/odisha-reporter/media/post_attachments/uploadimage/library/16_9/16_9_0/IMAGE_1727752515.jpg)
Confidence vote
ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡିଙ୍କ ନାମରେ ଆସିଛି ଅନାସ୍ଥା ପ୍ରସ୍ତାବ। ୧୨ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୧୦ ଜଣ ସମିତି ସଭ୍ୟ ମାଲକାନଗିରି ଉପଜିଲ୍ଲାପାଳଙ୍କ ନିକଟରେ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି।
ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିବା ଆବେଦନପତ୍ରରେ ଉଲ୍ଲେଖ ରହିଛନ୍ତି ଯେ, ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡି ସରକାରଙ୍କ ଆଇନକୁ ଅଣଦେଖା କରି ମନମୁଖୀ କାର୍ଯ୍ୟ କରୁଛନ୍ତି। ପଞ୍ଚାୟତ ସମିତି କାର୍ଯ୍ୟ ଖସଡା ପ୍ରସ୍ତୁତି ହେଉ କିମ୍ବା କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ସମିତିର ସଭ୍ୟଙ୍କୁ ଜାଣିବାକୁ ଚାହିଁଲେ ସେ କୌଣସି ପ୍ରକାର ସହଯୋଗର ହାତ ବଢାନ୍ତି ନାହିଁ।
ସମିତି ସଭ୍ୟମାନଙ୍କ ସହ କୌଣସି ଆଲୋଚନା କରନ୍ତି ନାହିଁ। ନିଜର ଇଛା ମୁତାବକ କାର୍ଯ୍ୟ କରନ୍ତି। ସେ ସମସ୍ତଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରନ୍ତି। ଏହାକୁ ବିରୋଧ କରି ପୂର୍ବରୁ ବହୁ ଥର ବୈଠକ ବର୍ଜନ କରାଯାଇଛି। ଏତ ଦ୍ୱାରା କୌଣସି ପ୍ରକାର ସୁଫଳ ମିଳିନାହିଁ।
ଗତ ୨୭ ତାରିଖରେ ହୋଇଥିବା ପଞ୍ଚାୟତ ସମିତି ବୈଠକକୁ ବର୍ଜନ କରିଥିଲେ ସମିତି ସଭ୍ୟମାନେ। ତେବେ ଅଭିଯୋଗ ନେଇ ଜିତୁ ବୁରୁଡିଙ୍କ ପ୍ରତିକ୍ରିୟା ମିଳିପାରିନି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
