ୍ବା ପୁଲିସ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment