କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ହେବ ଆଜି ଅନାସ୍ଥା ଭୋଟ୍। ଦିନ ୧୧ଟା ସମୟରେ ଅନାସ୍ଥା ଭୋଟ ଗ୍ରହଣ କରାଯିବ।
ବିଜେପି ନଗରପାଳ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ ଆସିଛି। ଜୁନାଗଡ଼ NACର ମୋଟ୍ କାଉନସିଲରଙ୍କ ସଂଖ୍ୟା ୧୨ ଥିବା ବେଳେ ସେମାନଙ୍କ ଭିତରୁ ବିଜେଡିର ୧୦ ଓ ବିଜେପିର ମାତ୍ର ୨ ଜଣ କାଉନସିଲର ଅଛନ୍ତି। ତେଣୁ ନଗରପାଳ ଭାବେ ସିଧାସଳଖ ନିର୍ବାଚିତ ହୋଇଥିବା ମୁକେଶ ପଦ ହରାଇବାର ଆଶଙ୍କା ବଢ଼ିଛି।
Also Read
ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ କାଉନସିଲରମାନଙ୍କୁ ଅଣଦେଖା କରିବା ସହ ବିଭିନ୍ନ ଅନିୟମିତତା କାର୍ଯ୍ୟ କରୁଥିବା ନେଇ ଅନାସ୍ଥା ପ୍ରସ୍ତାବ ପାଇଁ ଗତ ୧୬ତାରିଖରେ କଳାହାଣ୍ଡି ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଥିଲେ ଜୁନାଗଡ଼ ଏନଏସି ଉପାଧ୍ୟକ୍ଷଙ୍କ ନେତୃତ୍ୱରେ ୧୦ ଜଣ କାଉନସିଲର। ପରେ ଜିଲ୍ଲାପାଳ ସେମାନଙ୍କ ଦାବି ଗ୍ରହଣ ସହ ଅଗଷ୍ଟ ୧ ତାରିଖେ ଅନାସ୍ଥା ଭୋଟ ପାଇଁ ତାରିଖ ଧାର୍ଯ୍ୟ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ରୁବେନଙ୍କ ବହିକୁ ବିଜେଡିର ପ୍ରତ୍ୟାଖ୍ୟାନ; କାଉଣ୍ଟର କଲା ବିଜେପି
କେବଳ ଚା ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ସବୁ ବହିରେ ରୁବେନ ଲେଖିଛନ୍ତି ବୋଲି କହିଲେ ଅରୁଣ। ବିଜେଡି ନେତା ସତ୍ୟକୁ ଗ୍ରହଣ କରିବା ଶିଖନ୍ତୁ କହିଲା ବିଜେପି।
Politics
ଆପ୍ ବିରୋଧରେ ବିଜେପି ଜାରି କଲା ‘ଚାର୍ଜଶିଟ୍’
କାର୍ଯ୍ୟକ୍ରମରେ ଆପ୍ ବିରୋଧରେ ବିଭିନ୍ନ ପ୍ରକାରର ସ୍ଲୋଗାନ ଥିବା ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଇଯାଇଛି। ୧୦ ସାଲ ଦିଲ୍ଲୀ ବେହାଲ, ଦିଲ୍ଲୀ କା ଏକ୍ୟୁଆଇ ହୁଆ ୫୦୦ ପାର, ଯମୁନା ମେଁ ହେ ପଲ୍ୟୁସନ କି ବାହାର ଭଳି ଲେଖା ପ୍ରଦର୍ଶିତ କରାଯାଇଛି।
Politics
ତାରାଙ୍କ ଚେତାବନୀ- ୨୫ ସୁଦ୍ଧା ମଣ୍ଡିରୁ ଧାନ ନ ଉଠିଲେ ୨୬ରୁ ରାସ୍ତାରୋକ
'ମଣ୍ଡିରୁ ଧାନ ନ ଉଠିଲେ ସ୍ଥିତି ଅସମ୍ଭାଳ ହେବ । ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ ନ ଉଠିଲେ କୋରାପୁଟ ଜିଲ୍ଲା ବନ୍ଦ କରି ଦିଆଯିବ । ଏପରିକି ଆସନ୍ତା ୨୬ରୁ ରାସ୍ତାରୋକ କରିବାକୁ ବି ପଛାଇବୁ ନାହିଁ।’
Politics
ବିଭାଗ ବଣ୍ଟନକୁ ନେଇ ମହାୟୁତି ମେଣ୍ଟରେ ଅସନ୍ତୋଷ, ସ୍ୱୀକାର କଲେ ଅଜିତ ପାୱାର
ଶନିବାର ରାତିରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଛି। ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବିଭାଗ ଦେବାକୁ ପଡ଼ିଲା ବୋଲି କହିଲେ ଅଜିତ ପାୱାର।
Politics
ପ୍ରିୟଙ୍କା ଗାନ୍ଧିଙ୍କ ସଦସ୍ୟତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ
ପ୍ରିୟଙ୍କା ଗାନ୍ଧି ନାମାଙ୍କନ ପତ୍ରରେ ସମ୍ପତ୍ତିର ସବିଶେଷ ତଥ୍ୟ ଦେଇନଥିବା ଅଭିଯୋଗ। କେରଳ ହାଇକୋର୍ଟରେ ପିଟିସନ ଦାଖଲ କଲେ ୱାୟନାଡ ଉପନିର୍ବାଚନରେ ପରାଜିତ ବିଜେପି ନେତ୍ରୀ।