Khandapada Council Office
ଆସନ୍ତା ୨୭ ତାରିଖରେ ହେବ ଖଣ୍ଡପଡା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍। ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଅନୁପସ୍ଥିତ ରହିବାରୁ ଗତକାଲି ହେବାକୁ ଥିବା ଅନାସ୍ଥା ଭୋଟ୍ ବାତିଲ ହୋଇଥିଲା। ଖଣ୍ଡପଡା ଏନସି ଅଧ୍ୟକ୍ଷା ଆରତି ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି।
ଅନ୍ୟପକ୍ଷରେ ଅନାସ୍ଥା ଭୋଟ ପୂର୍ବରୁ ଖଣ୍ଡପଡା ଏନଏସି ୧୩ ନମ୍ବର ୱାର୍ଡ କାଉନସିଲର ପିଙ୍କି ପ୍ରଧାନଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ
କରିଛନ୍ତି ପରିବାର ଲୋକ। ଗତକାଲି ଅନାସ୍ଥା ଭୋଟକୁ ଆସି ନ ଥିବାରୁ ପିଙ୍କିଙ୍କୁ ଅପହରଣ କରାଯାଇଥିବା କହିଛନ୍ତି ତାଙ୍କ ସ୍ୱାମୀ ଓ ମାଆ।
ଅନ୍ୟପଟେ ଏକ ଭିଡିଓ ବାର୍ତ୍ତାରେପିଙ୍କି କହିଛନ୍ତି, ତାଙ୍କୁ କେହି ଅପହରଣ କରି ନାହାନ୍ତି। ନିଜ ଇଚ୍ଛାରେ ଆସିଛନ୍ତି ଓଅନାସ୍ଥା ଭୋଟ୍ ସରିବା ପରେ ଘରକୁ ଫେରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1726625593.jpg)